ସୁବଳ ସାହୁଙ୍କ ପରିବାରକୁ ବିଜେଡି ଘର ଓ ୩ କୋଟି ଟଙ୍କା ଦେଇଛି: ସୁରେଶ ରାଉତରାୟ

ଭୁବନେଶ୍ୱର: ଦିବଗଂତ ବିଧାୟକ ସୁବଳ ସାହୁଙ୍କ ପରିବାର ବିରୋଧରେ କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ ଗୁରୁତର ଅଭିଯୋଗ ଆଣିଛନ୍ତି। ସେମାନେ ଟଙ୍କା ଓ ଘର ନେଇ ବିଜେଡିରେ ମିଶିଛନ୍ତି ବୋଲି ସେ କହିଛନ୍ତି। ସୁରେଶ କହିଛନ୍ତି,“ସୁବଳ ସାହୁଙ୍କ ପରିବାରକୁ ବିଜେଡି ପ୍ରୋଲଭିତ କରିଛି। ଦଳରେ ମିଶିବାକୁ ବିଜେଡି ସେମାନଙ୍କୁ ଭୁବନେଶ୍ୱର ଏମ୍ସ ସାମ୍ନାରେ ଏକ ଫ୍ଳାଟ୍ ଓ ୩କୋଟି ଟଙ୍କା ଦେଇଛି।” ଅନ୍ୟପକ୍ଷରେ ସୁରେଶ ରାଉରରାୟଙ୍କ ମନ୍ତବ୍ୟକୁ ବିଜେଡିର ମୁଖପାତ୍ର ପ୍ରଶାନ୍ତ ନନ୍ଦ ଖଣ୍ଡନ କରିଛନ୍ତି। […]

suresh

Rakesh Mallick
  • Published: Sunday, 01 October 2017
  • , Updated: 01 October 2017, 08:54 AM IST

ଭୁବନେଶ୍ୱର: ଦିବଗଂତ ବିଧାୟକ ସୁବଳ ସାହୁଙ୍କ ପରିବାର ବିରୋଧରେ କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ ଗୁରୁତର ଅଭିଯୋଗ ଆଣିଛନ୍ତି। ସେମାନେ ଟଙ୍କା ଓ ଘର ନେଇ ବିଜେଡିରେ ମିଶିଛନ୍ତି ବୋଲି ସେ କହିଛନ୍ତି।

ସୁରେଶ କହିଛନ୍ତି,“ସୁବଳ ସାହୁଙ୍କ ପରିବାରକୁ ବିଜେଡି ପ୍ରୋଲଭିତ କରିଛି। ଦଳରେ ମିଶିବାକୁ ବିଜେଡି ସେମାନଙ୍କୁ ଭୁବନେଶ୍ୱର ଏମ୍ସ ସାମ୍ନାରେ ଏକ ଫ୍ଳାଟ୍ ଓ ୩କୋଟି ଟଙ୍କା ଦେଇଛି।”

ଅନ୍ୟପକ୍ଷରେ ସୁରେଶ ରାଉରରାୟଙ୍କ ମନ୍ତବ୍ୟକୁ ବିଜେଡିର ମୁଖପାତ୍ର ପ୍ରଶାନ୍ତ ନନ୍ଦ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“କଂଗ୍ରେସର ଅଭିଯୋଗ ମନଗଢ଼ା। ଏଥିରେ କୌଣସି ସତ୍ୟତା ନାହିଁ। ସୁବଳ ସାହୁଙ୍କ ପରିବାର କ’ଣ ପାଇଁ କଂଗ୍ରେସ ଦଳ ଛାଡିଲେ ସେମାନେ ନିଜେ ଯାଇ ପଚାରନ୍ତୁ।”

କିଛି ଦିନ ପୂର୍ବରୁ ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡି ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିବାକୁ ଘୋଷଣା କରିଥିଲା। ତା’ପୂର୍ବରୁ ରୀତା ଓ ତାଙ୍କ ପରିବାର ଶତାଧିକ ସମର୍ଥକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡି ସାମିଲ ହୋଇଥିଲେ।

ସୁବଳ ସାହୁଙ୍କ ପରିବାରକୁ ବିଜେଡି ଭୁବନେଶ୍ୱରରେ ଏକ ଘର ଓ ୨ କୋଟି ଟଙ୍କା ଦେଇଛି ବୋଲି ପୂର୍ବରୁ ପୂର୍ବତନ ବିଧାୟକ ଅଶୋକ ପ୍ରାଣିଗ୍ରାହୀ ଅଭିଯୋଗ କରି ସାରିଛନ୍ତି। ସୂଚନାଯୋଗ୍ୟ, ବିଜେଡିର ଏହି ପୂର୍ବତନ ବିଧାୟକ ଆସନ୍ତାକାଲି ବିଜେପିରେ ମିଶିବେ।

ସୁବଳ ସାହୁଙ୍କ ପରିବାର ଲୋକେ ବିଜେଡିରେ ମିଶିବା ଘଟଣାକୁ ଅଶୋକ ତୀବ୍ର ବିରୋଧ କରିଥିଲେ। ଏନେଇ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଏକ ଚିଠି ମଧ୍ୟ ଲେଖିଥିଲେ।

Related story