ଏହି ୫ଟି ପୁରୁଣା ଜିନିଷ ସୁନା ପରି ମୂଲ୍ୟବାନ୍

ଭୁବନେଶ୍ୱର(ଓଡିଶା ରିପୋର୍ଟର): କିଛି ଜିନିଷ ପୁରୁଣା ହୋଇଗଲେ ଲୋକ ତାକୁ ଅଦରକାରୀ ଭାବି ଫୋପାଡି ଦିଅନ୍ତି। ଆଉ କିଛି ଲୋକ ଅଛନ୍ତି ପୁରୁଣା ଜିନିଷକୁ ସାଇତି ରଖନ୍ତି ଓ କୁହନ୍ତି Old is gold । କଥାଟି ପୂରା ସତ। କିଛି ଜିନିଷ ରହିଛି ଯାହା ପୁରୁଣା ହେବା ପରେ ବେଶି ଉପକାରୀ ବା ମୂଲ୍ୟବାନ୍ ହୋଇଯାଏ। ଯେମିତିକି ଘରୋଇ ସହାୟକ, ଘିଅ, କଇଁଆ, ମହୁ ଏବଂ ବୈଦ୍ୟ। ଏମାନେ ଯେତେ ପୁରୁଣା ହେବେ ସେତେ ଭଲ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଏହି ସବୁ ଜିନିଷ ଯେତେ ପୁରୁଣା ହେଲେ ବି ତାକୁ ପାଖରେ ରଖନ୍ତୁ।