ଋଣ ଜାଲରୁ ମୁକୁଳିବା ପାଇଁ ଜାଣନ୍ତୁ କିଛି ଫର୍ମୁଲା

ବ୍ୟବସାୟ ବୃଦ୍ଧି ହେଉ କି ଅନ୍ୟ କିଛି ଅଭାବଜନିତ କାରଣ ହେଉ ଘରେ ଆର୍ଥିକ ସମସ୍ୟା ଦେଲେ ମୁଣ୍ଡକୁ ଆସେ ଋଣ କରିବାର ଉପାୟ।  ଆର୍ଥିକ ବୋଝକୁ ଟାଳିବା ପାଇଁ ମଣିଷ ଧାର, ଉଧାର କରେ। ବ୍ୟାଙ୍କରୁ ଋଣ ଆଣେ।  ହେଲେ ଭାଗ୍ୟ ଯଦି ବାମ ହେଲା ତେବେ ଋଣ ପରିଷୋଧ କରି ନ ପାରିଲେ ସେହି ଜାଲରେ ଛଟପଟ ହୁଏ ମଣିଷ। ବେଳେ ବେଳେ ଏହି ଋଣ ଭାର ଏତେ ଭାରି ହୋଇ ଯାଏ ଯେ, […]

Loan

Loan

Rakesh Mallick
  • Published: Thursday, 07 December 2017
  • Updated: 07 December 2017, 02:26 PM IST

Sports

Latest News

ବ୍ୟବସାୟ ବୃଦ୍ଧି ହେଉ କି ଅନ୍ୟ କିଛି ଅଭାବଜନିତ କାରଣ ହେଉ ଘରେ ଆର୍ଥିକ ସମସ୍ୟା ଦେଲେ ମୁଣ୍ଡକୁ ଆସେ ଋଣ କରିବାର ଉପାୟ।  ଆର୍ଥିକ ବୋଝକୁ ଟାଳିବା ପାଇଁ ମଣିଷ ଧାର, ଉଧାର କରେ। ବ୍ୟାଙ୍କରୁ ଋଣ ଆଣେ।  ହେଲେ ଭାଗ୍ୟ ଯଦି ବାମ ହେଲା ତେବେ ଋଣ ପରିଷୋଧ କରି ନ ପାରିଲେ ସେହି ଜାଲରେ ଛଟପଟ ହୁଏ ମଣିଷ। ବେଳେ ବେଳେ ଏହି ଋଣ ଭାର ଏତେ ଭାରି ହୋଇ ଯାଏ ଯେ, ସେ  ଆତ୍ମହତ୍ୟା କରିବାକୁ ପଛାଏ ନାହିଁ। ଦୈନିକ ଏମିତି କେତେ ଘଟଣା ଘଟୁଥିବା ଗଣମାଧ୍ୟମରେ  ପ୍ରକାଶ ପାଉଛି।  ତେବେ ଏହି ଜଟିଳ ସମସ୍ୟାରୁ କେମିତି ମୁକ୍ତି ପାଇବେ ଆମେ ବତାଉଛୁ କିଛି ଫର୍ମୁଲା। ଯାହା ଆପଣଙ୍କ ଚିନ୍ତାକୁ ହାଲୁକା କରିଦେବ। ତେବେ ଋଣ ସମ୍ପର୍କରେ କିଛି ତଥ୍ୟ ନଜର ପକାନ୍ତୁ ।

'ଣ ଅସୁବିଧା ହୁଏ

ବ୍ୟାଙ୍କରୁ ନେଇଥିବା ଋଣକୁ ଯଦି ଠିକ୍ ସମୟରେ ଆପଣ ସୁଝି ନ ପାରିଲେ  ଆପଣଙ୍କୁ ଏକ ନୋଟିସ୍ ଆସିବ। ଯଦି ଆପଣ ସେ ନୋଟିସ୍‌ର ଉତ୍ତର ଦେଲେନି ତେବେ ବ୍ୟାଙ୍କ ତରଫରୁ ଏହାପରେ ଆଉ ଏକ ଲିଗାଲ୍ ନୋଟିସ୍ ଆସିବ। ଯଦି ଏଥର ମଧ୍ୟ ଆପଣ କିଛି ଉତ୍ତର ଦେଲେ ନାହିଁ ତେବେ ବ୍ୟାଙ୍କ ଆପଣଙ୍କୁ ଡିଫଲଟ୍‌ର ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବ । ଏହା ପରେ ମଧ୍ୟ ବ୍ୟାଙ୍କ ପୁଣି ୨ଟି ନୋଟିସ୍ ପଠାଇବ। ଏହାର ଉତ୍ତର ନ ଦେଲେ ବ୍ୟାଙ୍କ ଆପଣଙ୍କ ସମ୍ପତ୍ତି ସିଜ୍ କରିବା ପ୍ରଣାଳୀ ଆରମ୍ଭ କରିବ। ବ୍ୟାଙ୍କ ତା’ ପଇସା ଫେରି ପାଇବା ପାଇଁ ଆପଣଙ୍କ ସମ୍ପତ୍ତି ନିଲାମ କରିବା ଆରମ୍ଭ କରିବ। ଏହା ଦ୍ୱାରା କେବଳ ଆପଣଙ୍କ ସମ୍ପତ୍ତି ଯିବନି ଭବିଷ୍ୟତରେ ଆପଣଙ୍କୁ କୌଣସି ବ୍ୟାଙ୍କରୁ ଲୋନ୍ ମଧ୍ୟ ମିଳିବ ନାହିଁ।

 କେମିତି ପାଇବେ ମୁକ୍ତି

୧-ପ୍ରଥମେ ବୋନସ୍, ବ୍ୟାଙ୍କରୁ ମିଳିଥିବା ସୁଧ, ସମ୍ପର୍କୀୟଙ୍କଠାରୁ ଆର୍ଥିକ ସାହାଯ୍ୟ ନେବା ପାଇଁ ଚେଷ୍ଟା କରନ୍ତୁ।

ପ୍ରଥମେ କମ୍ ଋଣ ଥିବା ଲୋନ୍ ନେବାକୁ ଚେଷ୍ଟା କରନ୍ତୁ।

୨-ଋଣ ନେବା ପୂର୍ବରୁ କେଉଁ ବ୍ୟାଙ୍କ କେତେ ସୁଧ ରାଶି ରଖିଛି ବୁଝିନିଅନ୍ତୁ।

୩-ଥରେ ଲୋନ୍ ନେବା ପରେ ଆପଣ ଆନ୍ୟ ବ୍ୟାଙ୍କରୁ ଶସ୍ତା ଋଣଥିବା ଲୋନ୍‌କୁ ସ୍ୱିଚ୍ ବା ବଦଳାଇପାରିବେ। କିନ୍ତୁ ମନେରଖନ୍ତୁ ବାରମ୍ବାର ସ୍ୱିଚ୍ କଲେ ଆପଣ ଅସୁବିଧାରେ ପଡିପାରିବେ। କାରଣ ବାରମ୍ବାର ସ୍ୱିଚ୍ କରିବା ଦ୍ୱାରା କିଛି ଶୁଳ୍କ ଲାଗିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos