ଆଜି ଗହ୍ମା ପୂର୍ଣ୍ଣିମା: ଭାଇ ହାତରେ ରାଖୀ ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ପାଇବ ଭଉଣୀ

ଭୁବନେଶ୍ୱର: ଆଜି ଗହ୍ମା ପୂର୍ଣିମା ବା ରାଖୀ ପୂର୍ଣ୍ଣିମା। ଆଜିର ଦିନକୁ ନେଇ ପିଲାଠୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଉତ୍ସାହ। କାରଣ ସ୍ନେହର ଭଉଣୀ ଭାଇ ହାତରେ ବାନ୍ଧିବ ସମ୍ପର୍କର ଡୋର। ଏଥିପାଇଁ ଗାଁରୁ ସହର ସବୁଠି ଉତ୍ସବମୁଖର ପରିବେଶ। ଭଉଣୀଟିଏ ତା ଭାଇ ହାତରେ ରାଖୀ ବାନ୍ଧିବାକୁ ସବୁ ପ୍ରସ୍ତୁତି ସାରିଛି। ସକାଳୁ ସକାଳୁ ମିଠା, ପିଠା ଆଉ ରାଖୀ ଧରି ବନ୍ଦାପନା କରିବା ପରେ ସମ୍ପର୍କରେ ରଜୁ ବାନ୍ଧୁଛି ଭାଇ ହାତରେ। ପ୍ରତି […]

rakhi

Rakesh Mallick
  • Published: Monday, 07 August 2017
  • , Updated: 07 August 2017, 09:18 AM IST

ଭୁବନେଶ୍ୱର: ଆଜି ଗହ୍ମା ପୂର୍ଣିମା ବା ରାଖୀ ପୂର୍ଣ୍ଣିମା। ଆଜିର ଦିନକୁ ନେଇ ପିଲାଠୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଉତ୍ସାହ। କାରଣ ସ୍ନେହର ଭଉଣୀ ଭାଇ ହାତରେ ବାନ୍ଧିବ ସମ୍ପର୍କର ଡୋର। ଏଥିପାଇଁ ଗାଁରୁ ସହର ସବୁଠି ଉତ୍ସବମୁଖର ପରିବେଶ।

ଭଉଣୀଟିଏ ତା ଭାଇ ହାତରେ ରାଖୀ ବାନ୍ଧିବାକୁ ସବୁ ପ୍ରସ୍ତୁତି ସାରିଛି। ସକାଳୁ ସକାଳୁ ମିଠା, ପିଠା ଆଉ ରାଖୀ ଧରି ବନ୍ଦାପନା କରିବା ପରେ ସମ୍ପର୍କରେ ରଜୁ ବାନ୍ଧୁଛି ଭାଇ ହାତରେ। ପ୍ରତି ବଦଳରେ ପାଇବ ସାରା ଜୀବନ ପାଇଁ ସୁରକ୍ଷାର ପ୍ରତିଶ୍ରୁତି। ଏହାଛଡ଼ା ଭାଇମାନେ ସ୍ନେହରେ କିଛି ଉପହାର ଦେବା ପରମ୍ପରା ଚାଲିଆସିଛି।

ଏପଟେ ଆଜି ବଳଭଦ୍ରଙ୍କ ଜନ୍ମ ତିଥିରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ରୀତିନିତି ଅନୁଷ୍ଠିତ ହେବ। ଆଜି ସୁଦର୍ଶନ ମହାପ୍ରଭୁ ଚଉଦଳରେ ବିଜେ ହୋଇ ମାର୍କଣ୍ଡ ପୁଷ୍କରଣୀରେ ବିଜେ କରିବେ।

ଆଜି ଚନ୍ଦ୍ରଗହଣ ପଡୁଥିବାରୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ବିଶେଷ କରି ଦିବା ଗୋଟାଏ ୫୨ ମିନିଟରେ ପାକତ୍ୟାଗ ରହିଥିବାରୁ ଏହି ସମୟ ପୂର୍ବରୁ କିଭଳି ଭାବେ ନୀତିକାନ୍ତିକୁ ତ୍ୱରାନ୍ୱିତ କରାଯିବ ତା ଉପରେ ଗୁରୁତ୍ୱ ଦିଆଯାଇଛି। ଆଜି ଗ୍ରହଣ ସ୍ପର୍ଶ ରାତ୍ର ୧୦ଟା ୫୧ ମିନିଟିରେ ହେଉଥିବା ବେଳେ ଗ୍ରହଣ ସର୍ବମୋକ୍ଷ ରାତ୍ର ୧୨ଟା ୪୮ ମିନିଟରେ ରହିଛି।

Related story