ସାରଥୀଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରେ କ୍ରାଇମବ୍ରାଞ୍ଚ୍ ଚଢ଼ାଉ

କଟକ: ଆଜିଠାରୁ ସ୍ୱଘୋଷିତ ସାରଥୀ ବାବାଙ୍କ ତିନି ଦିନିଆ କ୍ରାଇମବ୍ରାଞ୍ଚ୍ ରିମାଣ୍ଡ ଆରମ୍ଭ ହୋଇଥିବା ବେଳେ ଅନ୍ୟପଟେ ତାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ କେନ୍ଦ୍ରାପଡ଼ା ବାସଭବନରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ଚଢ଼ାଉ କରିଛି। କ୍ରାଇମବ୍ରାଞ୍ଚ୍ ଏଡିଜି ବି.କେ ଶର୍ମା ଏହି ସୂଚନା ଦେଇଛନ୍ତି। ଚଢ଼ାଉ ବେଳେ ଆୟକର ରିଟର୍ଣ୍ଣ ସଂପର୍କିତ ଅନେକ କାଗଜପତ୍ର ସହିତ ଲାପଟପ୍ ଜବତ କରାଯାଇଛି। ସେଗୁଡ଼ିକର ଯାଞ୍ଚ୍ କରାଯାଉଛି। ଏହି କାଗଜପତ୍ର ଓ ଲାପଟପରୁ ସାରଥୀ ବାବାଙ୍କ ଆୟବ୍ୟୟ ସଂପର୍କରେ ଅନେକ ତଥ୍ୟ ମିଳିପାରିବ […]

c

Rakesh Mallick
  • Published: Sunday, 09 August 2015
  • , Updated: 09 August 2015, 07:52 AM IST

କଟକ: ଆଜିଠାରୁ ସ୍ୱଘୋଷିତ ସାରଥୀ ବାବାଙ୍କ ତିନି ଦିନିଆ କ୍ରାଇମବ୍ରାଞ୍ଚ୍ ରିମାଣ୍ଡ ଆରମ୍ଭ ହୋଇଥିବା ବେଳେ ଅନ୍ୟପଟେ ତାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ କେନ୍ଦ୍ରାପଡ଼ା ବାସଭବନରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ଚଢ଼ାଉ କରିଛି। କ୍ରାଇମବ୍ରାଞ୍ଚ୍ ଏଡିଜି ବି.କେ ଶର୍ମା ଏହି ସୂଚନା ଦେଇଛନ୍ତି। ଚଢ଼ାଉ ବେଳେ ଆୟକର ରିଟର୍ଣ୍ଣ ସଂପର୍କିତ ଅନେକ କାଗଜପତ୍ର ସହିତ ଲାପଟପ୍ ଜବତ କରାଯାଇଛି। ସେଗୁଡ଼ିକର ଯାଞ୍ଚ୍ କରାଯାଉଛି। ଏହି କାଗଜପତ୍ର ଓ ଲାପଟପରୁ ସାରଥୀ ବାବାଙ୍କ ଆୟବ୍ୟୟ ସଂପର୍କରେ ଅନେକ ତଥ୍ୟ ମିଳିପାରିବ ବୋଲି କ୍ରାଇମବ୍ରାଞ୍ଚ୍ ଆଶା କରୁଛି।

Related story