ଶିଶୁଙ୍କୁ ବି ଛାଡ଼ିଲେନି: ସ୍କୁଲରେ ପଶିଲା ଡାର୍ଟି ପଲିଟିକ୍ସ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଶିଶୁ ଦିବସ। ଏହି ଅବସରରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ନିଜର ମନ କଥା କହିବେ। ଏହାଛଡ଼ା ରାଜ୍ୟର ବିଭିନ୍ନ ସ୍କୁଲରେ ହେବ ବକ୍ତୃତା ପ୍ରତିଯୋଗିତା। ଏହାର ଶୀର୍ଷକ ରହିଛି ‘ଆମ ସରକାର ଆମ ବିକାଶ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ସର୍ବଶ୍ରେଷ୍ଠ ପ୍ରଶାସକ ପୁରସ୍କାର’ ପ୍ରମୁଖ। ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟକ୍ରମରୁ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ବିରୋଧୀମାନେ ରାଜନୈତିକ ଗନ୍ଧ ବାରୁଛନ୍ତି। ସେଥିପାଇଁ ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟକ୍ରମକୁ ନେଇ ଆପତ୍ତି ଉଠାଇଛି। ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟକ୍ରମକୁ ବିରୋଧ କରି WWW. STUDENTSTIPS.IN ନାମରେ ଏକ ୱେବସାଇଟ ଖୋଲିଛି ବିଜେପି। ଏହି ୱେବସାଇଟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ବିଫଳତାର ଗାଥା ରହିଛି। ନବୀନ ଶ୍ରେଷ୍ଠ ପ୍ରଶାସକ, ଓଡିଶା ସମସ୍ୟାରେ ଜର୍ଜରିତ ସ୍ଲୋଗାନ ରଖି ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଛି ବିଜେପି। ସେହିପରି ‘ଆମ କାମ କହେ କଥା’ ଶୀର୍ଷକରେ ରହିଛି ଶିକ୍ଷାରେ ଅବ୍ୟବସ୍ଥାର ଚିତ୍ର। ପ୍ରସୂତିର ଯନ୍ତ୍ରଣାରୁ ଆରମ୍ଭ କରି ପିସି କାରବାର କ’ଣ ଅପପ୍ରଚାର ବୋଲି ଏଥିରେ ବିଜେପି ପ୍ରଶ୍ନ ପଚାରିଛି। ଶିଶୁଦିବସ ସମୋରୋହ ପାଇଁ ସରକାର ୨୦୦ କୋଟି ଟଙ୍କା ଖର୍ଚ୍ଚ କରିବା ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର।
ଶିଶୁ ଦିବସରେ ପଞ୍ଚାୟତସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରୀୟ ସମାରୋହ ପାଳନ କରାଯିବ। ଏଥିପାଇଁ ଭୁବନେଶ୍ୱରର କ୍ୟାପିଟାଲା ହାଇସ୍କୁଲ ପଡିଆରେ ପ୍ରସ୍ତୁତି ଜୋରଦାର ଚାଲିଛି। ଏଥିରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ଦିନ ୧୧.୧୫ରୁ ୧୨.୩୦ ଯାଏ ଚାଲିବ କାର୍ଯ୍ୟକ୍ରମ। ସାଂସ୍କତିକ କାର୍ଯ୍ୟକ୍ରମ ସହ ଶିଶୁଙ୍କ ଉଦ୍ଦେଶ୍ୟରେ ନବୀନ କହିବେ ମନ କି ବାତ। କିଛି ନୂଆ ଘୋଷଣା ବି କରିପାରନ୍ତି ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀ ଅଭିଭାଷଣକୁ ସିଧାସଳଖ ଦେଖିବା ପାଇଁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ବ୍ୟାପାକ ପ୍ରସ୍ତୁତି ହୋଇଛି।
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରୟଣ ପାତ୍ର କହିଛନ୍ତି-“ଭଲ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବେ। ଏପରିକି ସେମାନଙ୍କୁ ଶପଥ ମଧ୍ୟ କରାଇବେ। ଏହାଛଡ଼ା କିଛି କିଛି ଘୋଷଣା ମଧ୍ୟ କରିପାରନ୍ତି।”
https://youtu.be/z8aI1lNJ5PQ
Ordigital Desk
• Published: Monday, 13 November 2017
• Updated: 13 November 2017, 08:46 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos