ଚଳିତ ବର୍ଷ ବିଶ୍ୱର ଟପ୍‌ ୫ ଏୟାର ଲାଇନ୍‌ ହେଲେ...

ନୂଆଦିଲ୍ଲୀ: ଏୟାର ଲାଇନ୍ ରେଟିଂ ଏଜେନ୍ସି ଡଟ୍ କମ୍‌ ଚଳିତ ବର୍ଷ ପାଇଁ ସବୁଠାରୁ ଉତ୍ତମ ଓ ଭଲ ଏୟାର ଲାଇନ୍‌ସ ଲିଷ୍ଟ ଜାରି କରିଛି। ଲିଷ୍ଟରେ ପ୍ରଥମ ସ୍ଥାନରେ ରହିଛି ଏୟର ନ୍ୟୁଜିଲ୍ୟାଣ୍ଡ। ଏୟାର ଲାଇନ୍ ଗୁଡ଼ିକରେ କଷ୍ଟମର ସର୍ଭିସ୍, ପ୍ରୋଜକ୍ସ ଅଫରିଂ ଓ ଫାଇନାନ୍‌ସିଆଲ୍ ପରଫରମାନ୍ସ, ସେଫ୍ଟି ରେଟିଂ, ପରିବେଶଗତ ସୁବିଧା, ଗମ୍ଭୀର ଦୁର୍ଘଟଣା ଘଟିବା ଭଳି ୧୩ଟି ଦିଗକୁ ବିଚାର କରି ଏହି ତାଲିକା ଜାରି କରାଯାଇଛି।  ଏହି ତାଲିକାର ଟପ୍ ୫ […]

airline

airline

Rakesh Mallick
  • Published: Wednesday, 29 November 2017
  • Updated: 29 November 2017, 03:24 PM IST

Sports

Latest News

ନୂଆଦିଲ୍ଲୀ: ଏୟାର ଲାଇନ୍ ରେଟିଂ ଏଜେନ୍ସି ଡଟ୍ କମ୍‌ ଚଳିତ ବର୍ଷ ପାଇଁ ସବୁଠାରୁ ଉତ୍ତମ ଓ ଭଲ ଏୟାର ଲାଇନ୍‌ସ ଲିଷ୍ଟ ଜାରି କରିଛି। ଲିଷ୍ଟରେ ପ୍ରଥମ ସ୍ଥାନରେ ରହିଛି ଏୟର ନ୍ୟୁଜିଲ୍ୟାଣ୍ଡ। ଏୟାର ଲାଇନ୍ ଗୁଡ଼ିକରେ କଷ୍ଟମର ସର୍ଭିସ୍, ପ୍ରୋଜକ୍ସ ଅଫରିଂ ଓ ଫାଇନାନ୍‌ସିଆଲ୍ ପରଫରମାନ୍ସ, ସେଫ୍ଟି ରେଟିଂ, ପରିବେଶଗତ ସୁବିଧା, ଗମ୍ଭୀର ଦୁର୍ଘଟଣା ଘଟିବା ଭଳି ୧୩ଟି ଦିଗକୁ ବିଚାର କରି ଏହି ତାଲିକା ଜାରି କରାଯାଇଛି।  ଏହି ତାଲିକାର ଟପ୍ ୫ ରେ କେଉଁ ଏୟାର ଲାଇନ୍‌ସ ଗୁଡ଼ିକ ରହିଛନ୍ତି ଆସନ୍ତୁ ଜାଣିବା।

ଏୟାର ନ୍ୟୁଜିଲ୍ୟାଣ୍ଡ: ବେଷ୍ଟ ଏୟାର ଲାଇନ୍‌ସ ଲିଷ୍ଟରେ ‘ଏୟାର ନ୍ୟୁଜିଲ୍ୟାଣ୍ଡ’ ପ୍ରଥମ ସ୍ଥାନରେ ରହିଛି। ଏହାକୁ ଲଗାଇ ଲଗାତର ୫ଥର ସେ ଏହି ତାଲିକାରେ ରହି ଆସିଲାଣି। ଏହି କମ୍ପାନୀ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ବେଶ୍‌ ସୁନାମ ଅର୍ଜନ କରିଛି।

quantasକ୍ୱାଣ୍ଟସ୍ ଏୟାର ଲାଇନ୍‌ସ: ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆର ଏହି କ୍ୱାଣ୍ଟସ୍ ଏୟାର ଲାଇନ୍‌ସ। ଏହା ସବୁଠାରୁ ସୁରିକ୍ଷିତ ଏୟାର ଲାଇନ୍‌ସ କୁହାଯାଏ। ଗତ କିଛି ବର୍ଷ ଏହି ଏୟାର ଲାଇନ୍ସସ କମ୍ପାନୀ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଦେଇ ସେମାନଙ୍କ ମଧ୍ୟରେ ବିଶ୍ୱାସ ଭାଜନ ହୋଇ ପାରିଛି। ଉତ୍ତମ ସର୍ଭିସ ପାଇଁ ଏହାକୁ ବେଷ୍ଟ କେଟ୍ରିଂ ସର୍ଭିସିଂରରେ ସମ୍ମାନିତ କରାଯାଇଛି।

ସିଙ୍ଗାପୁର ଏୟାର ଲାଇନ୍‌ସ: ଏହା ତାଲିକାର ତୃତୀୟ ସ୍ଥାନରେ ରହିଛି। ନିକଟରେ କମ୍ପାନୀ ନିଜର ନୂଆ ଏୟରବସ୍ A380ର ଇଣ୍ଟରିୟରକୁ ଅପଗ୍ରେଡ କରିଛି। ଏହାକୁ ମଧ୍ୟ ବେଷ୍ଟ କେବିନ୍ କ୍ରୁର ପୁରସ୍କାର ମିଳିଛି।

Virginଅଷ୍ଟ୍ରେଲିଆର ଭର୍ଜିନ ଏୟାର ଲାଇନ୍‌ସ: ବେଷ୍ଟ ଏୟାର ଲାଇନ୍‌ସ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି ଅଷ୍ଟ୍ରେଲିଆର ଭର୍ଜିନ ଏୟାର ଲାଇନ୍‌ସ। ଏହାକୁ ମଧ୍ୟ ବେଷ୍ଟ ବିଜ୍‌ନେସ୍‌ କ୍ଲାସ୍‌ର ଆୱାର୍ଡ ମିଳି ସାରିଛି।

ଆଣ୍ଟଲାଟିକ୍ ଏୟାରୱେଜ୍: ତାଲିକାର ଶ୍ରେଷ୍ଟ ପଞ୍ଚମ ସ୍ଥାନରେ ରହିଛି ଅଣ୍ଟଲାଟିକ୍ ଏୟାରବେଜ୍ କମ୍ପାନୀ। ଏହି ଏୟାର ଲାଇନ୍ କମ୍ପାନୀ ଗତ କିଛି ବର୍ଷ ହେଲା ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଦେଇ ଶ୍ରେଷ୍ଟ ୫ ଏୟାର ଲାଇନ୍ ତାଲିକାରେ ନିଜ ନାଁ ସାମିଲ କରିପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos