ସତୀଶ ଗଜଭିୟେ ବଦଳିଲେ, ନୀତିନଜିତ୍ ସିଂହ କେନ୍ଦ୍ରାପଡ଼ାର ନୂଆ ଏସପି

ଭୁବନେଶ୍ୱର: ବାବା ସାରଥୀ ବିବାଦ ନେଇ କେନ୍ଦ୍ରାପଡ଼ା ଜଳୁଥିବା ବେଳେ ଏସପି ସତୀଶ ଗଜଭିୟେଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ନୀତିନଜିତ୍ ସିଂହଙ୍କୁ କେନ୍ଦ୍ରାପଡ଼ା ଏସପି ଭାବେ ନିଯୁକ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଗଜଭିୟେଙ୍କୁ ପୋଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି। ଏହା ସହିତ ଦକ୍ଷିଣାଞ୍ଚଳ ଆଇଜି ଆର.ପି କୋଚେଙ୍କୁ ତୁରନ୍ତ କେନ୍ଦ୍ରାପଡ଼ାରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାବା ସାରଥୀଙ୍କ ବାରମୂଳସ୍ଥିତ ଆଶ୍ରମ ସମ୍ମୁଖରେ ଗତକାଲି ବିକ୍ଷୋଭ ପ୍ରଦର୍ଶନ କରିଥିବା ଲୋକଙ୍କ ଉପରେ ପୋଲିସ୍ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ […]

neetinjitsingh

Rakesh Mallick
  • Published: Friday, 07 August 2015
  • , Updated: 07 August 2015, 11:00 AM IST

ଭୁବନେଶ୍ୱର: ବାବା ସାରଥୀ ବିବାଦ ନେଇ କେନ୍ଦ୍ରାପଡ଼ା ଜଳୁଥିବା ବେଳେ ଏସପି ସତୀଶ ଗଜଭିୟେଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ନୀତିନଜିତ୍ ସିଂହଙ୍କୁ କେନ୍ଦ୍ରାପଡ଼ା ଏସପି ଭାବେ ନିଯୁକ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଗଜଭିୟେଙ୍କୁ ପୋଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି। ଏହା ସହିତ ଦକ୍ଷିଣାଞ୍ଚଳ ଆଇଜି ଆର.ପି କୋଚେଙ୍କୁ ତୁରନ୍ତ କେନ୍ଦ୍ରାପଡ଼ାରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାବା ସାରଥୀଙ୍କ ବାରମୂଳସ୍ଥିତ ଆଶ୍ରମ ସମ୍ମୁଖରେ ଗତକାଲି ବିକ୍ଷୋଭ ପ୍ରଦର୍ଶନ କରିଥିବା ଲୋକଙ୍କ ଉପରେ ପୋଲିସ୍ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ନେଇ ଅଭିଯୋଗ ହେବା ପରେ ସରକାର ଏସପି ସତିଶ ଗଜଭିୟେଙ୍କୁ ବଦଳି କରିଛନ୍ତି।

ଅନ୍ୟପକ୍ଷରେ ବାରମୂଳ ସ୍ଥିତ ଆଶ୍ରମ ନିକଟରେ ସାଧାରଣ ଲୋକଙ୍କ ଉପରେ କେନ୍ଦ୍ରାପଡ଼ା ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଜାତୀୟ ମାନବାଧିକାର କମିଶନ ରିପୋର୍ଟ ତଲବ କରିଛନ୍ତି।  ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଓ ଗୃହ ସଚିବଙ୍କୁ କମିଶନ ରିପୋର୍ଟ ତଲବ କରିଛନ୍ତି। ତିନି ସପ୍ତାହ ଭିତରେ ରିପୋର୍ଟ ଦାଖଲ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Related story