ସାର୍‌ ଦି ଭାଗ: ଦଳେ ଫସିଲେ, ଦଳେ ବସିଲେ

ଭୁବନେଶ୍ୱର(ଭୁବନେଶ୍ୱର): ରାଜନୀତିର ପଶାପାଲିରେ ଛନ୍ଦି ହୋଇଛି ଶିକ୍ଷକଙ୍କ ଆନ୍ଦୋଳନ। କେତେବେଳେ ଧାରଣାସ୍ଥଳରେ ଆନ୍ଦୋଳନକାରୀ ଶିକ୍ଷକଙ୍କୁ ସମର୍ଥନ ଜଣାଉଛି ବିଜେପି ତ ଆଉ କେତେବେଳେ ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ମଧ୍ୟସ୍ଥି ସାଜୁଛନ୍ତି ବିଜେଡି ନେତା। ଏଭଳି ରାଜନୈତିକ ଟଣା ଓଟରା ଭିତରେ ଦୁଇ ଭାଗ ହୋଇଯାଇଛନ୍ତି ଆନ୍ଦୋଳନକାରୀ ଶିକ୍ଷକ।

ଦାବି ପୂରଣ ନେଇ ଅନ୍ଦୋଳନ କରୁଥିବା ଶିକ୍ଷା ସହାୟକ ସଂଘ ଓ ପ୍ରାଥମିକ ଶିକ୍ଷକ ସଂଘ ଡାକରା ପାଇ ଗତକାଲି ପୂର୍ବାହ୍ନରେ ଗଣଶିକ୍ଷା ମନ୍ତ୍ରୀଙ୍କ ପାଖକୁ ଯାଇଥିଲେ। ଦୀର୍ଘ ସମୟ ଧରି ହେଲା ଆଲୋଚନା। କିଛି ସମୟ ପରେ ଆନ୍ଦୋଳନରୁ ଓହରିଥିବା ନିଷ୍ପତ୍ତି ଜଣାଇଥିଲେ ପ୍ରାଥମିକ ଶିକ୍ଷକ ସଂଘର ସଭାପତି। ମାତ୍ର ଏହି ନିଷ୍ପତ୍ତିରେ ସହମତ ନହୋଇ ଆନ୍ଦୋଳନ ଜାରି ରଖିଥିଲା ଶିକ୍ଷା ସହାୟକ ସଂଘ। ସନ୍ଧ୍ୟାରେ ପୁଣି ବୈଠକ ଡାକିଲେ ଗଣଶିକ୍ଷାମନ୍ତ୍ରୀ। ଚାଲିଲା ଆଲୋଚନା। ତଥାପି ଫିଟି ପାରିଲାନି ସମାଧାନର ବାଟ। ଯାହାଫଳରେ ଏବେ ମଧ୍ୟରେ ଆନ୍ଦୋଳନ ଜାରି ରହିଛି।

ଓଡ଼ିଶା ଶିକ୍ଷା ସହାୟକ ସଂଘ ସଭାପତି ମଳୟ କୁମାର ଜେନା କହିଛନ୍ତି-“ଆମେ ଶିକ୍ଷାଦାନ କରି ସମାଜ ଗଠନ କରୁଛୁ। ଆମ ଉପରେ କୌଣସି ରାଜନୈତିକ ବ୍ୟକ୍ତି ଚାପ ପକାଇବେ ନାହିଁ ବା ଆମେ କାହାରି ଚାପରେ ଆସିବୁ ନାହିଁ। ଯିଏ, ଯେତେ କହିଥିଲେ ମଧ୍ୟ ଆମେ ସରକାରଙ୍କ ସହିତ ଅଛୁ। ରାଜ୍ୟ ସରକାର ଆମ ଦାବି ପୂରଣ କଲେ ଆମେ ପଳାଇଯିବୁ।”

ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରାଜେଶ ମହାନ୍ତି କହିଛନ୍ତି-“ଦାବି ପୂରଣ ନେଇ ରାଜ୍ୟ ସରକାର ୧୫ ଦିନ ସମୟ ମାଗିଥିଲେ। ଏଥିରେ ଆମେ ରାଜି ହୋଇଥିଲୁ। ନଭେମ୍ୱର ୩୦ ସୁଦ୍ଧା ଦାବି ପୂରଣ ନହେଲେ ଆମେ ପୁଣି ରାଜରାସ୍ତାକୁ ଆସିବୁ।”

ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ଶିକ୍ଷା ଦାନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଛାତ୍ରଛାତ୍ରୀମାନେ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି। ତେବେ ଶିକ୍ଷକଙ୍କ ଆନ୍ଦୋଳନରୁ ପଲିଟିକାଲ୍ ଲିଙ୍କ୍ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିଜେଡି ଓ ବିଜେପି।

ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି-“ରାଜ୍ୟ ସରକାର ଶିକ୍ଷକଙ୍କ କଥା ଶୁଣିବା ପରିବର୍ତ୍ତେ ସେମାନଙ୍କ ମଧ୍ୟରେ ବିଭାଜନ କରୁଛନ୍ତି। ଯାହାକୁ ନେଇ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।”

ବିଜେଡି ନେତା ସୁବାସ ସିଂ କହିଛନ୍ତି-“ଆଲୋଚନା ମାଧ୍ୟମରେ ଶିକ୍ଷକଙ୍କ ଦାବି ପୂରଣ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି। ମାତ୍ର ବିଜେପି ମିଛ କହି ରାଜ୍ୟକୁ ବିପର୍ଯ୍ୟସ୍ତ ଆଡକୁ ଟାଣି ନେଉଛି।”

Ordigital Desk
• Published: Friday, 10 November 2017
• Updated: 10 November 2017, 09:43 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos