ବଡ଼ଙ୍କୁ ଶିକ୍ଷା ଦେଲେ ଛୁଆ: ସଜାଡ଼ିଲେ ରାସ୍ତା
ବ୍ରହ୍ମଗିରି: ଦୁଇ ଗାଁର ବିବାଦ ଭିତରେ ବଳି ପଡିଯାଇଛି ରାସ୍ତା। ସବୁଦିନିଆ ରାସ୍ତାଟିଏ ତିଆରି ହୋଇପାରୁ ନ ଥିବାରୁ ଯିବାଆସିବାରେ ଭାରି ଅସୁବିଧା ହେଉଛି। ସବୁ ଆଡ଼ୁ ନିରାଶ ହେବା ପରେ ଶେଷରେ ସ୍କୁଲ ପିଲାଏ ରାସ୍ତା ସଜାଡ଼ିବାକୁ ଅଣ୍ଟା ଭିଡ଼ିଲେ। ଗତ ରବିବାର କୋଡ଼ି,କୋଦାଳ ଧରି ବାହାରିଲେ ଓ ରାସ୍ତା ମରାମତି କଲେ। ଏଭଳି ଏକ ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ କାଣ୍ଡଗଦା ଗ୍ରାମ ପଞ୍ଚାୟତର ନିଖିରାଗୋବିନ୍ଦପୁର ଗାଁରେ।
ନିଖିରାଗୋବିନ୍ଦପୁର ମନାପୁର ଗାଁ ଦେଇ କାଣ୍ଡଗଦାକୁ ମାତ୍ର ଦୁଇ କିଲୋମିଟରର ରାସ୍ତା। ଏହି ରାସ୍ତା ଉପରେ ନିଖିରାଗୋବିନ୍ଦପୁର ଗାଁ ଲୋକେ ସଂପୂର୍ଣ୍ଣ ନିର୍ଭର କରନ୍ତି। ତେବେ ରାସ୍ତାଟିର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ନିଖିରାଗୋବିନ୍ଦପୁର ଓ ମନାପୁର ମଧ୍ୟରେ ବିବାଦ ଯୋଗୁଁ ଏହି ରାସ୍ତାଟି ନିର୍ମାଣ ହୋଇପାରୁ ନାହିଁ। ଏପରିକି ସରକାରୀ ଅନୁଦାନ ଆସି ଫେରି ଯାଉଛି। ଏବେ ରାସ୍ତାର ଅବସ୍ଥା ଏମିତି ହୋଇଛି ଯେ ଚାଲିକି ଯିବା ମୁସ୍କିଲ୍। ପାଣି, କାଦୁଅରେ ଭରି ରହିଛି ରାସ୍ତା। ଏଭଳି ସ୍ଥିତିରେ ନିଖିରାଗୋବିନ୍ଦପୁର ଗାଁର ସ୍କୁଲ୍ ଓ କଲେଜରେ ପଢୁଥିବା ପିଲାମାନେ ଅଧିକ ହଇରାଣ ହେଉଛନ୍ତି। ସ୍କୁଲ୍ ଯିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡୁଛି। କିଛି ଦିନ ତଳେ ଏହି କଚା ରାସ୍ତାରେ ପଡ଼ି ଜଣେ ସ୍କୁଲ୍ ଛାତ୍ରଙ୍କ ମୁଣ୍ଡ ଫାଟି ଯାଇଥିଲା। ସେଥିପାଇଁ ଗତ ରବିବାର ଗାଁର ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ ସମସ୍ତ ଛାତ୍ର ଏକାଠି ହୋଇ ରାସ୍ତା ମରାମତି କରିଥିଲେ। ବର୍ଷାରେ ଭିଜି ଭିଜି ସେମାନେ ରାସ୍ତାରେ ପାଣି ଜମୁଥିବା ଖାଲ ସ୍ଥାନରେ ମୋରମ ପକାଇଥିଲେ। ସେମାନଙ୍କୁ କିଛି ଗ୍ରାମବାସୀ ଓ ସ୍ୱେଚ୍ଛାସେବୀ ସାହାଯ୍ୟ କରିଥିଲେ। ଏ ରାସ୍ତାକୁ ତୁରନ୍ତ ନିର୍ମାଣ କରିବାକୁ ଗାଁ ଲୋକେ ଦାବି କରିଛନ୍ତି।
Ordigital Desk
• Published: Friday, 21 July 2017
• Updated: 21 July 2017, 10:13 AM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos