ସାରଥୀ ଆଶ୍ରମ ନିକଟରେ ଉତ୍ତେଜନା; ୪ ଆହତ

କେନ୍ଦ୍ରାପଡ଼ା: ବାବା ସାରଥୀ ପ୍ରସଙ୍ଗରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ସଂଧ୍ୟାରେ କେନ୍ଦ୍ରାପଡ଼ା ବାରିମୂଳସ୍ଥିତ ସାରଥୀ ଆଶ୍ରମ ନିକଟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶତାଧିକ ବିକ୍ଷୋଭକାରୀ ଜୋରଜବରଦସ୍ତ ଆଶ୍ରମ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ ଘଉଡ଼ାଇବା ଲାଗି ପୋଲିସ୍ ଲାଠିଚାଳନା କରିଥିଲା। ଏଥିରେ ୪-୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆଶ୍ରମ ନିକଟରେ ଦୁଇ ପ୍ଲାଟୁନ୍ ପୋଲିସ୍ ମୁତୟନ କରାଯାଇଛି। ସେପଟେ ସାରଥୀ ବାବାଙ୍କ ମାମଲାରେ ପ୍ରଶାସନିକ ତଦନ୍ତ […]

sarathiashrama

Rakesh Mallick
  • Published: Wednesday, 05 August 2015
  • , Updated: 05 August 2015, 03:50 PM IST

କେନ୍ଦ୍ରାପଡ଼ା: ବାବା ସାରଥୀ ପ୍ରସଙ୍ଗରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ସଂଧ୍ୟାରେ କେନ୍ଦ୍ରାପଡ଼ା ବାରିମୂଳସ୍ଥିତ ସାରଥୀ ଆଶ୍ରମ ନିକଟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶତାଧିକ ବିକ୍ଷୋଭକାରୀ ଜୋରଜବରଦସ୍ତ ଆଶ୍ରମ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ ଘଉଡ଼ାଇବା ଲାଗି ପୋଲିସ୍ ଲାଠିଚାଳନା କରିଥିଲା। ଏଥିରେ ୪-୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆଶ୍ରମ ନିକଟରେ ଦୁଇ ପ୍ଲାଟୁନ୍ ପୋଲିସ୍ ମୁତୟନ କରାଯାଇଛି। ସେପଟେ ସାରଥୀ ବାବାଙ୍କ ମାମଲାରେ ପ୍ରଶାସନିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଳି ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଚିଠି ଆଧାରରେ ଜିଲ୍ଲାପାଳ ଦେବରାଜ ସେନାପତି ଘଟଣାର ସତ୍ୟାସତ୍ୟ ନେଇ ତଦନ୍ତ କରିବାକୁ କେନ୍ଦ୍ରାପଡ଼ା ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରାପଡ଼ା ଏସପି ଏସଡିପିଓଙ୍କୁ ଦାୟିତ୍ୱ ଦେଇଛନ୍ତି।

Related story