ଆସନ୍ତାକାଲି ରେଳମନ୍ତ୍ରୀଙ୍କୁ ଭେଟି ଓଡ଼ିଶାର ଦାବି ଜଣାଇବେ ବିଧାନସଭା ଗୃହ କମିଟି

ଭୁବନେଶ୍ୱର: ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ରେଲୱେ ସଂପର୍କିତ ବିଧାନସଭା ଗୃହ କମିଟିର ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଆଗାମୀ ରେଳ ବଜେଟରେ ଓଡ଼ିଶାର ଦାବି ନେଇ ଆସନ୍ତାକାଲି କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିବ ବିଧାନସଭା ଗୃହ କମିଟି। ତେଣୁ ଏ ସମ୍ପର୍କରେ ଅଧିକ ଆଲୋଚନା ଲାଗି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟିର ଏହି ବୈଠକ ବସିଥିଲା। ଏଥିରେ ବିଧାନସଭା କମିଟି ପ୍ରସ୍ତୁତି କରିଥିବା ଡ୍ରାଫଟ୍ ମେମୋରେଣ୍ଡମକୁ ଅନୁମୋଦନ ମିଳିବା ନେଇ ଆଲୋଚନା ହୋଇଥିଲା। ଏହି ମେମୋରେଣ୍ଡମରେ ୫ ହଜାର କୋଟି ଟଙ୍କା […]

bidhna

Rakesh Mallick
  • Published: Tuesday, 05 January 2016
  • , Updated: 05 January 2016, 04:18 PM IST

ଭୁବନେଶ୍ୱର: ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ରେଲୱେ ସଂପର୍କିତ ବିଧାନସଭା ଗୃହ କମିଟିର ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଆଗାମୀ ରେଳ ବଜେଟରେ ଓଡ଼ିଶାର ଦାବି ନେଇ ଆସନ୍ତାକାଲି କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିବ ବିଧାନସଭା ଗୃହ କମିଟି। ତେଣୁ ଏ ସମ୍ପର୍କରେ ଅଧିକ ଆଲୋଚନା ଲାଗି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟିର ଏହି ବୈଠକ ବସିଥିଲା। ଏଥିରେ ବିଧାନସଭା କମିଟି ପ୍ରସ୍ତୁତି କରିଥିବା ଡ୍ରାଫଟ୍ ମେମୋରେଣ୍ଡମକୁ ଅନୁମୋଦନ ମିଳିବା ନେଇ ଆଲୋଚନା ହୋଇଥିଲା। ଏହି ମେମୋରେଣ୍ଡମରେ ୫ ହଜାର କୋଟି ଟଙ୍କା ଦାବି ଉପସ୍ଥାପନ କରାଯାଇଛି ।

ଡବଲିଂ ଓ ଥାର୍ଡ୍ ଲାଇନ୍ ବାବଦକୁ ସର୍ବାଧିକ ୨୨ଶହ ୭୦କୋଟି, ନିର୍ମାଣଧୀନ ଓ ମଞ୍ଜୁରୀପ୍ରାପ୍ତ ପ୍ରକଳ୍ପ ପାଇଁ ଏକ ହଜାର ୫୦ କୋଟି, ନୂଆ ପ୍ରକଳ୍ପ ବାବଦକୁ ୪ଶହ କୋଟି ଓ ଯାତ୍ରୀଙ୍କ ସୁବିଧା ବାବଦକୁ ୩୫୦ କୋଟି ଟଙ୍କା ଦାବି କରାଯିବ। ପୂର୍ବତଟ ରେଳପଥ ବାର୍ଷିକ ୧୪ଶହ କୋଟି ଟଙ୍କାର ରାଜସ୍ୱ ପାଉଥିବାରୁ ରେଳ ବଜେଟର ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦେବାକୁ କମିଟି ସଦସ୍ୟମାନେ ରେଳ ମନ୍ତ୍ରୀଙ୍କ ନିକଟରେ ଦାବି କରିବେ।

 

Related story