ସାରଥୀଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ୍, ଜେରା ଆରମ୍ଭ

କଟକ: କଟକ ଚୌଦ୍ୱାର ଜେଲରେ ରାତି କଟାଇଥିବା ବାବା ସାରଥୀଙ୍କୁ ଆଜିଠାରୁ ୩ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା ଆରମ୍ଭ କରି ଦେଇଛି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଟିମ୍। ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ତାଙ୍କୁ ଚୌଦ୍ୱାର ଜେଲରୁ କଟକସ୍ଥିତ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଦିନ ପ୍ରାୟ ଗୋଟାଏ ବେଳକୁ ତାଙ୍କୁ କ୍ରାଇମବ୍ରାଞ୍ଚ୍ କାର୍ଯ୍ୟାଳୟ ପରିସରରେ ତାଙ୍କୁ ଜେରା ଆରମ୍ଭ କରି ଦିଆଯାଇଛି। ତାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଉପସ୍ଥିତିରେ ତାଙ୍କୁ ପଚରାଉଚରା କରାଯାଉଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସୁରକ୍ଷା ଦୃଷ୍ଟିରୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ […]

sarathi

Rakesh Mallick
  • Published: Sunday, 09 August 2015
  • , Updated: 09 August 2015, 07:50 AM IST

କଟକ: କଟକ ଚୌଦ୍ୱାର ଜେଲରେ ରାତି କଟାଇଥିବା ବାବା ସାରଥୀଙ୍କୁ ଆଜିଠାରୁ ୩ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା ଆରମ୍ଭ କରି ଦେଇଛି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଟିମ୍। ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ତାଙ୍କୁ ଚୌଦ୍ୱାର ଜେଲରୁ କଟକସ୍ଥିତ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଦିନ ପ୍ରାୟ ଗୋଟାଏ ବେଳକୁ ତାଙ୍କୁ କ୍ରାଇମବ୍ରାଞ୍ଚ୍ କାର୍ଯ୍ୟାଳୟ ପରିସରରେ ତାଙ୍କୁ ଜେରା ଆରମ୍ଭ କରି ଦିଆଯାଇଛି। ତାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଉପସ୍ଥିତିରେ ତାଙ୍କୁ ପଚରାଉଚରା କରାଯାଉଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସୁରକ୍ଷା ଦୃଷ୍ଟିରୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

ଗତକାଲି କଟକ ଏସଡିଜେଏମ୍ କୋର୍ଟରୁ ସାରଥୀଙ୍କୁ ଚୌଦ୍ୱାର ଜେଲକୁ ଅଣାଯାଉଥିବା ବେଳେ ତାଙ୍କୁ ଉପସ୍ଥିତ ଲୋକେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଜଣେ ତାଙ୍କ ଚୁଟି ଟାଣି ଦେଇଥିଲେ ଓ ଅନ୍ୟ ଜଣେ ତାଙ୍କୁ ନିଯାଉଥିବା ଗାଡ଼ି ଉପରକୁ ଜୋତା ଫୋପାଡ଼ି ଥିଲେ। ଏହାକୁ ଦୃଷ୍ଟିରେ ରଖି ଆଜି କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ କଟକ କ୍ରାଇମବ୍ରାଞ୍ଚ୍ କାର୍ଯ୍ୟାଳୟକୁ ଅଣାଯାଇଥିଲା।

ଗତକାଲି ଗିରଫ ପରେ ସନ୍ତୋଷ ରାଉଳ ଓରଫ୍ ବାବା ସାରଥୀଙ୍କୁ କଟକ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ତେବେ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଥିଲା। ସାରଥୀଙ୍କୁ ୫ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ କୋର୍ଟରେ ଆବେଦନ କରିଥିଲା। କିନ୍ତୁ କୋର୍ଟ ସାରଥୀଙ୍କୁ ୩ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ।

ଅନ୍ୟପଟେ ଗତକାଲି ରାତିରେ ଚୌଦ୍ୱାର ଜେଲରେ ସାରଥୀ ଦୁଇଟି ରୁଟ୍ ଓ ଡାଲମା ଖାଇଥିବା ଜଣାପଡ଼ିଛି।

 

 

 

 

 

 

Related story