ସବୁବେଳେ ଥକା ଲାଗୁଛି କି? ଏହା ହୋଇପାରେ ଗମ୍ଭୀର ରୋଗର ଲକ୍ଷଣ

ଥକାପଣ ପ୍ରାୟ ସମସ୍ତଙ୍କୁ ଅନୁଭବ ହୋଇଥାଏ। ଆରାମ କରିବା ଓ ଶୋଇବା ପରେ ଥକାପଣ ଦୂର ହୋଇଥାଏ। କିନ୍ତୁ ଆରାମ କରିବା ଓ ଚାହା ପିଇବା ପରେ ବି ଯଦି ଆପଣଙ୍କୁ ଥକା ଲାଗୁଛି ତେବେ ଏହା ସାଧାରଣ ଥକାପଣ ନୁହେଁ ଏହା କ୍ରୋନିକ୍ ଫଟିଗ୍‌ର ଲକ୍ଷଣ। ଏଥିରେ ଆକ୍ରାନ୍ତ ରୋଗୀ ସବୁବେଳେ ଥକା ଅନୁଭବ କରେ। ଏହାର ପ୍ରଭାବ ମାନସିକ, ଶାରିରୀକ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ବିଶୃଙ୍ଘଳିତ ଜୀବନ ଶୈଳୀ, ଅସନ୍ତୁଳିତ ଖାଇବା ପିଇବା, ରୋଗକୁ […]

tired

Rakesh Mallick
  • Published: Saturday, 21 April 2018
  • , Updated: 21 April 2018, 11:48 AM IST

ଥକାପଣ ପ୍ରାୟ ସମସ୍ତଙ୍କୁ ଅନୁଭବ ହୋଇଥାଏ। ଆରାମ କରିବା ଓ ଶୋଇବା ପରେ ଥକାପଣ ଦୂର ହୋଇଥାଏ। କିନ୍ତୁ ଆରାମ କରିବା ଓ ଚାହା ପିଇବା ପରେ ବି ଯଦି ଆପଣଙ୍କୁ ଥକା ଲାଗୁଛି ତେବେ ଏହା ସାଧାରଣ ଥକାପଣ ନୁହେଁ ଏହା କ୍ରୋନିକ୍ ଫଟିଗ୍‌ର ଲକ୍ଷଣ। ଏଥିରେ ଆକ୍ରାନ୍ତ ରୋଗୀ ସବୁବେଳେ ଥକା ଅନୁଭବ କରେ। ଏହାର ପ୍ରଭାବ ମାନସିକ, ଶାରିରୀକ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ବିଶୃଙ୍ଘଳିତ ଜୀବନ ଶୈଳୀ, ଅସନ୍ତୁଳିତ ଖାଇବା ପିଇବା, ରୋଗକୁ ନଜର ଅନ୍ଦାଜ କରିବା, ଭାଇରାଲ ଇନଫେକ୍ସନ୍ ଓ ବାୟୋ-ସାଇକୋଲୋଜିକାଲ ଇତ୍ୟାଦି କାରଣରୁ ଏହି ସମସ୍ୟା ହୋଇଥାଏ। ସାଧାରଣତ ନିଜ ଜୀବନ ଶୈଳିରେ ସୁଧାର ଆଣିଲେ, ନିୟମିତ ଭାବେ ବ୍ୟାୟାମ କଲେ, ଡାକ୍ତରଙ୍କ ପରାମର୍ଶ ନେଲେ, ଆରାମ କଲେ ଏହି ସମସ୍ୟା ଭଲ ହୋଇଧାଇଥାଏ। କିନ୍ତୁ କ୍ରୋନିକ୍‌ ଫଟିଗ୍ କିଛି ଗମ୍ଭୀର ରୋଗ ଥିବାର ଲକ୍ଷଣ। ସାଧାରଣତଃ ଏହି ଚାରିଟି ରୋଗ କ୍ରୋନିକ ଫଟିଗ୍‌ରୁ ହୋଇଥାଏ। ଆସନ୍ତୁ ଜାଣିବା ସେଗୁଡ଼ିକ ବିଷୟରେ।

ହୃଦରୋଗ- ଏକ ସର୍ଭେରୁ ଜଣାପଡ଼ିଛି ୭୦ପ୍ରତିଶତ ହାର୍ଟଆଟାକ୍ ହେବାର କିଛି ଦିନ ପୂର୍ବରୁ ଅସାମାନ୍ୟ ଥକାପଣ ଅନୁଭବ ହୋଇଥାଏ। ପୁରୁଷଙ୍କ ତୁଳାରେ ମହିଳାଙ୍କ କ୍ଷେତ୍ରରେ ଏହି ଲକ୍ଷଣ ଅଧିକ ଦେଖା ଦେଇଥାଏ। ଏଥିରୁ ବଞ୍ଚିବା ପାଇଁ ହେଲେ ଆପଣଙ୍କୁ ଧୁମ୍ରପାନ ଓ ଆରକହଲରୁ ଦୂରେଇ ରହିବାକୁ ପଡ଼ିବ। ସନ୍ତୁଳିତ ଆହାର ନେବାକୁ ପଡ଼ିବ। ପ୍ରତିଦିନ ବ୍ୟାୟାମ କରନ୍ତୁ। ଓଜନ ଓ କୋଲେଷ୍ଟ୍ରଲ ସହ ସୁଗାରକୁ ମଧ୍ୟ ନିୟତ୍ରଣରେ ରଥଖନ୍ତୁ।

ଏହି ସବୁ ଟେଷ୍ଟ କରନ୍ତୁ- କୋଲେଷ୍ଟ୍ରଲ, ବ୍ଲଡ ପ୍ରେସର, ସୁଗାର ଟେସ୍ଟ ସହ ଏନ୍‌ଜିଓଗ୍ରାମ କରନ୍ତୁ। ଲିପିଡ ପ୍ରୋଫାଇଲ, ଇସିଜି, ଟିଏମ୍‌ଟି ଟେସ୍ଟ ମଧ୍ୟ କରାନ୍ତୁ। ଯଦି ନିଶ୍ୱାସ ନେବାରେ ଓ କୋଷ୍ଠକାଠିନ୍ୟ ସମସ୍ୟା ରହୁଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଓ ସିଟି ସ୍କାନ୍‌ କିମ୍ବା ଇକୋକାର୍ଡିଓଗ୍ରାମ କରାନ୍ତୁ।

ଲିଭର ସମସ୍ୟା- ଲଗାତାର ଥକାପଣ କାରଣରୁ ଲିଭର ଉପରେ ପ୍ରଭାବ ପଡ଼ିଥାଏ। ବ୍ଲଡ ଟ୍ରାନ୍ସଫ୍ୟୁଜନ୍, କୋକେନ୍ କିମ୍ବା ଡ୍ରଗ ନେଉଥାନ୍ତି ତେବେ ହେପାଟାଇଟସ-ସିର ଆଶଂକା ହୋଇପାରେ। ଏଥିରେ ରୋଗୀକୁ ହାଲକା ଜର, ଭୋକ ନ ଲାଗିବା, ଦେହ ହାତ ବିନ୍ଧା ହେବା ଭଳି ଲକ୍ଷଣ ଦେଖାଯିବ।

ଏନିମିୟା- ଆଇରନ୍‌ର ଅଭାବ ବା ଏନିମିଆ କାରଣରୁ ମଧ୍ୟ ସବୁବେଳେ ଥକା ଲାଗେ। ସାଧାରଣତ ମହିଳାମାନଙ୍କର ମାସିକ ଧର୍ମ, ଗର୍ଭବତୀ ଥିବା ସମୟରେ ଓ ପିଲାକୁ ସ୍ତନ୍ୟପାନ କରାଉଥିବା ସମୟରେ ଆଇରନ୍‌ର ଅଭାବ ଦେଖା ଦେଇଥାଏ। ଏଥିରେ ତ୍ୱଚାର ରଙ୍ଗ ହଳଦିଆ ଦେଖାଯାଏ। ଏଥିରେ ସୁଗାର ଲେଭଲ ମଧ୍ୟ ବଢ଼ିଯାଏ।

ଏହି ସବୁ ଟେଷ୍ଟ କରାନ୍ତୁ- ହିମୋଗ୍ରାମ କରାନ୍ତୁ, ଯେଉଁଥିରେ ହିମୋଗ୍ଲାଭିନ୍ ଟସ୍ଟ , ବ୍ଲଡ କାଉଣ୍ଟ, ପିଟି-ଆଇଏନ୍‌ଆର୍, ଏପିଟିଟି-ପିଟିଟିକେ, ଏବିଓ ଆରଏଚ୍, ସିରମ୍‌ ଆଇରନ୍, ଆଇରନ୍ ବାଇଣ୍ଡିଙ୍ଗ କାପାସିଟି ଭଳି ଟେସ୍ଟ ସାମିଲ ରହିପାରେ।

ଥାଇରଏଡ୍- ସାଧାରଣତ ମଧ୍ୟମ ବୟସରେ ଲୋ-ଥାଇରଏଡ୍‌ର ସମସ୍ୟା ଦେଖାଦେଇଥାଏ। ଏଥିରେ ଥକା ଲାଗିବା ସହ ଓଜନ ବଢ଼ିବା, କୋଷ୍ଠକାଠିନ୍ୟ, ତ୍ୱଚାରେ ରୁକ୍ଷପଣ ଓ ଚିଟି ଝଡ଼ିବା ପରି ସମସ୍ୟା ଦେଖାଦେଇଥାଏ।

ଏହି ସବୁ ଟେସ୍ଟ କରାନ୍ତୁ- ଥାଇରଏଡ୍ ପ୍ରୋଫାଇଲ୍(ଟି୩, ଟି୪, ଟିଏସ୍‌ଏଚ୍), ଥାଇରଏଡ୍ ଆଣ୍ଟିବଡି, ଥାଇରଏଡ୍ ସ୍କାନ କରାନ୍ତୁ। ଟିଏସ୍‌ଏଚ୍ ଥାଇରଏଡ୍‌କୁ ବଢ଼ାଇବା ହରମୋନ୍। ହାଇ ଟିଏସ୍‌ଏଚ୍ ଓ ଲୋ-ଟି୪ ର ଅର୍ଥ ହେଉଛି କ୍ରୋନିକ ହାଇପୋଥାଇରଏଡ୍। ଏହା ହାଇ ଟିଏସ୍‌ଏଚ୍ ଓ ହାଇ ଟି-୪ ନର୍ମାଲ କେସ୍‌ରେ ମଧ୍ୟ ହୋଇଥାଏ।

 

 

Related story