ଡ୍ରେସ୍ ଆଇରନ୍‌ ଟେନସନ୍‌ ଗଲା: ଏଣିକି ମେସିନ୍ କରୁଛି କାମ, ଦେଖନ୍ତୁ ଭିଡିଓ

ବିଜ୍ଞାନ ଯୁଗରେ ସବୁ ସମ୍ଭବ। ଅର୍ଡର କରିବା ମାତ୍ରେ ଲୋକଙ୍କ ହାତପାଆନ୍ତାରେ ସବୁ  ଜିନିଷ ସଙ୍ଗେ ସଙ୍ଗେ  ମିଳିଯାଉଛି। ସେହିପରି ଆଜିକାଲି ଆଉ ମଣିଷ ବି କିଛି କରୁନି। ଯାହା କରୁଛି ମେସିନ୍। ଲୋକଙ୍କର କାମକୁ  ସହଜ ସୁବିଧା କରିବା ପାଇଁ ବୈଷୟିକ ଜ୍ଞାନ କୌଶଳକୁ ଉପଯୋଗ କରି ବିଭିନ୍ନ ପ୍ରକାର ମେସିନ ଉଦ୍ଭାବନ ହେଉଛି। ଏଥର ସେମିତି ଏକ  ଚମତ୍କାର ମେସିନ ବଜାରକୁ ଆସିଛି। ଯାହାକୁ ହାଇଟେକ୍‌ ଆଇରନ୍‌ ବୋଲି କୁହାଯାଉଛି । ବିନା ପରିଶ୍ରମରେ ଏବଂ ଆଖିପିଚୁଳାକେ ଏହି ମେସିନ୍ ମାଧ୍ୟମରେ ଡ୍ରେସ୍‌ ଆଇରନ୍‌ ହୋଇଯାଉଛି।  ଏହି ମେସିନର ଭିଡିଓ କିଛି ଦିନ ହେବ ସୋସିଆଲ ମିଡ଼ିଆ ଭାଇରାଲ ହେଉଛି।  ଭିଡ଼ିଓରେ ମେସିନରେ କପଡ଼ା ଇସ୍ତ୍ରୀ ହୋଇ ବାହାରି ଆସୁଥିବା ଦେଖିବାକୁ ମିଳୁଛି।  ଏହି ମେସିନୋ ଦେଖିବାକୁ ଖୁବ୍‌ ମଜା ଦାୟକ ଲାଗୁଛି।