ସାରଥି ବାବା ଓ ଗଜଭିୟେ ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲୁ ହେବ: ତାରା ବାହିନୀପତି

ଭୁବନେଶ୍ୱର: ସାରଥି ବାବା ଓ କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ପ୍ରସଙ୍ଗରେ ଆସନ୍ତା ମୌସୁମୀ ଅଧିବେଶନରେ ବିଧାନସଭାରେ ହୁଲୁସ୍ତୁଲୁ ହେବ ବୋଲି କହିଛନ୍ତି କଂଗ୍ରେସ ନେତା ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି, ସାରଥିଙ୍କ ସହ ଅନେକ ବିଧାୟକ ଓ ମନ୍ତ୍ରୀଙ୍କର ସହିତ ସଂପର୍କ ଥିଲା। ସାରଥି ଥିଲେ ବିଜେଡିର ବାବା। କେବଳ ବିଜେଡିର ବିଧାୟକ ଓ ନେତାମାନେ ତାଙ୍କ ପାଖକୁ ଯାଉଥିଲେ। କଂଗ୍ରେସର କୌଣସି ନେତା ତାଙ୍କ […]

bahinipati

bahinipati

Rakesh Mallick
  • Published: Wednesday, 12 August 2015
  • Updated: 12 August 2015, 10:40 AM IST

Sports

Latest News

ଭୁବନେଶ୍ୱର: ସାରଥି ବାବା ଓ କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ପ୍ରସଙ୍ଗରେ ଆସନ୍ତା ମୌସୁମୀ ଅଧିବେଶନରେ ବିଧାନସଭାରେ ହୁଲୁସ୍ତୁଲୁ ହେବ ବୋଲି କହିଛନ୍ତି କଂଗ୍ରେସ ନେତା ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି।

ସେ କହିଛନ୍ତି, ସାରଥିଙ୍କ ସହ ଅନେକ ବିଧାୟକ ଓ ମନ୍ତ୍ରୀଙ୍କର ସହିତ ସଂପର୍କ ଥିଲା। ସାରଥି ଥିଲେ ବିଜେଡିର ବାବା। କେବଳ ବିଜେଡିର ବିଧାୟକ ଓ ନେତାମାନେ ତାଙ୍କ ପାଖକୁ ଯାଉଥିଲେ। କଂଗ୍ରେସର କୌଣସି ନେତା ତାଙ୍କ ପାଖକୁ ଯାଉନଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହମତିରେ ସରକାର ସାରଥିଙ୍କୁ ଆର୍ଥିକ ସହାୟତା ଦେଉଥିଲେ। ଏଣୁ ଏଥର ବିଧାନସଭାରେ ସାରଥି ପ୍ରସଙ୍ଗ ଉଠିବ ଓ ବିଜେଡି ସହିତ କେଉଁ ପ୍ରକାର ସଂପର୍କ ରହିଥିଲା ତାହାର ଜବାବ ମଗାଯିବ।

ସେହିଭଳି ସତୀଶ ଗଜଭିୟେଙ୍କ ସଂପର୍କରେ ତାରା ପ୍ରସାଦ ବାହିନୀପତି କହିଛନ୍ତି ତାଙ୍କ କଥା ବି ନିଶ୍ଚିତ ବିଧାନସଭାରେ ଉଠିବ। ସେ ହେଉଛନ୍ତି ସରକାରଙ୍କର ସବୁଠୁ ଗେହ୍ଲା ଆଇପିଏସ ଅଫିସର। ସେଥିପାଇଁ କେନ୍ଦ୍ରାପଡ଼ାରେ ଏତେ ସବୁ ଘଟି ଗଲା ପରେ ବି ତାଙ୍କୁ ନିଲମ୍ବିତ କରାନଯାଇ ବଦଳି କରାଯାଇଛି। ପୁଣି କୌଣସି ଦାୟିତ୍ୱ ଦିଆନଯାଇ ଆରାମ କରି ପଇସା ନେବାକୁ ଛାଡ଼ି ଦିଆଯାଇଛି। ତାଙ୍କୁ ନିଲମ୍ବିତ କରିବା ପାଇଁ ବିଧାନସଭାରେ ଦାବି ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସତୀଶ ଗଜଭିୟେ ଜଣେ ବିବାଦୀୟ ଅଫିସର। ସେ ଯେଉଁଠି କି ଯାଇଛନ୍ତି ଖରାପ କାରଣ ପାଇଁ ଖ୍ୟାତ ହୋଇଛନ୍ତି। ମାଲକାନଗିରିରେ ଏସପି ଥିବା ବେଳେ ଘରୁ ବାହାରନ୍ତି ନାହିଁ। କିଛି ନ ବୁଝି ଥରେ ଏସଓଜି ଯବାନମାନଙ୍କୁ ପଠାଇ ଦେଲେ ଓ ଫେରିବା ବେଳକୁ ମାଓବାଦୀଙ୍କ ଆକ୍ରମଣରେ ୨୨ ଜଣ ସହିଦ ହୋଇଗଲେ। ଗୁଇନ୍ଦା ଖବର ନେଉ ନଥିଲେ। ତାଙ୍କ ସମୟରେ ଗୁଇନ୍ଦା ପାଇଁ ଏସପି ଅଫିସକୁ ଆସିଥିବା ଅର୍ଥର ହିସାବ ମିଳୁ ନାହିଁ। ସେହିପରି ଢେଙ୍କାନାଳରେ ଥିବା ବେଳେ ଜଣେ ଏମଏଲଏର ଭାଇକୁ ବାଡ଼େଇ ଚର୍ଚ୍ଚାକୁ ଆସିଥିଲେ। କେନ୍ଦ୍ରାପଡ଼ାରେ ଏହା ପୂର୍ବରୁ ବି ସେ ବିବାଦକୁ ଆସିଥିଲେ। ମଦ ଦୋକାନ ଭଙ୍ଗା ଘଟଣାରେ ଗୁଳି ମାଡ଼ ଘଟଣାରେ ସେ ବିବାଦୀୟ ହୋଇଥିଲେ। ସେଥିପାଇଁ ବିଧାନସଭାରେ ମଧ୍ୟ ହୋହାଲ୍ଲା ହୋଇଥିଲା। ତଥାପି ସରକାରଙ୍କର କାହିଁକି ସେ ଗେହ୍ଲା ପୁଅ ହୋଇ ରହିଛନ୍ତି ତାହା ଜଣାପଡୁନି। ଏସବୁର ଜବାବ ସରକାରଙ୍କୁ ବିଧାନସଭାର ମୌସୁମୀ ଅଧିବେଶନରେ ଦେବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos