ଓଡ଼ିଶାବାସୀଙ୍କୁ ଏମିତି ସ୍ୱପ୍ନ ଦେଖାଇଲେ ଧର୍ମେନ୍ଦ୍ର ଓ ନବୀନ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରଚୁର ପୁଞ୍ଜି ନିବେଶ ହେବ। ରାଜ୍ୟବାସୀଙ୍କୁ ରୋଜଗାର ମିଳିବ ଓ ଲୋକଙ୍କ ଭାଗ୍ୟ ବଦଳି ଯିବ। ଏପରି କିଛି ସୁନେଲି ସ୍ୱପ୍ନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦେଖାଇଛନ୍ତି। ଉଭୟ ଦଳ କୋଟି କେଟି ଟଙ୍କାର ପୁଞ୍ଜି ନିବେଶ ସହ ବେକାରଙ୍କୁ ନିଯୁକ୍ତି ଦେବାର ଆଶା ଦେଖାଇ କରିଛନ୍ତି ମେଗା ଶୋ’। ଗୋଟିଏ ପଟେ ପେଟ୍ରୋକେମିକାଲ ଇନଭେଷ୍ଟର କନକ୍ଲେଭରେ ପୁଞ୍ଜି ନିବେଶର ଏପରି ସ୍ୱପ୍ନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଖାଇଥିବା […]

state

state

Rakesh Mallick
  • Published: Thursday, 16 November 2017
  • Updated: 16 November 2017, 09:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରଚୁର ପୁଞ୍ଜି ନିବେଶ ହେବ। ରାଜ୍ୟବାସୀଙ୍କୁ ରୋଜଗାର ମିଳିବ ଓ ଲୋକଙ୍କ ଭାଗ୍ୟ ବଦଳି ଯିବ। ଏପରି କିଛି ସୁନେଲି ସ୍ୱପ୍ନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦେଖାଇଛନ୍ତି। ଉଭୟ ଦଳ କୋଟି କେଟି ଟଙ୍କାର ପୁଞ୍ଜି ନିବେଶ ସହ ବେକାରଙ୍କୁ ନିଯୁକ୍ତି ଦେବାର ଆଶା ଦେଖାଇ କରିଛନ୍ତି ମେଗା ଶୋ’। ଗୋଟିଏ ପଟେ ପେଟ୍ରୋକେମିକାଲ ଇନଭେଷ୍ଟର କନକ୍ଲେଭରେ ପୁଞ୍ଜି ନିବେଶର ଏପରି ସ୍ୱପ୍ନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଖାଇଥିବା ବେଳେ ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଇଚ ଟିପି ଏକାଥରକେ ୧୫ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।

ପ୍ରଥମ ଥର ପାଇଁ ଭୁବନେଶ୍ୱର ପେଟ୍ରୋକେମିକାଲ ଇନଭେଷ୍ଟର କନକ୍ଲେଭ ଯୋଗ ଦେଇଛନ୍ତି ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ୪୫୦ରୁ ଅଧିକ ପୁଞ୍ଜି ନିବେଶକାରୀ। ଫୋକସରେ ରହିଛି ଓଡିଶା ଓ ପୂର୍ବ ଭାରତ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ଲାଷ୍ଟିକ ପାର୍କ ଓ ଟେକ୍ସଟାଇଲ ପାର୍କ ନିର୍ମାଣ ପାଇଁ ସ୍ୱାକ୍ଷର ହୋଇଛି ବୁଝାମଣା। ଭୁବନେଶ୍ୱରରେ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କେମିକାଲ ଟେକ୍ଲୋଲୋଜି କ୍ୟାମ୍ପସ ଖୋଲିବାକୁ ବି ହୋଇଛି ବୁଝାମଣା। ମୁମ୍ବାଇର ଇନଷ୍ଟିଚ୍ୟୁଟ୍‌ ଅଫ୍‌ କେମିକାଲ ଟେକ୍ଲୋଲୋଜି ବା ଆଇସିଟି ସହ ଆଇଓସିଏଲ କରିଥିବା ବୁଝାମଣା ଅନୁସାରେ ଆସନ୍ତା ବର୍ଷରୁ ଏଠାରେ ପାଠ ପଢା ଆରମ୍ଭ ହେବ।

ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ୨୦୩୦ ସୁଦ୍ଧା ୩୦ ହଜାର କୋଟିର ପୁଞ୍ଜି ନିବେଶ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି- “ଏହାଦ୍ୱାରା ୨୨ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ତେବେ ଏଥିପାଇଁ ଜମି ଓ କମ ଦରରେ ବିଜୁଳି ଦେବାକୁ କହିଛନ୍ତି।

ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି କନେକ୍ଲେଭରେ ଯୋଗଦେଇଥିବା ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି।

ଗୋଟିଏ ପଟେ କନକ୍ଲେଭ ଚାଲିଥିବା ବେଳେ ଭିଡ଼ିଓ କନଫରେସିଂ ଜରିଆରେ ଆଜି ସଚିବାଳୟରେ୧୫ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକା। ଏହି ସମସ୍ତ ପ୍ରକଳ୍ପ ଦ୍ୱାରା ଓଡ଼ିଶାରେ ୧୧ ହଜାର ୬୯୦ କୋଟି ଟଙ୍କା ପୁଞ୍ଜି ବିନିଯୋଗ ହେବ। ଏଥିରେ ୮,୮୦୦ ବ୍ୟକ୍ତି ସିଧାସଳଖ ନିଯୁକ୍ତି ପାଇପାରିବେ ବୋଲି ସରକାର ଦାବି କରିଛନ୍ତି। ବିଶେଷ କରି  ସାର, ସିମେଣ୍ଟ, ଖାଦ୍ୟ ପ୍ରକ୍ରିୟାକରଣ, ସୌରଶକ୍ତି ତଥା ସାମୁଦ୍ରିକ ଉତ୍ପାଦକୁ ନେଇ ଏହି  ପ୍ରକଳ୍ପଗୁଡ଼ିକ ପ୍ରତିଷ୍ଠା ହେବ।

ପସ୍କୋ ଓ ମିତ୍ତଲ ଭଳି ଯେପରି ଆଉ କୌଣସି ଶିଳ୍ପସଂସ୍ଥାମାନେ ଓଡ଼ିଶା ନ ଛାଡନ୍ତି, ସେଥିପ୍ରତି ରାଜ୍ୟ ସରକାର ଧ୍ୟାନ ଦେଇ ନୂଆ ସିଙ୍ଗଲ୍ ୱିଣ୍ଡୋ ପୋର୍ଟାଲ୍ ଗୋ ସ୍ୱିଫ୍ଟର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି ପୋର୍ଟାଲ୍ ମାଧ୍ୟମରେ ଶିଳ୍ପପତିମାନେ ସେମାନଙ୍କ ଶିଳ୍ପସଂସ୍ଥାର ବିଭିନ୍ନ ସରକାରୀ ଅନୁମୋଦନ ଅନ୍‌ଲାଇନ୍‌ରେ କରିପାରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି- “ଭିଜନ୍-୨୦୨୫ର ଲକ୍ଷ୍ୟ ପୂରଣ ଦିଗରେ ଏହା ପ୍ରଥମ ସୋପାନ। ଭିଜନ୍-୨୦୨୫ରେ ରାଜ୍ୟରେ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ସହ ୩୦ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ।”

୨୦୧୬ରେ ଆରମ୍ଭ ହୋଇଥିବା ମେକ୍-ଇନ୍-ଓଡ଼ିଶା କନ୍‌କ୍ଲେଭର ସଫଳତା ପରେ ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ ଶହେରୁ ଅଧିକ କମ୍ପାନୀ ଆଗ୍ରହ ପ୍ରକାଶ କରିଥିଲେ। ମେକ୍-ଇନ୍-ଓଡ଼ିଶା କନକ୍ଲେଭ-୨୦୧୮ ଆସନ୍ତା ବର୍ଷ ନଭେମ୍ବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବୋଲି ଆଜି ନବୀନ ଘୋଷଣା କରିଥିଲେ।

https://www.youtube.com/watch?v=wLMb26HEhPs

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story