ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନରେ ମତଦାନ ବାଧାପ୍ରାପ୍ତ ହୋଇଛି। ଭିଭିପାଟ୍ ମେସିନ୍ରେ ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଛି। ବିଜେପୁର ବ୍ଲକର ୮୮, ୧୦୨, ୧୪୧ ନଂ ବୁଥ୍ରେ ମେସିନ୍ ତ୍ରୁଟି ଯୋଗୁଁ ଏହି ସମସ୍ୟା ଦେଖାଯାଇଛି। ଭୋଟ୍ ଦାନର ଅଧ ଘଣ୍ଟାଏ ପରେ ଭିଭିପାଟ୍ରେ ତ୍ରୁଟି ଦେଖାଯାଇଥିଲା।
ବରପାଲି ବ୍ଲକ ୨୦ ନଂ ବୁଥ୍ରେ ମେସିନ୍ରେ ବି ତ୍ରୁଟି ଅଭିଯୋଗ ହୋଇଥିଲା। ତେବେ ପରେ ଏହା ଠିକ୍ କରାଯାଇଥିଲା ଓ ଏବେ ଏଥିରେ ମତଦାନ ଚାଲିଥିବା ନେଇ ସୂଚନା ମିଳିଛି।
ପ୍ରଥମ ଥର ପାଇଁ ଭିଭିପାଟ୍ ଦ୍ୱାରା ଭୋଟ ଗ୍ରହଣ ହେଉଛି।