ବୟସ ୬ ବର୍ଷ: ହେଲେ ରୋଜଗାର ଏତେ ଯେ, ଶୁଣିଲେ ଉଡିଯିବ ହୋସ୍‌

ୟୁଟ୍ୟୁବରେ ଅଧିକ ଅର୍ଥ ରୋଜଗାର କରୁଥିବା ବ୍ୟକ୍ତିଙ୍କ ତାଲିକା ଭିତରେ ଅଛି ଜଣେ ୬ ବର୍ଷ ବାଳକର ନାଁ। ଏହି ବାଳକ ଜଣଙ୍କ ହେଲେ ରିୟନ। ୟୁଟ୍ୟୁବରେ ଅଧିକ ଅର୍ଥ ରୋଜ କରୁଥିବା ତାଲିକା ଭିତରେ ରିୟନ ୮ମ ସ୍ଥାନରେ ରହିଛନ୍ତି। ଫୋର୍ବସ ମ୍ୟାଗାଜିନ ପକ୍ଷରୁ ଏହି ତାଲିକା ପ୍ରକାଶ କରାଯାଇଛି।ରିୟନ ଯେଉଁ କାମ ପାଇଁ ଦରମା ପାଆନ୍ତି ତାହା ମଧ୍ୟ ତାଙ୍କ ପାଇଁ ସୁଟ୍‌ କରିଥାଏ। Reynolds Review’ ୟୁଟ୍ୟୁବ ଚ୍ୟାନେଲରେ ସେ ଖେଳନାର ରିଭ୍ୟୁ […]

mm

mm

Rakesh Mallick
  • Published: Friday, 15 December 2017
  • Updated: 15 December 2017, 02:58 PM IST

Sports

Latest News

ୟୁଟ୍ୟୁବରେ ଅଧିକ ଅର୍ଥ ରୋଜଗାର କରୁଥିବା ବ୍ୟକ୍ତିଙ୍କ ତାଲିକା ଭିତରେ ଅଛି ଜଣେ ୬ ବର୍ଷ ବାଳକର ନାଁ। ଏହି ବାଳକ ଜଣଙ୍କ ହେଲେ ରିୟନ। ୟୁଟ୍ୟୁବରେ ଅଧିକ ଅର୍ଥ ରୋଜ କରୁଥିବା ତାଲିକା ଭିତରେ ରିୟନ ୮ମ ସ୍ଥାନରେ ରହିଛନ୍ତି। ଫୋର୍ବସ ମ୍ୟାଗାଜିନ ପକ୍ଷରୁ ଏହି ତାଲିକା ପ୍ରକାଶ କରାଯାଇଛି।ରିୟନ ଯେଉଁ କାମ ପାଇଁ ଦରମା ପାଆନ୍ତି ତାହା ମଧ୍ୟ ତାଙ୍କ ପାଇଁ ସୁଟ୍‌ କରିଥାଏ।

Reynolds Review' ୟୁଟ୍ୟୁବ ଚ୍ୟାନେଲରେ ସେ ଖେଳନାର ରିଭ୍ୟୁ କରିଥାନ୍ତି। ୨୦୧୭ରେ ଏହି ଚ୍ୟାନେଲକୁ ଅଧିକ ଦର୍ଶକ ଦେଖିଥିବା ବେଳେ ଅଧିକ ଅର୍ଥ ମଧ୍ୟ ରୋଜଗାର କରିଛି। ଏହି ଚ୍ୟାନେଲକୁ ରିୟନଙ୍କ ବାପାମାଆ ଚଲାଇଥାନ୍ତି।

୨୦୧୫  ମସିହା ମାର୍ଚ୍ଚ ୧୬ ତାରିଖରେ ଏହି ୟୁଟ୍ୟୁବ ଚ୍ୟାନେଲଟି ଆରମ୍ଭ କରାଯାଇଥିଲା। ଏବେ ଏହି ଚ୍ୟାନେଲର ଦର୍ଶକ ସଂଖ୍ୟା ୧୦ ଲକ୍ଷରୁ ଅଧିକ। ରିୟନ ରିଭ୍ୟୁ କରୁଥିବା ଗୋଟିଏ ଭିଡ଼ିଓକୁ ପ୍ରାୟ ୧୦ ଲକ୍ଷ ଦର୍ଶକ ଦେଖିଥାନ୍ତି। ଏଥିରେ ମଧ୍ୟ  ଛୋଟ ପିଲାମାନଙ୍କ ପାଇଁ ବିଜ୍ଞାନ ସହ ଜଡ଼ିତ ଏକ୍ସପେରିମେଣ୍ଟ ଭିଡ଼ିଓ ଦିଆଯାଇଥାଏ। ଫୋର୍ବସ ମ୍ୟାଗେଜିନ ପକ୍ଷରୁ ପ୍ରକାଶିତ ସୂଚୀ ଅନୁଯାୟୀ ରିୟନଙ୍କ ରୋଜଗାର ୧୧ ମିଲିୟନ  ଡଲାର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos