ପରିଣତ ବୟସରେ ପୋଲିସ ଜିପ୍‌କୁ ମିଳିଲା ଏମିତି ସମ୍ମାନ, ପଢନ୍ତୁ ଏକ ପ୍ରେରଣାଦାୟକ କାହାଣୀ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଆଜିର ସ୍ୱାର୍ଥ ସର୍ବସ୍ୱ ଦୁନିଆରେ ସବୁକିଛି ବଦଳିଯାଉଛି। ଲାଭ ଓ ଲୋଭରେ ମାତିଥିବା ମଣିଷ ଏଠି ସମ୍ପର୍କର ବି ସଉଦା କରେ। ସେଇଥିପାଇଁ ତ’ କେତେକ ଘରେ ବାପା ମା’ ବୃଦ୍ଧ ହୋଇଗଲେ ପିଲାଙ୍କ ପାଇଁ ବୋଝ ପାଲଟି ଯାଉଛନ୍ତି। ବଳ ବୟସ ଗଲା ପରେ ସେମାନେ ହୋଇଯାଉଛନ୍ତି ଅଲୋଡ଼ା ଓ ଅଖୋଜା। ବଦଳି ଯାଏ ସେମାନଙ୍କ ଘର ଠିକଣା। କେହି କେହି ବୁଢା ବାପା ମା’ଙ୍କୁ ନେଇ ଜରାଶ୍ରମରେ ଛାଡ଼ି ଦିଅନ୍ତି ତ’ ଆଉ […]

p-333

p-333

Rakesh Mallick
  • Published: Saturday, 23 December 2017
  • Updated: 23 December 2017, 02:34 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଆଜିର ସ୍ୱାର୍ଥ ସର୍ବସ୍ୱ ଦୁନିଆରେ ସବୁକିଛି ବଦଳିଯାଉଛି। ଲାଭ ଓ ଲୋଭରେ ମାତିଥିବା ମଣିଷ ଏଠି ସମ୍ପର୍କର ବି ସଉଦା କରେ। ସେଇଥିପାଇଁ ତ’ କେତେକ ଘରେ ବାପା ମା’ ବୃଦ୍ଧ ହୋଇଗଲେ ପିଲାଙ୍କ ପାଇଁ ବୋଝ ପାଲଟି ଯାଉଛନ୍ତି। ବଳ ବୟସ ଗଲା ପରେ ସେମାନେ ହୋଇଯାଉଛନ୍ତି ଅଲୋଡ଼ା ଓ ଅଖୋଜା। ବଦଳି ଯାଏ ସେମାନଙ୍କ ଘର ଠିକଣା। କେହି କେହି ବୁଢା ବାପା ମା’ଙ୍କୁ ନେଇ ଜରାଶ୍ରମରେ ଛାଡ଼ି ଦିଅନ୍ତି ତ’ ଆଉ କେହି ଅଳିଆ ଭାବି ରାସ୍ତାକଡ଼କୁ ଠେଲି ଦିଅନ୍ତି। ହେଲେ ଏକ୍ଷେତ୍ରରେ ଜଗତସିଂହପୁର ପୋଲିସର ଏକ ପଦକ୍ଷେପ ଅତ୍ୟନ୍ତ ପ୍ରେରଣାଦାୟକ ।  ସମାଜ ପାଇଁ ଶିକ୍ଷଣୀୟ ଓ ମହତ୍ୱପୂର୍ଣ୍ଣ। ଦିନେ ଯେଉଁ ପୋଲିସ ଜିପ୍‌  ଅପରାଧୀଙ୍କୁ ଧରିବା ପାଇଁ ମୁଖ୍ୟ ବାହାନ ସାଜି ଦଉଡ଼ୁଥିଲା ସେ ଆଜି କାଳର କରାଳ ସ୍ରୋତରେ ଥକି ପଡ଼ିଛି ସତ,  କିନ୍ତୁ ଅଦରକାରୀ ପାଲଟିଯାଇନି।

ବୟସାଧିକ ହେତୁ ସେ ଆଜି ଅଚଳ ହୋଇପଡ଼ିଥିଲେ ବି ପୋଲିସ ପାଇଁ ସେ ଅଲୋଡ଼ା ହୋଇ ନାହିଁ।  ଯାହାକୁ ସ୍ମାରକୀ ସୂରୁପ ଜଗତସିଂହପୁର ପୋଲିସ ତାକୁ ଥାନାର ଛାତ ଉପରେ ଯତ୍ନର ସହ ରଖିଛି । ଆଉ ସେଇଠି ସେ ବାଜି ଜୀବନତକ ବିଶ୍ରାମ ନେଉଛି।  ପୋଲିସର ଏଭଳି ପଦକ୍ଷେପ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଦୀର୍ଘ ୪ ଦଶନ୍ଧି ଧରି ନିରନ୍ତର ସେବା ଯୋଗାଇବା ପରେ ଜିପ୍‌ଟିକୁ ଜଗତସିଂହପୁର ପୋଲିସ ରିଜର୍ଭ ବିଲଡିଂ ଉପରେ ସଂରକ୍ଷଣ କରି ରଖାଯାଇଛି।

ଯୁଗ ବଦଳିବା ସାଙ୍ଗକୁ  ଡକାୟତଙ୍କ ଲୁଟ୍‌ର ତରିକା ବଦଳୁଛି। ପୋଲିସକୁ ଚକମା ଦେବା ପାଇଁ ସେମାନେ ବି ହାଇଟେକ୍ନୋଲୋଜିର ଭେଇକିଲ ବ୍ୟବହାର କରୁଛନ୍ତି। ତେଣୁ ଏହି ହାଇଟେକ୍‌ ଲୁଟେରାମାନଙ୍କୁ ମୁକାବିଲା ପାଇଁ ପୋଲିସ ବ୍ୟବସ୍ଥାରେ ଆଧୁନିକୀକରଣ ହେଉଛି। ସୁରକ୍ଷା ପାଇଁ ନୂଆ ନୂଆ ସରଞ୍ଜାମ ଆସୁଥିବା ବେଳେ ଚୋରଙ୍କୁ ମୁକାବିଲା ପାଇଁ ଉନ୍ନତମାନର ମଡେଲର ଗାଡ଼ି ତଥା ଟାଟା ସୁମୋ ଏବଂ ଇନୋଭା ଆସିଲାଣି। ତେଣୁ ଯୁଗସହ ତାଳ ଦେଇ ପୋଲିସକୁ ଯିବାକୁ ପଡ଼ୁଥିବା ବେଳେ ସେଥିରେ ଏହି ପୁରୁଣା ମଡେଲର ଜିପ୍‌ ସାମିଲ ହୋଇପାରିନି।  କିନ୍ତୁ ଦିନ ଥିଲା ଏହି କଳା ଜିପ୍‌ କରୁଥିଲା ରାଜ୍‌। ସାଇରନ୍‌ ବଜାଇ ଆସିଲେ ଡକାୟତଙ୍କ ଛାତିରେ ପଶି ଯାଉଥିଲା ଛନକା। କେବେ କେଉଁଠି ଚକ୍କର କାଟିଲେ ଭୟରେ ସାଧାରଣ ଲୋକବି ସତର୍କ ହୋଇଯାଉଥିଲେ।

ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା କେଦାରନାଥ ସାହୁଙ୍କ କହିବା ପାଇଁ ଏହି  ଜିପ୍‌କୁ ଆମେ ବଲିଉଡ ମୁଭିରେ ଦେଖି ଆସୁଥିଲୁ । ଜିପ୍‌କୁ  ନେଇ ଚୋର ପୋଲିସ ମଧ୍ୟରେ ଛକାଞ୍ଝାର ଦୃଶ୍ୟ ଖୁବ୍‌ ରୋମାଞ୍ଚକର । ସେଦିନର ସେହି ଜିପ୍‌ ଆଜି ଏକପ୍ରକାର ଆଇକନ ପାଲଟିଯାଇଛି।

ଆଉ ତାକୁ ଐତିହ୍ୟଭାବେ ରଖାଯିବା ଏକ ସ୍ୱାଗତଯୋଗ୍ୟ ପଦେକ୍ଷେପ ବୋଲି ସେ କହିଛନ୍ତି। ସାହୁଙ୍କ କହିବା ଅନୁଯାୟୀ ଏବେ ଅନେକ ପୋଲିସ ଷ୍ଟେସନରେ ଏଭଳି ଜିପ୍‌ ଖତ ଖାଉଛି। କିନ୍ତୁ ଜଗତସିଂହପୁର ପୋଲିସର ଏହି ଜିପ୍‌କୁ ସୁରକ୍ଷିତ ରଖିବା ପାଇଁ ଯେଉଁ ପଦକ୍ଷେପ ନେଇଛି ଏହା ବିଷୟରେ ଜାଣିବା ପାଇଁ ଆଗାମି ପିଢିଙ୍କ ଲାଗି  ବେଶ ଉପଯୋଗୀ ହେବ ବୋଲି ସେ କହିଛନ୍ତି।

ଏ ସମ୍ପର୍କରେ ଜଗତ୍‌ସିଂହପୁର ଏସପି  ଜୟନାରାୟଣ ପଙ୍କଜ କହିଛନ୍ତି ଯେ, କେବଳ ପୁରୁଣା ସ୍ମୁତିକୁ ପରବର୍ତ୍ତୀ ପିଢିଙ୍କ ପାଇଁ ସାଇତି ରଖିବା  ହେଉଛି ଏହା ପଛର ମୁଖ୍ୟ ଉଦ୍ଦେଶ୍ୟ। ତାଙ୍କ କହିବା ଅନୁଯାୟୀ ପାଟ୍ରୋଲିଂରେ ବ୍ୟବହାର ହୋଇ ଅଦରକାରୀ ହୋଇପଡ଼ିଥିବା ବାଇକ୍‌ ଗୁଡ଼ିକୁ ଏମିତି ସଂରକ୍ଷଣ କରି ରଖିବାର ଯୋଜନା ଥିଲା ।

ଯେହେତୁ ଆମ ପାଖରେ ପୁରୁଣା ବୁଲେଟ କି ବାଇକ୍‌ ନ ଥିଲା ତେଣୁ ଜିପ୍‌ଟିକୁ ଆଣି ରଖିଛୁ। ଏହାକୁ ଅନେକ ଲୋକ ସ୍ୱାଗତ କରିଛନ୍ତି।  ପରବର୍ତ୍ତୀ ସମୟରେ ପୋଲିସ ବ୍ୟବହାର କରୁଥିବା ସରଞ୍ଜାମକୁ ନେଇ ଏକ ସଂଗ୍ରହାଳୟ କରିବାର ଯୋଜନା ରହିଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story