୮ରୁ ସଂସଦ ସାମ୍ନାରେ ସତ୍ୟାଗ୍ରହ କରିବ ମହାନଦୀ ବଞ୍ଚାଅ ଆନ୍ଦୋଳନ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ନେଇ ଆସନ୍ତା ୮ ରୁ ୧୨ ତାରିଖ ପର୍ଯ୍ୟନ୍ତ ସଂସଦ ସାମ୍ନାରେ ଧାରଣା ଓ ସତ୍ୟାଗ୍ରହ କରିବ ମହାନଦୀ ବଞ୍ଚାଅ ଆନ୍ଦୋଳନ।  ଏଥିରେ ଯୋଗଦେବେ ଓଡ଼ିଶାରୁ ବିଭିନ୍ନବର୍ଗର ୨୦୦ ପ୍ରତିନିଧି।  ଏହା ସହିତ ଦିଲ୍ଲୀରେ ବିଭିନ୍ନ ସାମାଜିକ ସଂଗଠନରୁ ୩୦୦ ଜଣ ପ୍ରତିନିଧି ଯୋଗଦେବେ।  ଏହି ୫ ଦିନ ଭିତରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଉମା ଭାରତୀଙ୍କୁ ଭେଟି ବିବାଦର ସମାଧାନ ନେଇ ଆଲୋଚନା କରିବାକୁ ଯୋଜନା […]

mahanadi

Rakesh Mallick
  • Published: Sunday, 06 August 2017
  • , Updated: 06 August 2017, 11:30 AM IST

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ନେଇ ଆସନ୍ତା ୮ ରୁ ୧୨ ତାରିଖ ପର୍ଯ୍ୟନ୍ତ ସଂସଦ ସାମ୍ନାରେ ଧାରଣା ଓ ସତ୍ୟାଗ୍ରହ କରିବ ମହାନଦୀ ବଞ୍ଚାଅ ଆନ୍ଦୋଳନ।  ଏଥିରେ ଯୋଗଦେବେ ଓଡ଼ିଶାରୁ ବିଭିନ୍ନବର୍ଗର ୨୦୦ ପ୍ରତିନିଧି।  ଏହା ସହିତ ଦିଲ୍ଲୀରେ ବିଭିନ୍ନ ସାମାଜିକ ସଂଗଠନରୁ ୩୦୦ ଜଣ ପ୍ରତିନିଧି ଯୋଗଦେବେ।  ଏହି ୫ ଦିନ ଭିତରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଉମା ଭାରତୀଙ୍କୁ ଭେଟି ବିବାଦର ସମାଧାନ ନେଇ ଆଲୋଚନା କରିବାକୁ ଯୋଜନା ରଖିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ।

ପୂର୍ବରୁ ଏହି ଆନ୍ଦୋଳନକୁ ସମର୍ଥନ ଓ ସହଯୋଗ କରିବା ପାଇଁ ରାଜ୍ୟର ସମସ୍ତ ରାଜନୈତିକ ଦଳ ସହିତ ଆଲୋଚନା କରାଯାଇଛି।  ଏନେଇ ଗତକାଲି ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସମର୍ଥନ ଓ ସହଯୋଗ  ଲୋଡିବା ସହିତ ଓଡ଼ିଶାର ସମସ୍ତ ସାଂସଦମାନେ ପାର୍ଲାମେଣ୍ଟରେ ଏହି ପ୍ରସଙ୍ଗ ଉଠାଇବା ପାଇଁ ଅନୁରୋଧ କରିଛନ୍ତି।

Related story