ସଞ୍ଜୟ ଦାସବର୍ମାଙ୍କ ଗାଡ଼ି ଉପରକୁ ପୁଣି ଅଣ୍ଡା ମାଡ଼

ବ୍ରହ୍ମଗିରି: ତୃତୀୟ ଥର ପାଇଁ ଖାଦ୍ୟ ଓ ଯୋଗାଣମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଛି। ରାସନ କାର୍ଡ ଅନିୟମିତତାକୁ ନେଇ ବାରମ୍ୱାର ମନ୍ତ୍ରୀ ଦାସବର୍ମାଙ୍କୁ ଏପରି ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି। ଆଜି ମନ୍ତ୍ରୀ ଚିଲିକା ମହୋତ୍ସବର ସମୀକ୍ଷା କରିବାକୁ ଯାଇଥିବା ସମୟରେ ପୁରୀ-ସାତପଡ଼ା ରାସ୍ତାର ନଟିଆ ଛକରେ ପ୍ରାୟ ୧୫ରୁ ୨୦ ଜଣ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରିଛନ୍ତି। ଗତ […]

sanja

Rakesh Mallick
  • Published: Saturday, 09 January 2016
  • , Updated: 09 January 2016, 11:51 AM IST

ବ୍ରହ୍ମଗିରି: ତୃତୀୟ ଥର ପାଇଁ ଖାଦ୍ୟ ଓ ଯୋଗାଣମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଛି। ରାସନ କାର୍ଡ ଅନିୟମିତତାକୁ ନେଇ ବାରମ୍ୱାର ମନ୍ତ୍ରୀ ଦାସବର୍ମାଙ୍କୁ ଏପରି ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି। ଆଜି ମନ୍ତ୍ରୀ ଚିଲିକା ମହୋତ୍ସବର ସମୀକ୍ଷା କରିବାକୁ ଯାଇଥିବା ସମୟରେ ପୁରୀ-ସାତପଡ଼ା ରାସ୍ତାର ନଟିଆ ଛକରେ ପ୍ରାୟ ୧୫ରୁ ୨୦ ଜଣ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରିଛନ୍ତି।

ଗତ ୫ ତାରିଖରେ ରାସନ କାର୍ଡ ବଣ୍ଟନରେ ଅନିୟମିତତା ନେଇ ପୁରୀ ସର୍କିଟ ହାଉସଠାରେ ସାମ୍ବାଦିକ ସମ୍ମିଳନୀ ସାରି ମନ୍ତ୍ରୀ ଫେରୁଥିବା ବେଳେ ଛାତ୍ର କଂଗ୍ରେସର ୫ରୁ ୬ଜଣ କର୍ମୀ ତାଙ୍କ ଗାଡି ଉପରକୁ ଅଣ୍ଡା ମାଡ଼ କରିଥିଲେ। ଏହି ଘଟଣାର ପୂର୍ବଦିନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଛତ୍ରପୁର କଲେଜ ଆଗରେ ପୁଣି ଥରେ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରାଯାଇଥିଲା।

କେବଳ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ନୁହନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମଧ ଅଣ୍ଡା ମାଡ଼ର ସମ୍ମୁଖୀନ ହୋଇଛନ୍ତି । ଗତ ୫ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତ ସାରି ଅଚାନକ ଦେବଗଡ଼ ଆସୁଥିବା ବେଳେ କୁରଡି ନିକଟରେ ତାଙ୍କ ଗାଡି ଉପରକୁ କଂଗ୍ରେସ କର୍ମୀମାନେ ଅଣ୍ଡା ମାଡ଼ କରିଥିଲେ। ସେହିପରି ଗତକାଲି କଟକର ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଅବସରରେ ତାଙ୍କୁ ଛାତ୍ର କଂଗ୍ରେସ କର୍ମୀମାନେ କଳା ପତାକା ଦେଖାଇଥିଲେ।

ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ଦେବୀ ମିଶ୍ରଙ୍କୁ ମଧ୍ୟ ବିରୋଧର ସମ୍ମୁଖୀନ ହେବାବୁ ପଡ଼ିଛି। ଗତ ୬ ତାରିଖରେ ମନ୍ତ୍ରୀ ମିଶ୍ରଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। ମନ୍ତ୍ରୀ ସମ୍ବଲପୁରର ନୃସିଂହ ଗୁରୁ ଟାଉନ୍ ହାଇସ୍କୁଲର ପ୍ଲାଟିନମ୍ ଜୁବିଲି ଉତ୍ସବକୁ ଯୋଗ ଦେବାକୁ ଆସିଥିବା ବେଳେ ତାଙ୍କୁ ମହିଳା କଂଗ୍ରେସର କର୍ମୀମାନେ କଳା ପତାକା ଦେଖାଇଥିଲେ।

ତେବେ ଯୁବ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ଅଣ୍ଡା ମାଡ଼ ଓ କଳାପତାକା ପ୍ରଦର୍ଶନ ନେଇ କଂଗ୍ରେସ ଦଳ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଛି। ଘଟଣାକୁ ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର ସ୍ୱାଗତ କରିଛନ୍ତି। ପିଲା ଯାହା କରିଛନ୍ତି ଏଥିପାଇଁ ସେମାନଙ୍କୁ ମୁଁ ଆନ୍ତରିକ ଧନ୍ୟବାଦ ଦେଉଛି। କାର୍ଯ୍ୟ ସିଦ୍ଧି ନ ହେଲା ପର୍ଯ୍ୟନ୍ତ ଏଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ ସେ ଆହ୍ୱାନ ଦେଇଥିଲେ।

Related story