ସାରଥିଙ୍କ ଜମିଜମା ଲିଙ୍କ ନେଇ କେନ୍ଦ୍ରାପଡ଼ା ସବ୍ ରେଜିଷ୍ଟ୍ରାର ଅଫିସରେ କ୍ରାଇମବ୍ରାଞ୍ଚର ଯାଞ୍ଚ

କେନ୍ଦ୍ରାପଡା: ସାରଥିଙ୍କ ସମ୍ପତ୍ତି ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ା ଜାରି ରଖିଛି। କେନ୍ଦ୍ରାପଡା ସବରେଜିଷ୍ଟ୍ରାର ଅଫିସରେ ଆଜି ସାରଥିଙ୍କ ଜମିଜମା ସଂପର୍କିତ କାଗଜପତ୍ରର କ୍ରାଇମବ୍ରାଞ୍ଚ ଯାଞ୍ଚ କରୁଛନ୍ତି । କ୍ରାଇମବ୍ରାଞ୍ଚ ସାରଥିଙ୍କ ୨୦ଟି ବ୍ୟାଙ୍କ ଖାତା ସିଜ୍ କରିଛି। ଏହା ମଧ୍ୟରୁ ୧୦ଟିର ବ୍ୟାଙ୍କ ଷ୍ଟେଟମେଣ୍ଟ ହାସଲ କରିଥିବା ବେଳେ ସେଥିମଧ୍ୟରୁ ୪ ଟିରେ ଦେଢ଼ କୋଟିରୁ ଅଧିକ ଟଙ୍କା ରହିଥିବା ଜଣାପଡ଼ିଛି। ସେହିପରି କ୍ରାଇମବ୍ରାଞ୍ଚର ତିନିଟି ଟିମ୍ ସାରଥିଙ୍କ ବିଭିନ୍ନ ସ୍ଥାନରେ ଥିବା ସଂପତ୍ତିର ଯାଞ୍ଚ କରୁଛି। ସାଇବର […]

barimula

Rakesh Mallick
  • Published: Tuesday, 11 August 2015
  • , Updated: 11 August 2015, 06:45 AM IST

କେନ୍ଦ୍ରାପଡା: ସାରଥିଙ୍କ ସମ୍ପତ୍ତି ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ା ଜାରି ରଖିଛି। କେନ୍ଦ୍ରାପଡା ସବରେଜିଷ୍ଟ୍ରାର ଅଫିସରେ ଆଜି ସାରଥିଙ୍କ ଜମିଜମା ସଂପର୍କିତ କାଗଜପତ୍ରର କ୍ରାଇମବ୍ରାଞ୍ଚ ଯାଞ୍ଚ କରୁଛନ୍ତି । କ୍ରାଇମବ୍ରାଞ୍ଚ ସାରଥିଙ୍କ ୨୦ଟି ବ୍ୟାଙ୍କ ଖାତା ସିଜ୍ କରିଛି। ଏହା ମଧ୍ୟରୁ ୧୦ଟିର ବ୍ୟାଙ୍କ ଷ୍ଟେଟମେଣ୍ଟ ହାସଲ କରିଥିବା ବେଳେ ସେଥିମଧ୍ୟରୁ ୪ ଟିରେ ଦେଢ଼ କୋଟିରୁ ଅଧିକ ଟଙ୍କା ରହିଥିବା ଜଣାପଡ଼ିଛି।

ସେହିପରି କ୍ରାଇମବ୍ରାଞ୍ଚର ତିନିଟି ଟିମ୍ ସାରଥିଙ୍କ ବିଭିନ୍ନ ସ୍ଥାନରେ ଥିବା ସଂପତ୍ତିର ଯାଞ୍ଚ କରୁଛି। ସାଇବର ସେଲ୍ ଟିମ୍ ବର୍ତ୍ତମାନ କଟକ ସ୍ଥିତ ଆୟକର କାର୍ଯ୍ୟାଳୟକୁ ଯାଇ ସାରଥି ଠିକ୍ ଭାବେ ଆୟକର ପୈଠ କରୁଥିଲେ କି ନାହିଁ ଏବଂ କେତେ ଟଙ୍କା ଆୟକର ଦେଉଥିଲେ ସେ ସମ୍ପର୍କରେ ଯାଞ୍ଚ କରୁଛି।

 

Related story