ଡିସିପିଙ୍କ ଉପସ୍ଥିତିରେ ରିଷିଙ୍କ ୩ ଜଣ ସାଙ୍ଗଙ୍କର ୧୬୧ ଷ୍ଟେଟମେଣ୍ଟ୍ ରେକର୍ଡ

ଭୁବନେଶ୍ୱର: ବିବାଦୀୟ ରିଷି ମୃତ୍ୟୁ ପ୍ରସଙ୍ଗ ଆଜି ଏକ ଭିନ୍ନ ମୋଡ଼ ନେଇଛି। ଡିସିପି ସତ୍ୟବ୍ରତ ଭୋଇଙ୍କ ଉପସ୍ଥିତିରେ ରିଷିଙ୍କର ତିନି ଜଣ ସାଙ୍ଗଙ୍କର ୧୬୧ ଷ୍ଟେଟମେଣ୍ଟ୍ ରେକର୍ଡ କରାଯାଇଛି। ତଦନ୍ତକାରୀ ଅଫିସର ସେମାନଙ୍କ ଷ୍ଟେଟ୍‌ମେଣ୍ଟ୍ ରେକର୍ଡ କରିଥିଲେ। ମିଳିଥିବା ସୂଚନ ଅନୁଯାୟୀ ରିଷିଙ୍କ ସାଙ୍ଗମାନେ ବିସ୍ଫୋରକ ବୟାନ ଦେଇଛନ୍ତି। ଭାଇରାଲ୍‌ ହୋଇଥିବା ସେକ୍ସ ଭିଡିଓ ସହିତ ରିଷିଙ୍କ ମୃତ୍ୟୁର ସଂପର୍କ ଥିବା ସେମାନେ କହିଛନ୍ତି। ରିଷିଙ୍କ ବାନ୍ଧବୀ ଏହି ଭିଡିଓ ସୁଟ୍ କରିଥିବା ସେମାନେ କହିଛନ୍ତି। […]

risifriends

Rakesh Mallick
  • Published: Saturday, 24 December 2016
  • , Updated: 24 December 2016, 09:31 PM IST

ଭୁବନେଶ୍ୱର: ବିବାଦୀୟ ରିଷି ମୃତ୍ୟୁ ପ୍ରସଙ୍ଗ ଆଜି ଏକ ଭିନ୍ନ ମୋଡ଼ ନେଇଛି। ଡିସିପି ସତ୍ୟବ୍ରତ ଭୋଇଙ୍କ ଉପସ୍ଥିତିରେ ରିଷିଙ୍କର ତିନି ଜଣ ସାଙ୍ଗଙ୍କର ୧୬୧ ଷ୍ଟେଟମେଣ୍ଟ୍ ରେକର୍ଡ କରାଯାଇଛି। ତଦନ୍ତକାରୀ ଅଫିସର ସେମାନଙ୍କ ଷ୍ଟେଟ୍‌ମେଣ୍ଟ୍ ରେକର୍ଡ କରିଥିଲେ।

ମିଳିଥିବା ସୂଚନ ଅନୁଯାୟୀ ରିଷିଙ୍କ ସାଙ୍ଗମାନେ ବିସ୍ଫୋରକ ବୟାନ ଦେଇଛନ୍ତି। ଭାଇରାଲ୍‌ ହୋଇଥିବା ସେକ୍ସ ଭିଡିଓ ସହିତ ରିଷିଙ୍କ ମୃତ୍ୟୁର ସଂପର୍କ ଥିବା ସେମାନେ କହିଛନ୍ତି। ରିଷିଙ୍କ ବାନ୍ଧବୀ ଏହି ଭିଡିଓ ସୁଟ୍ କରିଥିବା ସେମାନେ କହିଛନ୍ତି। କେଉଁ ପରିସ୍ଥିତିରେ ସିଡି ତିଆରି କରାଯାଇଥିଲା ତାହା ବି ଜଣାଇଛନ୍ତି।

ଡିସିପି କହିଛନ୍ତି,“ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ। ରିଷିଙ୍କ ମୃତ୍ୟୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ରେକର୍ଡ଼ ହୋଇଥିବା ଷ୍ଟେଟ୍‌ମେଣ୍ଟ ଆଧାରରେ ତଦନ୍ତ ଆଗେଇବ।”

ସୂଚନାଯୋଗ୍ୟ, ଏହା ପୂର୍ବରୁ ଆଜି ଡିସିପି କହିଥିଲେ ଯେ ଯେଉଁମାନେ ରିଷିଙ୍କ ମୃତ୍ୟୁ ସଂପର୍କରେ ଅଧିକ ସୂଚନା ଦେବାକୁ ଚାହୁଁଛନ୍ତି ସେମାନଙ୍କୁ ପୋଲିସ୍ ସୁରକ୍ଷା ଯୋଗାଇ ଦେବ।

ଗୁରୁବାର ଦିନ ରିଷିଙ୍କର ଦୁଇ ଜଣ ସାଙ୍ଗ ଗଣମାଧ୍ୟମକୁ କହିଥିଲେ ଯେ ରିଷି ଯେଉଁ ଭିଡିଓ ସେମାନଙ୍କୁ ଦେଖାଇଥିଲେ ତାହାର ସମସ୍ତ ଦୃଶ୍ୟ ସହିତ ଭାଇରାଲ୍ ଭିଡିଓର ସାମଞ୍ଜସ୍ୟ ଅଛି। ଏହି ଭିଡିଓ ସହିତ ରିଷିଙ୍କ ମୃତ୍ୟୁ ସଂପର୍କ ରହିଛି। ଏହି ଭିଡିଓ ପାଇଁ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ରିଷି ସେମାନଙ୍କୁ କହିଥିଲେ। ସୁରକ୍ଷା ଯୋଗାଇ ଦେଲେ ସେମାନେ ଏନେଇ ପୋଲିସ୍ କମିଶନରଙ୍କ ସମ୍ମୁଖରେ ବୟାନ ଦେବାକୁ ରାଜି ବୋଲି କହିଥିଲେ। ଏମାନଙ୍କ ମଧ୍ୟରୁ ଜଣଙ୍କୁ ଧମକ ଦିଆଯାଉଥିବା ନେଇ ଗତକାଲି ଅଭିଯୋଗ ହୋଇଥିଲା।

Related story