ସୁରକ୍ଷା ନ ମିଳିବାରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ

ଭୁବନେଶ୍ୱର: ନିର୍ବାଚନ ପ୍ରଚାର ପାଇଁ ଭୁବନେଶ୍ୱରରେ ଆଜି ଆସି ପହଞ୍ଚି ଥିବା କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ରାମକ୍ରିପାଲ ଯାଦବଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇନାହିଁ। ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାମକ୍ରିପାଲ। ସେ କହିଛନ୍ତି,“ଆଗରୁ ରାଜ୍ୟ ସରକାରଙ୍କ ମିଛ ଧରାଇ ଦେଇଥିଲି। ସେଥିପାଇଁ ମୋତେ ସୁରକ୍ଷା ଯୋଗାଇ ଦିଆଗଲା ନାହିଁ। ସୁରକ୍ଷା ଦେବା କଥା ଛାଡନ୍ତୁ ରାଜ୍ୟ ସରକାର ପ୍ରୋଟକଲ ମଧ୍ୟ ପାଳନ କଲେ ନାହିଁ।” ଯଦି ମୋତେ କହି ମାରିଦେଇଥାନ୍ତା ଦେବେ ଏଥିପାଇଁ […]

ramkripal

ramkripal

Rakesh Mallick
  • Published: Thursday, 09 February 2017
  • Updated: 09 February 2017, 04:03 PM IST

Sports

Latest News

ଭୁବନେଶ୍ୱର: ନିର୍ବାଚନ ପ୍ରଚାର ପାଇଁ ଭୁବନେଶ୍ୱରରେ ଆଜି ଆସି ପହଞ୍ଚି ଥିବା କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ରାମକ୍ରିପାଲ ଯାଦବଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇନାହିଁ। ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାମକ୍ରିପାଲ। ସେ କହିଛନ୍ତି,“ଆଗରୁ ରାଜ୍ୟ ସରକାରଙ୍କ ମିଛ ଧରାଇ ଦେଇଥିଲି। ସେଥିପାଇଁ ମୋତେ ସୁରକ୍ଷା ଯୋଗାଇ ଦିଆଗଲା ନାହିଁ। ସୁରକ୍ଷା ଦେବା କଥା ଛାଡନ୍ତୁ ରାଜ୍ୟ ସରକାର ପ୍ରୋଟକଲ ମଧ୍ୟ ପାଳନ କଲେ ନାହିଁ।”

ଯଦି ମୋତେ କହି ମାରିଦେଇଥାନ୍ତା ଦେବେ ଏଥିପାଇଁ କିଏ ଦାୟୀ ହୋଇଥାନ୍ତି ବୋଲି ରାଜ୍ୟ ସରକାରଙ୍କୁ ରାମକ୍ରିପାଲ ପ୍ରଶ୍ନ କରିଛନ୍ତି। ଏହାସହ ସେ କହିଛନ୍ତି,“ଜଣେ ଶତ୍ରୁକୁ ମଧ୍ୟ କେହି ଏପରି ବ୍ୟବହାର କରି ନ ଥାଏ। ପ୍ରଥମ ଥର ପାଇଁ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଏପରି ବ୍ୟବହାର କରାଯିବା ଦେଖିଲି। ପଞ୍ଚାୟତ ନିର୍ବାଚନ ପ୍ରଚାର ବେଳେ ଏହା ଲୋକଙ୍କୁ ଜଣାଇବି।”

ସେ କହିଛନ୍ତି,“୧୭ ବର୍ଷ ହେଲା ଏ ସରକାର ମିଛ କହି କ୍ଷମତା ନିଜ ପାଖରେ ରଖିବାକୁ ଚେଷ୍ଟା କରିଆସିଛି। କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଇନ୍ଦିରା ଆବାସ ଯୋଜନାକୁ ବିଜୁ ଆବାସ ନାଁ ଦେଉଛନ୍ତି। ୧୫ ବର୍ଷରେ ଯେଉଁ ଗୃହ ନିର୍ମାଣ ହୋଇଛି ତାକୁ ୨ ବର୍ଷରେ କରାଯାଇଥିବା କହି ଭୁଆଁ ବୁଲାଉଛନ୍ତି।”

ପଞ୍ଚାୟତ ନିର୍ବାଚନ ବେଳେ କେନ୍ଦ୍ର ଦେଥଇଥିବା ଅର୍ଥର ହିସାବ ନେବାକୁ ମୁଁ ଆସିଛି ବୋଲି କହିଛନ୍ତି ରାମକ୍ରିପାଲ। ସେ କହିଛନ୍ତି,“ଗାଁ ଓ ଗରିବଙ୍କ ବିକାଶ ପାଇଁ ଭାରତ ସରକାର ଯେଉଁ ଅର୍ଥ ଦେଇଛନ୍ତି ତାହା କ’ଣ ହେଲା ଓ କେତେ ଖର୍ଚ୍ଚ କରିଛନ୍ତି ତାହାର ଜବାବ ମାଗିବାକୁ ଆସିଛି। ମନରେଗାରେ ଶ୍ରମିକଙ୍କୁ ୧୦୦ ଦିନର କାମ ଯୋଗାଇ ପାରୁନାହାନ୍ତି। କେତେ ଶ୍ରମିକ ପଞ୍ଜିକୃତ ହେଉଛନ୍ତି ସେମାନଙ୍କ ମଧ୍ୟରୁ ୬୫ ପ୍ରତିଶତ କାମ ପାଉଛନ୍ତି।”

ରାମକ୍ରିପାଲଙ୍କ ଏପରି ଅଭିଯୋଗର ଉତ୍ତର ବିଜେଡି ଦେଇଛି। ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି,“ଜଣେ କେନ୍ଦ୍ରମନ୍ତ୍ରୀ ଗୋଟିଏ ରାଜ୍ୟକୁ ନିର୍ବାଚନ ପ୍ରଚାରରେ ଆସିଥିବା ବେଳେ ଦାୟିତ୍ୱପୂର୍ଣ୍ଣ ମନ୍ତବ୍ୟ ଦେବା ଦରକାର। ନିର୍ବାଚନ ସମୟରେ ସମସ୍ତ କାର୍ଯ୍ୟର ତଦାରଖ ନିର୍ବାଚନ କମିଶନ କରିଥାନ୍ତି। ସେ ରାଜ୍ୟ ନିର୍ବାଚନ କମିଶନଙ୍କ ସହ ଯୋଗାଯୋଗ କରିଛନ୍ତି କି ନାହିଁ ଦେଖିବାର ଅଛି। ନିର୍ବାଚନ ସମୟରେ ରାଜ୍ୟ ସରକାର ବିଶେଷ କିଛି କରି ନ ଥାନ୍ତି। ଏପରି ସମୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜେପି ସପକ୍ଷରେ ରାଜନୈତିକ ବାତାବରଣ ତିଆରି କରୁଛନ୍ତି। ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନା ହଡ଼ପ କରୁଥିବା ଅଭିଯୋଗ କରିବା ଅପେକ୍ଷା କେନ୍ଦ୍ରମନ୍ତ୍ରୀ ହିସାବରେ ସେ ଏହାର ରିଭ୍ୟୁ କରିବା ଉଚିତ। କେବଳ କେନ୍ଦ୍ରୀୟ ଯୋଜନା ନୁହେଁ ସବୁ ବିଭାଗର ରିଭ୍ୟୁ କରିବାର ଅଧିକାର ତାଙ୍କର ରହିଛି। ସେ ସେପରି କିଛି ନ କରି ସାଧାରଣରେ ମତ ଦେବା ମଧ୍ୟ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos