ଏହି ତିନି ରାଶିର ଝିଅଙ୍କ ପାଖରେ ନିଜକୁ ସମର୍ପି ଦିଅନ୍ତି ପୁଅ: ଜାଣନ୍ତୁ କ’ଣ ଏହାର କାରଣ

ସୁନ୍ଦର ଝିଅଟିଏ ଦେଖିଲେ ସାଧାରଣତଃ ତା ପ୍ରତି ପୁଅମାନେ ଆକର୍ଷିତ ଏକ ସାଧାରଣ ଘଟଣା।ଅଧିକାଂଶ ସମୟରେ ପ୍ରଥମ ଦେଖାରେ ପ୍ରେମରେ ବି ପଡ଼ି ଯାଆନ୍ତି। ଝିଅଟିକୁ ଖୁସି କରିବାକୁ ଗିଫ୍ଟ ଦିଅନ୍ତି। ତା ମନ ରଖିବାକୁ ଚେଷ୍ଟା କରନ୍ତି। ଜ୍ୟୋତିଷଶାସ୍ତ୍ର କହୁଛି, କିଛି ଝିଅଙ୍କ ରାଶି ହିଁ ଏମିତିକା। ରାଶିର ପ୍ରଭାବରେ ପୁଅମାନେ ତାଙ୍କ ପ୍ରତି ଆକର୍ଷିତ ହୁଅନ୍ତି। ଅନ୍ୟ ଭାଷାରେ କହିଲେ, ସେମାନେ ବଶ ହୋଇ ରହନ୍ତି। ଜ୍ୟୋତିଷ ବିଦ୍ୟା କହୁଛି, ୧୨ଟି ରାଶି ମଧ୍ୟରୁ […]

Untitled-1

Untitled-1

Rakesh Mallick
  • Published: Monday, 12 March 2018
  • Updated: 12 March 2018, 07:11 PM IST

Sports

Latest News

ସୁନ୍ଦର ଝିଅଟିଏ ଦେଖିଲେ ସାଧାରଣତଃ ତା ପ୍ରତି ପୁଅମାନେ ଆକର୍ଷିତ ଏକ ସାଧାରଣ ଘଟଣା।ଅଧିକାଂଶ ସମୟରେ ପ୍ରଥମ ଦେଖାରେ ପ୍ରେମରେ ବି ପଡ଼ି ଯାଆନ୍ତି। ଝିଅଟିକୁ ଖୁସି କରିବାକୁ ଗିଫ୍ଟ ଦିଅନ୍ତି। ତା ମନ ରଖିବାକୁ ଚେଷ୍ଟା କରନ୍ତି। ଜ୍ୟୋତିଷଶାସ୍ତ୍ର କହୁଛି, କିଛି ଝିଅଙ୍କ ରାଶି ହିଁ ଏମିତିକା। ରାଶିର ପ୍ରଭାବରେ ପୁଅମାନେ ତାଙ୍କ ପ୍ରତି ଆକର୍ଷିତ ହୁଅନ୍ତି। ଅନ୍ୟ ଭାଷାରେ କହିଲେ, ସେମାନେ ବଶ ହୋଇ ରହନ୍ତି। ଜ୍ୟୋତିଷ ବିଦ୍ୟା କହୁଛି, ୧୨ଟି ରାଶି ମଧ୍ୟରୁ ୩ଟି ରାଶିର ଝିଅ ଏହିପରି ହୋଇଥାନ୍ତି। ଯାହାଙ୍କୁ ଦେଖି ପୁଅମାନେ ସାଂଘାତିକ ଭାବେ ପ୍ରେମରେ ପଡ଼ନ୍ତି ଓ ସଂପୂର୍ଣ୍ଣ ଭାବେ ତାଙ୍କ ବଶ ହୋଇ ରହନ୍ତି। ଆସନ୍ତୁ ଜାଣିବା ଏ ସଂପର୍କରେ କ’ଣ କହୁଛି ଜ୍ୟୋତିଷଶାସ୍ତ୍ର।

ବିଛା: ପୁଅମାନଙ୍କୁ ଆକର୍ଷିତ କରିବାରେ ଏହି ରାଶିର ଝିଅ ପ୍ରଥମ ସ୍ଥାନ ଅଧିକାର କରିଥାନ୍ତି। ଏହି ରାଶିର ଝିଅମାନଙ୍କର ଏପରି କିଛି ସ୍ୱଭାବ ଥାଏ, ଯାହା ପାଇଁ ପୁଅମାନେ ଦିୱାନା ହୋଇଯାଆନ୍ତି। ଏ ରାଶିର ଝିଅମାନେ ସାଧାରଣତଃ ଦେଖିବାକୁ  ଖୁବ୍ ସୁନ୍ଦର ହୋଇଥାନ୍ତି। କଥା ମଧ୍ୟ ମିଠା ମିଠା କହନ୍ତି। ସ୍ୱଭାବରେ ଏମାନେ ଭଲ ଚିନ୍ତାଧାରାର ଝିଅ। ତେଣୁ ପୁଅମାନେ ଏମାନଙ୍କ ପ୍ରତି ଅଧିକ ଭାବରେ ଆକର୍ଷିତ ହୋଇଥାନ୍ତି। ଝିଅଟି ଯାହା ଚାହେଁ ତାହା କରିବାକୁ ଚେଷ୍ଟା କରନ୍ତି। ସବୁ ମତେ ସେମାନେ ତାଙ୍କୁ ଖୁସି କରିବାକୁ ଚାହାଁନ୍ତି।

ମିଥୁନ: ଏହି ରାଶିର ଝିଅମାନେ ମଧ୍ୟ ବହୁତ ସୁନ୍ଦର। ଏମାନଙ୍କ ଭାବମୂର୍ତ୍ତି ମଧ୍ୟ ଅନ୍ୟକୁ ଆକର୍ଷିତ କଲା ପରି ହୋଇଥାଏ। ଏମାନେ କେବେ ଦୁଃଖରେ ରହିବାର ଦେଖାଯାଏ ନାହିଁ। କଥା କଥାକେ ଖୋଲା ହସ ହସିବା ଏମାନଙ୍କ ସ୍ୱଭାବ। ଏହି ପ୍ରକାର ଗୁଣ ଯୋଗୁ ଏମାନେ ପୁଅଙ୍କ ପାଖରେ ପ୍ରିୟ ହୋଇଥାନ୍ତି। ପୁଅମାନେ ଏମାନଙ୍କ ପ୍ରେମରେ ସହଜରେ ପଡ଼ି ଯାଆନ୍ତି ଓ ତାଙ୍କୁ ଖୁସି ରଖିବାକୁ ସବୁ ପ୍ରକାର ଚେଷ୍ଟା କରନ୍ତି।

ବୃଷ: ଏହି ରାଶିର ଝିଅଙ୍କର ପର୍ସନାଲିଟି ଭଲ। ଏମାନଙ୍କ ପାଖରେ ସୌନ୍ଦର୍ଯ୍ୟ ଯେତେ କାମ ନକରେ, ଭାବମୂର୍ତ୍ତି ବେଶୀ କାମ କରେ। ସମସ୍ତଙ୍କ ପାଖରେ ଭଲ ଇମେଜ୍ ଥିବାରୁ ପୁଅମାନେ ଏମାନଙ୍କ ପ୍ରେମରେ ବେଶୀ ପଡ଼ିଥାନ୍ତି। ପୁଅମାନେ ସବୁବେଳେ ଏମାନଙ୍କ କଥା ମାନି ଚାଲିବା ଦେଖାଯାଏ। କାରଣ, ପୁଅମାନେ କଥା ନ ମାନିଲେ ଏ ରାଶିର ଝିଅମାନେ ତାଙ୍କଠାରୁ ଦୂରେଇ ଯାଆନ୍ତି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos