ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ଗାଁ ଦାଣ୍ଡରେ ପିଟି ପିଟି ହତ୍ୟା

ବାରିପଦା(ଓଡ଼ିଶା ରିପୋର୍ଟର): ଏବେବି ମନରୁ ଦୂର ହେଉନି ଅନ୍ଧବିଶ୍ୱାସ। ଡାହାଣୀ ସନ୍ଦେହରେ କେତେବେଳେ କାହାକୁ ଗାଁରୁ ବାସନ୍ଦ କରାଯାଉଛି ତ ଆଉ କେତେବେଳେ ହତ୍ୟା କରାଯାଉଛି। ଏନେଇ ବ୍ୟାପକ ସଚେତନତା ସତ୍ତ୍ୱେ ଗତକାଲି ରାତିରେ ଡାହାଣୀ ସନ୍ଦେହରେ ଜଣେ ବୃଦ୍ଧା ଆକ୍ରମଣରେ ଶିକାର ହୋଇଛି। ଗାଁ ଲୋକେ ସଂଘ ବଦ୍ଧ ହୋଇ ବୃଦ୍ଧାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ସାରୁସୁଳା ପଞ୍ଚାୟତ ଧାନଶୋଳ […]

Rakesh Mallick
  • Published: Monday, 04 September 2017
  • , Updated: 04 September 2017, 04:57 PM IST

ବାରିପଦା(ଓଡ଼ିଶା ରିପୋର୍ଟର): ଏବେବି ମନରୁ ଦୂର ହେଉନି ଅନ୍ଧବିଶ୍ୱାସ। ଡାହାଣୀ ସନ୍ଦେହରେ କେତେବେଳେ କାହାକୁ ଗାଁରୁ ବାସନ୍ଦ କରାଯାଉଛି ତ ଆଉ କେତେବେଳେ ହତ୍ୟା କରାଯାଉଛି। ଏନେଇ ବ୍ୟାପକ ସଚେତନତା ସତ୍ତ୍ୱେ ଗତକାଲି ରାତିରେ ଡାହାଣୀ ସନ୍ଦେହରେ ଜଣେ ବୃଦ୍ଧା ଆକ୍ରମଣରେ ଶିକାର ହୋଇଛି। ଗାଁ ଲୋକେ ସଂଘ ବଦ୍ଧ ହୋଇ ବୃଦ୍ଧାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ସାରୁସୁଳା ପଞ୍ଚାୟତ ଧାନଶୋଳ ଗାଁରେ ଘଟିଛି। ମାତ୍ର ଏପରି ଅଭିଯୋଗକୁ ଗାଁ ଲୋକେ ଖଣ୍ଡନ କରିଛନ୍ତି।

ଧାନଶୋଳ ଗାଁରେ ଜଣେ ବୃଦ୍ଧା ତାଙ୍କ ପୁଅ ସହିତ ରୁହନ୍ତି। ଗତକାଲି ରାତିରେ ବୃଦ୍ଧା ଏକକୀ ଘରେ ଥିଲେ। ପୁଅ କାମରେ ଗାଁ ବାହାରକୁ ଯାଇଥିଲେ। ପୁଅର ଅନୁପସ୍ଥିତିରେ ଗାଁ ଲୋକେ ଡହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ଦାଣ୍ଡକୁ ଡାକି ନେଇ ଅତି ନିର୍ଦ୍ଦୟ ଭାବେ ମାଡ଼ ମାରିଥିଲେ। କୌଣସି ସୂତ୍ରରୁ ଖବର ପାଇ ବୃଦ୍ଧାଙ୍କ ପୁଅ ଗାଁରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ପୋଲିସ ଗାଁରେ ପହଞ୍ଚି ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛି। ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ୱାର୍ଡ଼ମେମ୍ୱର ହରେନ୍ଦ୍ର ରାଉତ କହିଛନ୍ତି-“ଆକ୍ରମଣରେ ଶିକାର ହୋଇଥିବା ବୃଦ୍ଧା ଗାଁରେ ରୁହନ୍ତି ନାହିଁ। ସେ କେବେ କେମିତି ଗାଁକୁ ଆସ କିଛି ସମୟ ରହି ଫେରି ଯାହାନ୍ତି। ସେ ସବୁବେଳେ ଅନ୍ୟ ଗାଁରେ ରୁହନ୍ତି। ଆମ ଗାଁକୁ ବଦନାମ କରିବା ପାଇଁ ଏପରି ଅପପ୍ରଚାର କରାଯାଉଛି।”

ଗ୍ରାମବାସୀ ରଙ୍ଗଲତା ରାଉତ କହିଛନ୍ତି-“ଆକ୍ରମଣରେ ଶିକାର ହୋଇଥିବା ବୃଦ୍ଧା ଜଣକ ଗାଁରେ ରୁହନ୍ତି ନାହିଁ। ୨ରୁ ୩ ମାସରେ ଥରେ ଗାଁକୁ ଆସନ୍ତି। କିଛି ସମୟ ରହି ଫେରି ଯାଆନ୍ତି। ତାଙ୍କୁ କିଏ ଆକ୍ରମଣ କରିଛି ଆମେ ଜାଣିନୁ।”

Related story