୨୮ବର୍ଷ ପରେ ପଡୁଛି ଦୁର୍ଲଭ ଯୋଗ; ହୋଲିରେ ଫାଇଦାରେ ରହିବେ ଏହି ୮ରାଶି

ମାର୍ଚ୍ଚ ୨ ତାରିଖରେ ପଡ଼ୁଛି  ରଙ୍ଗର ପର୍ବ ହୋଲି। ଜ୍ୟୋତିଷଶାସ୍ତ୍ର ଅନୁସାରେ ଏଥର ହୋଲିରେ  ଶନିଙ୍କ ଦୁର୍ଲଭ ଯୋଗ ପଡ଼ୁଛି। ୨୮ ବର୍ଷ ପରେ ପଡ଼ିଛି ଏହି ଯୋଗ। ଯାହାର ଫାଇଦା ବିଶେଷ କରି ୮ଟି ରାଶିର ବ୍ୟକ୍ତିଙ୍କୁ ମିଳିବ। ପଣ୍ଡିତ ରାଜୀବ ନୋଟିୟାଲଙ୍କ କହିବା ଅନୁସାରେ ଏଥର ହୋଲିରେ ଶନି ଧନୁ ରାଶିରେ ରହିବେ। ୨୮ ବର୍ଷ ପରେ ଗ୍ରହରାଜ ଶନି ଦେବଗୁରୁ ବୃହସ୍ପତି ଅବସ୍ଥାନ କରୁଛନ୍ତି । ପୂର୍ବରୁ ୧୯୯୦ ମସିହାରେ ଏହି ଯୋଗ […]

holi image

Rakesh Mallick
  • Published: Friday, 23 February 2018
  • , Updated: 23 February 2018, 07:29 PM IST

ମାର୍ଚ୍ଚ ୨ ତାରିଖରେ ପଡ଼ୁଛି  ରଙ୍ଗର ପର୍ବ ହୋଲି। ଜ୍ୟୋତିଷଶାସ୍ତ୍ର ଅନୁସାରେ ଏଥର ହୋଲିରେ  ଶନିଙ୍କ ଦୁର୍ଲଭ ଯୋଗ ପଡ଼ୁଛି। ୨୮ ବର୍ଷ ପରେ ପଡ଼ିଛି ଏହି ଯୋଗ। ଯାହାର ଫାଇଦା ବିଶେଷ କରି ୮ଟି ରାଶିର ବ୍ୟକ୍ତିଙ୍କୁ ମିଳିବ।

ପଣ୍ଡିତ ରାଜୀବ ନୋଟିୟାଲଙ୍କ କହିବା ଅନୁସାରେ ଏଥର ହୋଲିରେ ଶନି ଧନୁ ରାଶିରେ ରହିବେ। ୨୮ ବର୍ଷ ପରେ ଗ୍ରହରାଜ ଶନି ଦେବଗୁରୁ ବୃହସ୍ପତି ଅବସ୍ଥାନ କରୁଛନ୍ତି । ପୂର୍ବରୁ ୧୯୯୦ ମସିହାରେ ଏହି ଯୋଗ ପଡ଼ିଥିଲା। ଏହି ଦୁର୍ଲଭ ଯୋଗ ଯୋଗୁଁ କେଉଁ ୮ଟି ରାଶି ଫାଇଦାରେ ରହିବେ ଆସନ୍ତୁ ଜାଣିବା।

ମେଷ- ଏହି ରାଶିର ବ୍ୟକ୍ତିଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ଆସିବ। ମନ ଦେଇ କାମ କଲେ ଶୁଭଫଳ ପାଇବେ। ଚନ୍ଦ୍ର ପଞ୍ଚମ ସ୍ଥାନରେ ଅବସ୍ଥାନ କରୁଥିବାରୁ ଆପଣଙ୍କ ଜୀବନରେ ଖୁସି  ସୌଭାଗ୍ୟମୟ ହେବ। ଗଣେଶଙ୍କୁ  ମିଶ୍ରି ଭୋଗ ଲଗାନ୍ତୁ, ଶୁଭଫଳ ମିଳିବ।

ବୃଷ-  ଏହି ରାଶିରେ ଚନ୍ଦ୍ର ଚତୁର୍ଥ ସ୍ଥାନରେ ଅବସ୍ଥାନ କରୁଥିବା ବେଳେ ମଙ୍ଗଳର ପ୍ରଭାବ ରହୁଥିବାରୁ ଆର୍ଥିକ ଲାଭ ହେବ। ହଠାତ୍ କୌଣସି ଏକ ବଡ଼ କାର୍ଯ୍ୟରେ ସଫଳତା ମିଳିବ। ମାଆ ଦୁର୍ଗାଙ୍କ ନିକଟରେ  ଘିଅର ଦୀପ ଜଳାନ୍ତୁ, ଶୁଭଫଳ ମିଳିବ।

ମିଥୁନ-ଏହି ରାଶିର ଇଷ୍ଟ ବୁଧ ଗ୍ରହ ନବମ ସ୍ଥାନରେ ଏବଂ ଚନ୍ଦ୍ର ତୃତୀୟ ସ୍ଥାନରେ ରହୁଥିବାରୁ ପ୍ରସ୍ନନତା ବଢ଼ିବ। ଧନ ପ୍ରାପ୍ତିର ଯୋଗ ରହିଛି। କାର୍ଯ୍ୟରେ ସଫଳତା ମିଳିବ। ଶିବଲିଙ୍ଗରେ କ୍ଷୀର ଚଢ଼ାନ୍ତୁ, ଶୁଭଫଳ ପାଇବେ।

କର୍କଟ- ଏହି ରାଶିରେ ଚନ୍ଦ୍ର ଦ୍ୱିତୀୟ ସ୍ଥାନରେ ରହୁଥିବାରୁ  ସଂପର୍କୀୟଙ୍କ ମାନଙ୍କର ସହଯୋଗ ମିଳିବ ନାହିଁ। ପୂର୍ବ ଅପେକ୍ଷା ବର୍ତ୍ତମାନର ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟ ଯତ୍ନ ନିଅନ୍ତୁ। ହନୁମାନଙ୍କ ନିକଟରେ  ଘିଅର ଦୀପ ଓ ଲାଲ ଫୁଲ ଚଢ଼ାନ୍ତୁ, ଶୁଭଫଳ ମିଳିବ।

କନ୍ୟା- ପରିବାର ଲୋକଙ୍କ ସହଯୋଗ ମିଳିବ। ଯାତ୍ରାର ଯୋଗ ରହିଛି। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ଶିବ ପାର୍ବତୀଙ୍କୁ ପୂଜା କରନ୍ତୁ, ଶୁଭଫଳ ମିଳିବ।

ବିଚ୍ଛା- ରଙ୍ଗ ପଞ୍ଚମୀରୁ ଆପଣଙ୍କ ଭାଗ୍ୟ ଅନୁକୂଳ ରହିବ। ମାନ-ସମ୍ମାନ ବଢ଼ିବ। ଶତ୍ରୁକୁ  ପରାଜିତ କରିବାରେ ସଫଳ ହେବେ। ଗାଈକୁ ସବୁଜ ରଙ୍ଗର ଘାସ ଖୁଆନ୍ତୁ, ଶୁଭଫଳ ମିଳିବ।

ଧନୁ- ଏହି ରାଶିରେ ଚନ୍ଦ୍ର ନବମ ସ୍ଥାନରେ ଅବସ୍ଥାନ କରିବେ। ସମୟ ପୂର୍ବରୁ କାମ ଶେଷ ହୋଇଯିବ,  ସହଯୋଗ ମିଳିବ। ବେଳେ ବେଳେ କର୍ମକ୍ଷେତ୍ରରେ ବାଧାବିଘ୍ନ ଆସିପାରେ, ପରେ ସବୁ ଠିକ୍‌ଠାକ୍‌ ହୋଇଯିବ। ହନୁମାନଙ୍କୁ ସିନ୍ଦୂର ଏବଂ ତେଲ ଅର୍ପଣ କରନ୍ତୁ, ଶୁଭଫଳ ମିଳିବ।

କୁମ୍ଭ- ଏହି ରାଶିରେ ସୁର୍ଯ୍ୟ,ବୁଧ ଓ ଶୁକ୍ର ନିକଟତର ରହିବେ। ଏହାସହ ଚନ୍ଦ୍ରମାର ଦୃଷ୍ଟି ପଡ଼ୁଥିବାରୁ  ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିବ। କୌଣସି ମାଙ୍ଗଳିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରିପାରନ୍ତି। ଆୟ ବଢ଼ିବ।

 

 

 

 

 

Related story