ସମ୍‌ ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି

ଭୁବନେଶ୍ୱର: ସମ୍‌ ହସ୍ପଟାଲ୍‌ ଅଗ୍ନିକାଣ୍ଡ ଘଟଣାରେ ଆଜି ଆଉ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ପ୍ରାଣ ହରାଇ ଥିବା ରୋଗୀ ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ଓଗାଳପଡ଼ାର ଗୋପାଳ ଦଳେଇ। ସମ୍‌ ହସ୍ପପିଟାଲ୍‌ରେ ଅଗ୍ନିକାଣ୍ଡ ଘଟିବା ପରେ ତାଙ୍କୁ ନୀଳାଚଳ ହସ୍ପପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ୧୭ ତାରିଖ ସୋମବାର ସନ୍ଧ୍ୟାରେ ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ ଯୋଗୁଁ ସମ୍‌ ହସ୍ପିଟାଲର […]

sum6

Rakesh Mallick
  • Published: Friday, 28 October 2016
  • , Updated: 28 October 2016, 03:27 PM IST

ଭୁବନେଶ୍ୱର: ସମ୍‌ ହସ୍ପଟାଲ୍‌ ଅଗ୍ନିକାଣ୍ଡ ଘଟଣାରେ ଆଜି ଆଉ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ପ୍ରାଣ ହରାଇ ଥିବା ରୋଗୀ ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ଓଗାଳପଡ଼ାର ଗୋପାଳ ଦଳେଇ।

ସମ୍‌ ହସ୍ପପିଟାଲ୍‌ରେ ଅଗ୍ନିକାଣ୍ଡ ଘଟିବା ପରେ ତାଙ୍କୁ ନୀଳାଚଳ ହସ୍ପପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

୧୭ ତାରିଖ ସୋମବାର ସନ୍ଧ୍ୟାରେ ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ ଯୋଗୁଁ ସମ୍‌ ହସ୍ପିଟାଲର ଡାଏଲେସିସି ବିଭାଗରେ ନିଆଁ ଲାଗିଯାଇଥିଲା। ଏଥିରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଗୁରୁତର ଆହତ ୧୦୬ ଜଣ ରୋଗୀଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏହି ଘଟଣା ସମ୍‌ ହସପିଟାଲ ମାଲିକ ମନୋଜ ନାୟକ ସମେତ ୫ ଜଣ ଗିରଫ ହୋଇଛନ୍ତି।

Related story