ନଭେମ୍ୱର ୧ରୁ ଖୋଲୁଛି ଶିମିଳିପାଳ ଅଭୟାରଣ୍ୟ

ବାରିପଦା (ଓଡ଼ିଶା ରିପୋର୍ଟର): ଶିମିଳିପାଳ ଅଭୟାରଣ୍ୟ ନଭେମ୍ୱର ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ପ୍ରତିଦିନ ୩୫ଟି ଚାରି ଚକିଆ ଗାଡ଼ି କାଳିଆପାଣି (ଯଶିପୁର) ଓ ୨୫ଟି ଗାଡ଼ି ପିଠାବଟା ଦେଇ ଅଭୟାରଣ୍ୟ ଭିତରେ ପ୍ରବେଶ କରିପାରିବ। ଏଥିପାଇଁ ପର୍ଯ୍ୟଟକମାନେ ପିଠାବଟା ଓ ଯଶିପୁର ବୁକିଂ କାଉଣ୍ଟରରୁ ସକାଳ ୬ଟା ୯ ମଧ୍ୟରେ ଅନୁମତିପତ୍ର ନେଇପାରିବେ। ପର୍ଯ୍ୟଟକମାନେ ଅପରାହ୍ନ ୩ଟା ପୂର୍ବରୁ ଯୋରନ୍ଦା ଓ ବରେହିପାଣି […]

Simlipal National Park

Rakesh Mallick
  • Published: Wednesday, 04 October 2017
  • , Updated: 04 October 2017, 04:17 PM IST

ବାରିପଦା (ଓଡ଼ିଶା ରିପୋର୍ଟର): ଶିମିଳିପାଳ ଅଭୟାରଣ୍ୟ ନଭେମ୍ୱର ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ପ୍ରତିଦିନ ୩୫ଟି ଚାରି ଚକିଆ ଗାଡ଼ି କାଳିଆପାଣି (ଯଶିପୁର) ଓ ୨୫ଟି ଗାଡ଼ି ପିଠାବଟା ଦେଇ ଅଭୟାରଣ୍ୟ ଭିତରେ ପ୍ରବେଶ କରିପାରିବ। ଏଥିପାଇଁ ପର୍ଯ୍ୟଟକମାନେ ପିଠାବଟା ଓ ଯଶିପୁର ବୁକିଂ କାଉଣ୍ଟରରୁ ସକାଳ ୬ଟା ୯ ମଧ୍ୟରେ ଅନୁମତିପତ୍ର ନେଇପାରିବେ। ପର୍ଯ୍ୟଟକମାନେ ଅପରାହ୍ନ ୩ଟା ପୂର୍ବରୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଏବଂ ଅପରାହ୍ନ ୪ଟା ପୂର୍ବରୁ ଚହଲା ସ୍ଥାନ ଛାଡ଼ିବାକୁ କୁହାଯାଇଛି। ସନ୍ଧ୍ୟା ୫ଟା ସୁଦ୍ଧା ଅଭୟାରଣ୍ୟ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି।

କୌଣସି କାରଣସତଃ ଅଭୟାରଣ୍ୟ ଭିତରେ ଗାଡ଼ି ଖରାପ ହେଲେ ଅଗ୍ରୀମ ୩୦୦୦ ଟଙ୍କା ଜମା କଲେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କୁ ଆଣିବା ପାଇଁ ବ୍ୟବସ୍ଥା କରିବେ।

Related story