ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲା: ତାପସ ପାଲଙ୍କ ଜାମିନ୍‌ ଆବେଦନ ଖାରଜ

ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ତୃଣମୂଳ ସାଂସଦ ତାପସ ପାଲଙ୍କ ଜାମିନ୍‌ ଆବେଦନ ଆଜି ଖାରଜ ହୋଇଯାଇଛି। ସ୍ପେଶାଲ ସିଜେଏମ୍‌ କୋର୍ଟ ତାପସଙ୍କ ଜାମିନ୍‌ ଆବେଦନକୁ ଖାରଜ କରିଦେଇଛନ୍ତି। ଗତକାଲି କୋର୍ଟରେ ମାମଲାର ଶୁଣାଣି ହୋଇଥିଲା। ଆଜି ରାୟ ପ୍ରକାଶ ପାଇଛି। ଆଜି ତାପସ ପାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଝାଡପଡ଼ା ଜେଲକୁ ପଠାଇ ଦିଆଯାଇଥିଲା। ଗତ ୩୦ ତାରିଖରେ ତାପସଙ୍କୁ କୋଲକାତାରୁ ସିବିଆଇ ଗିରଫ କରିଥିଲା। […]

tapas-pal

Rakesh Mallick
  • Published: Saturday, 07 January 2017
  • , Updated: 07 January 2017, 10:48 PM IST

ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ତୃଣମୂଳ ସାଂସଦ ତାପସ ପାଲଙ୍କ ଜାମିନ୍‌ ଆବେଦନ ଆଜି ଖାରଜ ହୋଇଯାଇଛି। ସ୍ପେଶାଲ ସିଜେଏମ୍‌ କୋର୍ଟ ତାପସଙ୍କ ଜାମିନ୍‌ ଆବେଦନକୁ ଖାରଜ କରିଦେଇଛନ୍ତି। ଗତକାଲି କୋର୍ଟରେ ମାମଲାର ଶୁଣାଣି ହୋଇଥିଲା। ଆଜି ରାୟ ପ୍ରକାଶ ପାଇଛି।

ଆଜି ତାପସ ପାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଝାଡପଡ଼ା ଜେଲକୁ ପଠାଇ ଦିଆଯାଇଥିଲା।

ଗତ ୩୦ ତାରିଖରେ ତାପସଙ୍କୁ କୋଲକାତାରୁ ସିବିଆଇ ଗିରଫ କରିଥିଲା। ଓଡ଼ିଶା ସହ ରୋଜଭ୍ୟାଲିର ଲିଙ୍କ୍‌ ଅଭିଯୋଗରେ ସିବିଆଇ ପଚରାଉଚରା ପାଇଁ ତାଙ୍କୁ ରିମାଣ୍ଡରେ ଭୁବନେଶ୍ୱର ଅଣିଥିଲା।

Related story