ରିମାଣ୍ଡର ପ୍ରଥମ ଦିନ: କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ସତ୍ୟମକୁ ଚାଲିଛି ଜେରା

କଟକ: ଶୁକ୍ରବାର ରିମାଣ୍ଡର ପ୍ରଥମ ଦିନରେ ସାରଥିଙ୍କ ପାଳିତ ପୁତ୍ର ସତ୍ୟମଙ୍କୁ କ୍ରାଇମବ୍ରାଞ୍ଚ ଜେରା ଆରମ୍ଭ କରିଛି । ଜେରା ପାଇଁ ଆଜି ସତ୍ୟମକୁ କ୍ରାଇମବ୍ରାଞ୍ଚ ଟିମ୍ ଚୌଦ୍ୱାର ଜେଲରୁ କଟକ ଆଣିଥିଲେ । ଜେରାବେଳେ ସାରଥିଙ୍କ ଅର୍ଥନୈତିକ ସାମ୍ରାଜ୍ୟରେ ସତ୍ୟମଙ୍କ ସମ୍ପୃକ୍ତି ଉପରେ ଫୋକସରେ ରହିପାରେ । ସତ୍ୟମ୍ ନାଁରେ ୩ଟି ବ୍ୟାଙ୍କ ଆକାଉଣ୍ଟରୁ ୨୭ଲକ୍ଷ ଟଙ୍କ। ଠାବ ହୋଇଛି। ତା’ଛଡ଼ା ସତ୍ୟମ୍ ନାଁରେ ମୂଲ୍ୟବାନ ଫ୍ଲାଟ, ଜମିବାଡ଼ି ଓ କୋଟି କୋଟି ଟଙ୍କ।ର ସତ୍ୟମ୍ […]

satyam

satyam

Rakesh Mallick
  • Published: Friday, 21 August 2015
  • Updated: 21 August 2015, 06:23 AM IST

Sports

Latest News

କଟକ: ଶୁକ୍ରବାର ରିମାଣ୍ଡର ପ୍ରଥମ ଦିନରେ ସାରଥିଙ୍କ ପାଳିତ ପୁତ୍ର ସତ୍ୟମଙ୍କୁ କ୍ରାଇମବ୍ରାଞ୍ଚ ଜେରା ଆରମ୍ଭ କରିଛି । ଜେରା ପାଇଁ ଆଜି ସତ୍ୟମକୁ କ୍ରାଇମବ୍ରାଞ୍ଚ ଟିମ୍ ଚୌଦ୍ୱାର ଜେଲରୁ କଟକ ଆଣିଥିଲେ । ଜେରାବେଳେ ସାରଥିଙ୍କ ଅର୍ଥନୈତିକ ସାମ୍ରାଜ୍ୟରେ ସତ୍ୟମଙ୍କ ସମ୍ପୃକ୍ତି ଉପରେ ଫୋକସରେ ରହିପାରେ । ସତ୍ୟମ୍ ନାଁରେ ୩ଟି ବ୍ୟାଙ୍କ ଆକାଉଣ୍ଟରୁ ୨୭ଲକ୍ଷ ଟଙ୍କ। ଠାବ ହୋଇଛି। ତା'ଛଡ଼ା ସତ୍ୟମ୍ ନାଁରେ ମୂଲ୍ୟବାନ ଫ୍ଲାଟ, ଜମିବାଡ଼ି ଓ କୋଟି କୋଟି ଟଙ୍କ।ର ସତ୍ୟମ୍ ଚାରିଟେବୁଲ୍ ଟ୍ରଷ୍ଟ ମଧ୍ୟ ରହିଛି। ବିଲଡର୍ ସାଗର ରାୟଙ୍କ ପତ୍ନୀଙ୍କଠାରୁ ସେ ୫୫ ଲକ୍ଷ ଟଙ୍କ।ର ଏକ ଫ୍ଲ।ଟ ମଧ୍ୟ କିଣିଥିବା ଜଣାପଡ଼ିଛି। କ୍ରାଇମବ୍ରାଞ୍ଚ ସତ୍ୟମଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ତାଙ୍କ ନାଁରେ ଆଇପିସିର ଧାରା ୧୨୦-ବି, ୪୬୭, ୪୬୮, ୪୭୧, ୪୧୧, ୪୨୩, ୩୭୧, ୩୪୧ ଏବଂ ୩୪ ଦଫ। ଲାଗିଛି।

ଗତକାଲି ସତ୍ୟମକୁ କ୍ରାଇମବ୍ରାଞ୍ଚ କଟକର ଏସଡିଜେଏମ୍ କୋର୍ଟରେ ହାଜର କରି ୩ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ଏହାକୁ କୋର୍ଟ ଗ୍ରହଣ କରିଥିଲେ । ପରେ ସତ୍ୟମକୁ କ୍ରାଇମବ୍ରାଞ୍ଚ୍ ଅଫିସକୁ ନିଆଯାଇ ଚୌଦ୍ୱାର ଜେଲ୍ ପଠାଇ ଦିଆଯାଇଥିଲା । ସେଠାରେ ତାକୁ ୩ ନମ୍ବର ସେଲର ୧ ନମ୍ବର ରୁମରେ ରଖାଯାଇଛି । ଉଭୟ ସତ୍ୟମ ଓ ସାରଥିଙ୍କୁ ସାମ୍ମାସାମ୍ମି କ୍ରାଇମବ୍ରାଞ୍ଚ ପଚରାଉଚରା କରିବାର ଅସମ୍ଭାବନା ରହିଛି । ସେପଟେ ୨ ନମ୍ୱର ସେଲରେ ସତ୍ୟମଙ୍କ ବାପା ସାରଥି ରହିଛନ୍ତି । ପ୍ରାୟ ଦୁଇ ସପ୍ତାହର ଛକାପଞ୍ଝା ପରେ ବୁଧବାରସତ୍ୟମକୁ ମୁମ୍ୱାଇରୁ ଗିରଫ କରାଯାଇଥିଲା। କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟିମ୍ ତାକୁ କଟକ ଆଣିବା ପରେ ଜେରା କରିଥିଲା। ସତ୍ୟମ୍ ଧରାପଡ଼ିବା ପରେ ସାରଥି ମାମଲାରେ ବିଶେଷ କରି ଅର୍ଥନୈତିକ କାରବାରର ଗୁମର ଖୋଲିବ ବୋଲି ଆଶା କରାଯାଉଛି। କାରଣ ସତ୍ୟମ୍ ନାଁରେ ହିଁ ଚାଲିଥିଲା କୋଟି କୋଟି ଟଙ୍କାର ସତ୍ୟମ୍ ଚାରିଟେବୁଲ୍ ଟ୍ରଷ୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos