ସାରଥି ବିବାଦରେ ମୁଖ୍ୟମନ୍ତ୍ରୀ ସ୍ଥିତି ସ୍ପଷ୍ଟ କରନ୍ତୁ: କେଭି ସିଂହଦେଓ

ଭୁବନେଶ୍ୱର: ସାରଥି ମାମଲାର ସିବିଆଇ ଓ ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ବିଜେପି। କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିଏଙ୍କୁ ବଦଳି ଯଥେଷ୍ଟ ନୁହେଁ ବୋଲି ଦଳ ପକ୍ଷରୁ କୁହାଯାଇଛି । ତାଙ୍କୁ ଗିରଫ କରାଯାଉ ଓ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ । ବିଜେପି ରାଜ୍ୟସଭାପତି ସିଂହଦେଓ ଅଭିଯୋଗ କରିଛନ୍ତି ଯେ, ଗଜଭିୟେ ତାଙ୍କ ଫେସବୁକ, ଟ୍ୱିଟର ଓ ୟୁଟ୍ୟୁବ […]

bjp-1 (1)

Rakesh Mallick
  • Published: Tuesday, 11 August 2015
  • , Updated: 11 August 2015, 01:43 PM IST

ଭୁବନେଶ୍ୱର: ସାରଥି ମାମଲାର ସିବିଆଇ ଓ ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ବିଜେପି। କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିଏଙ୍କୁ ବଦଳି ଯଥେଷ୍ଟ ନୁହେଁ ବୋଲି ଦଳ ପକ୍ଷରୁ କୁହାଯାଇଛି । ତାଙ୍କୁ ଗିରଫ କରାଯାଉ ଓ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ । ବିଜେପି ରାଜ୍ୟସଭାପତି ସିଂହଦେଓ ଅଭିଯୋଗ କରିଛନ୍ତି ଯେ, ଗଜଭିୟେ ତାଙ୍କ ଫେସବୁକ, ଟ୍ୱିଟର ଓ ୟୁଟ୍ୟୁବ ଆକାଉଣ୍ଟରେ ଦର୍ଶାଇଛନ୍ତି ଯେ, ଘଟଣାଦିନ କେନ୍ଦ୍ରାପଡାର ପ୍ରତିଟି ଖବର ଗଜଭିୟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟକୁ ଅବଗତ କରୁଥିଲେ। ଗଜଭିୟେଙ୍କ ଏହି ମନ୍ତବ୍ୟରୁ ସ୍ପଷ୍ଟ ହେଉଛି ସବୁ ବିଷୟରେ ମୁଖ୍ୟମନ୍ତ୍ରୀ ଅବଗତ ଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀ ତାଙ୍କର ସ୍ଥିତି ସ୍ପଷ୍ଟ କରନ୍ତୁ ବୋ‍ଲି ବିଜେପି ସଂହଦେଓ ଦାବି କରିଛନ୍ତି ।

ଅନ୍ୟପକ୍ଷେ ବିଜେପିର ଅଭିଯୋଗର ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ସେ କହିଛନ୍ତି, ସାରଥି ପ୍ରସଙ୍ଗରେ ଗଣମାଧ୍ୟମ ଲୋକଲୋଚନକୁ ଆଣିଥିଲା । ଜନସାଧାରଣଙ୍କ ଦାବିକୁ ଆଖି ରଖି ସରକାର ୧୬ ଘଣ୍ଟା ମଧ୍ୟରେ ସାରଥି ଓ ଗଜଭିୟେଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେଣୁ ବିଜେପି ଯେଉଁ ଅଭିଯୋଗ ଆଣିଛି ତାହା ସମୟ ସାପେକ୍ଷ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଏହାକୁ ବିଜେପି ରାଜନୀତିକରଣ ନ କରୁ । ଆଇନ ଅନୁଯାଇ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଜଣେ ଆଇପିଏସ ଅଫିସର ହୋଇ କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିୟେ ଏପରି କରିବା ଅତ୍ୟନ୍ତ ନିନ୍ଦନୀୟ । ମୁଖ୍ୟମନ୍ତ୍ରୀଙ୍କ ଗ୍ୟାନ୍ତସାରରେ ଏସବୁ ହୋଇଛି । ବାବାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ସମ୍ପୃକ୍ତି ରହିଛି ବୋଲି ସେ ଅଭିଯୋଗ କରିଛନ୍ତି।

Related story