ସ୍ମାର୍ଟ ଲୋକଙ୍କ ମସ୍ତିଷ୍କର ଗଠନ କ'ଣ ଅଲଗା? ଜାଣନ୍ତୁ କ'ଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: କିଛି ଲୋକ ସ୍ମାର୍ଟ ହୋଇଥାନ୍ତି ଓ ଆଉକିଛି ଲୋକ ଟିକେ ଦୁର୍ବଳ। କୌଣସି ପରିସ୍ଥିତିକୁ ସ୍ମାର୍ଟ ଲୋକମାନେ ସହଜରେ ସାମ୍ନା କରିପାରୁଥିବା ବେଳେ ଅନ୍ୟ କିଛି ଲୋକ ପରିସ୍ଥିତିର ମୁକାବିଲା କରି ନ ପାରି ମନ ଦୁଃଖ କରନ୍ତି। ତାଙ୍କ ଦ୍ୱାରା କୌଣସି କାର୍ଯ୍ୟ ଠିକ୍‌ଭାବେ ହେଉନାହିଁ ବୋଲି ନିଜକୁ ନିନ୍ଦା କରିଥାନ୍ତି। କୁହାଯାଏ ସ୍ମାର୍ଟ କିମ୍ବା ଦୁର୍ବଳମନା ହେବା ମଣିଷର ମସ୍ତିଷ୍କ ସଂରଚନା ଉପରେ ନିର୍ଭର କରିଥାଏ। ନିକଟରେ ହୋଇଥିବା ଏକ ଗବେଷଣା ଅନୁସାରେ […]

brain

brain

Rakesh Mallick
  • Published: Thursday, 14 December 2017
  • Updated: 14 December 2017, 11:31 AM IST

Sports

Latest News

ନୂଆଦିଲ୍ଲୀ: କିଛି ଲୋକ ସ୍ମାର୍ଟ ହୋଇଥାନ୍ତି ଓ ଆଉକିଛି ଲୋକ ଟିକେ ଦୁର୍ବଳ। କୌଣସି ପରିସ୍ଥିତିକୁ ସ୍ମାର୍ଟ ଲୋକମାନେ ସହଜରେ ସାମ୍ନା କରିପାରୁଥିବା ବେଳେ ଅନ୍ୟ କିଛି ଲୋକ ପରିସ୍ଥିତିର ମୁକାବିଲା କରି ନ ପାରି ମନ ଦୁଃଖ କରନ୍ତି। ତାଙ୍କ ଦ୍ୱାରା କୌଣସି କାର୍ଯ୍ୟ ଠିକ୍‌ଭାବେ ହେଉନାହିଁ ବୋଲି ନିଜକୁ ନିନ୍ଦା କରିଥାନ୍ତି।

କୁହାଯାଏ ସ୍ମାର୍ଟ କିମ୍ବା ଦୁର୍ବଳମନା ହେବା ମଣିଷର ମସ୍ତିଷ୍କ ସଂରଚନା ଉପରେ ନିର୍ଭର କରିଥାଏ। ନିକଟରେ ହୋଇଥିବା ଏକ ଗବେଷଣା ଅନୁସାରେ ସ୍ମାର୍ଟ ଲୋକଙ୍କ ମସ୍ତିଷ୍କ ଦୁର୍ବଳମନା ଲୋକଙ୍କ ଅପକ୍ଷା ଟିକେ ଉନ୍ନତ । କାରଣ ସେମାନଙ୍କ ମସ୍ତିଷ୍କ ଏକତ୍ର ହୋଇ କାର୍ଯ୍ୟ କରିଥାଏ।

ରିସର୍ଚ୍ଚ ତଥ୍ୟ ଅନୁସାରେ ବ୍ରେନ୍‌ ଏକ ପ୍ରକାର ସବ୍‌ ନେଟୱାର୍କ ତିଆରି କରିଥାଏ। କେଉଁ ପରିସ୍ଥିତିରେ କିଭଳି ପ୍ରତିକ୍ରିୟା କରିବାକୁ ହେବ ଏହି ସବ୍‌ନେଟୱାର୍କ ମସ୍ତିଷ୍କକୁ ଜଣାଇଥାଏ। ସ୍ମାର୍ଟ ବ୍ୟକ୍ତିଙ୍କ ମସ୍ତିଷ୍କରେ ଥିବା ଏଣ୍ଟିରିୟର ଇନ୍‌ସୁଲା ଓ ଏଣ୍ଟିରିୟର ସିଙ୍ଗୁଲେଟ୍‌ର କର୍ଟେକ୍ସ ଏକା ସାଙ୍ଗରେ କାର୍ଯ୍ୟ କରିଥାଏ। ଏଥିସହିତ ସେମାନଙ୍କ ମସ୍ତିଷ୍କରେ ଥିବା ଟେମ୍ପୋରଲ୍ ଓ ପେରିଟାଲ୍ କର୍ଟେକ୍ସ କେଉଁ ଜିନିଷଟି କେତେ ଆବଶ୍ୟକ ତାହାର ସୂଚନା ମସ୍ତିଷ୍କକୁ ଦେଇଥାନ୍ତି। ତେଣୁ ଜଣେ ସ୍ମାର୍ଟ ଲୋକ ଘଟଣା ଓ ପରିସ୍ଥିତିକୁ ସଙ୍ଗେ ସଙ୍ଗେ ବୁଝିପାରି ସହଜରେ ତା'ର ସମାଧାନ କରିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos