କମିଶନରେଟ ପୋଲିସର ‘ରୋଡ୍‌ ରନ୍‌’ କାର୍ଯ୍ୟକ୍ରମ

ଭୁବନେଶ୍ୱର: କମିଶନରେଟ ପୋଲିସର ସପ୍ତାହ ବ୍ୟାପି ଚାଲିଥିବା ରେଜିଂ ଡେ’ ଆଜି ଶେଷ ହୋଇଛି। ଶେଷ ଦିନରେ ପୋଲିସ ପ୍ରଶାସନ ପକ୍ଷରୁ ‘ରୋଡ ରନ୍‌’ କାର୍ଯ୍ୟକ୍ରମ କରାଯାଇଥିଲା। କାର୍ଯ୍ୟକ୍ରମର ଥିମ୍‌ ରଖାଯାଇଥିଲା ‘ରନ୍‌ ଏଗନେଷ୍ଟ ଡ୍ରଗ୍ସ’।

ଗତ ୯ ତାରିଖରେ ରେଜିଂ ଡେ’କୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଉଦ୍‌ଘାଟନ କରିଥିଲେ। ୧୦ ତାରିଖରେ ଭୁବନେଶ୍ୱର ଓଏସ୍‌ଏପି ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସପ୍ତାହେ ବ୍ୟାପି ଚାଲିଥିବା ଏହି କାର୍ଯ୍ୟକ୍ରମରେ କମିଶନରେଟ୍‌ ପୋଲିସ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।