ଶହିଦ ନଗରରେ ଆପାର୍ଟମେଣ୍ଟରୁ ଡେଇଁ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳା ଡାକ୍ତରଙ୍କ ଶହିଦ ନଗରରେ ରହୁଥିବା ଏକ ଆପାର୍ଟମେଣ୍ଟରୁ ଡେଉଁ ଆତ୍ମହତ୍ୟା କରିଛନ୍ତି । ଆପାର୍ଟମେଣ୍ଟର ୮ ମହଲାରୁ ସେ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତ ଡାକ୍ତର ହେଉଛନ୍ତି ଶ୍ୱେତପଦ୍ମା ମିଶ୍ର। ସେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିଲେ। ସହିଦ ନଗର ଅଞ୍ଚଳରେ ରହୁଥିବା ଡାକ୍ତର ଶ୍ୱେତପଦ୍ମାଙ୍କ ସ୍ୱାମୀ ମଧ୍ୟ ଜଣେ ଡାକ୍ତର। ସେ ମଧ୍ୟ ଭୁବନେଶ୍ୱରର ଏକ ଘରୋଇ ହସିପିଟାଲରେ […]

bbsr

Rakesh Mallick
  • Published: Sunday, 06 September 2015
  • , Updated: 06 September 2015, 04:35 PM IST

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳା ଡାକ୍ତରଙ୍କ ଶହିଦ ନଗରରେ ରହୁଥିବା ଏକ ଆପାର୍ଟମେଣ୍ଟରୁ ଡେଉଁ ଆତ୍ମହତ୍ୟା କରିଛନ୍ତି । ଆପାର୍ଟମେଣ୍ଟର ୮ ମହଲାରୁ ସେ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତ ଡାକ୍ତର ହେଉଛନ୍ତି ଶ୍ୱେତପଦ୍ମା ମିଶ୍ର। ସେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିଲେ। ସହିଦ ନଗର ଅଞ୍ଚଳରେ ରହୁଥିବା ଡାକ୍ତର ଶ୍ୱେତପଦ୍ମାଙ୍କ ସ୍ୱାମୀ ମଧ୍ୟ ଜଣେ ଡାକ୍ତର। ସେ ମଧ୍ୟ ଭୁବନେଶ୍ୱରର ଏକ ଘରୋଇ ହସିପିଟାଲରେ ଶିଶୁ ବିଶେଷଜ୍ଞ ଅଛନ୍ତି। ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହାର କାରଣ ସ୍ପଷ୍ଟ ହୋଇ ନାହିଁ। ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ୱ କରିଛି। ପୋଲିସ୍, ଫେ।ରେନସିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ୍ ହସପିଟାଲ୍ ପଠାଯାଇଛି। ଛାତ ଉପରେ ପଡ଼ିଥିବା ତାଙ୍କର ଚପଲ ଓ ଚଷମାକୁ ଜବତ କରାଯାଇଛି। ଡିସିପି ସତ୍ୟବ୍ରତ ଭୋଇ କିହିଛନ୍ତି ଯେ, ଡାକ୍ତର ମୃତ୍ୟୁନେଇ ପରିବାର ଲୋକଙ୍କୁ ପଚରା ଉଚରା ଚାଲିଛି। ମୃତ୍ୟୁ ପଛରେ ଶାଶୁଘର ଲୋକଙ୍କ ମନ୍ଦ ଉଦ୍ଦେଶ୍ୟ ଥିବା ଶ୍ୱେତପଦ୍ମାଙ୍କ ମା ଅଭିଯୋଗକୁ ଆଧାର କରି ତଦନ୍ତ ଚାଲୁ ରହିଛି ବୋଲି ସେ କହିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି।

Related story