ଟ୍ରମ୍ପଙ୍କ ସହ ବିମାନରେ ଗଲା ‘ବିଷ୍ଟ’, ଯିଏ ସବୁ ଅସ୍ତ୍ରକୁ କରିଦିଏ ନିରସ୍ତ୍ର....  

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଚର୍ଚ୍ଚାରେ। ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରଠାରୁ ବିବାଦରେ ରହିଆସିଛନ୍ତି ଟ୍ରମ୍ପ। ତାଙ୍କର କଠୋର ବୈଦେଶିକ ନୀତି ହେଉ ଅବା କୋରିଆର ପରମାଣୁ ଧମକ ହେଉ ଟ୍ରମ୍ପଙ୍କ ରୋକଠୋକ୍‌ ବାଣୀ ତାଙ୍କୁ ସବୁବେଳେ ଖବରର ସିରୋନାମାରେ ରଖିଆସିଛି। ଟ୍ରମ୍ପ ଏବେ ଏସିଆ ଦେଶ ଗୁଡ଼ିକୁ ମାରାଥନ୍ ଗସ୍ତରେ ଅଛନ୍ତି। ତେବେ ତାଙ୍କର ସୁରକ୍ଷା ଏବଂ ଆଡ଼ମ୍ବରପୂର୍ଣ୍ଣ ଯାତ୍ରାର ହୋଇଥିବା ପ୍ରସ୍ତୁତି ଏବଂ […]

car

car

Rakesh Mallick
  • Published: Sunday, 12 November 2017
  • Updated: 13 November 2017, 09:22 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଚର୍ଚ୍ଚାରେ। ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରଠାରୁ ବିବାଦରେ ରହିଆସିଛନ୍ତି ଟ୍ରମ୍ପ। ତାଙ୍କର କଠୋର ବୈଦେଶିକ ନୀତି ହେଉ ଅବା କୋରିଆର ପରମାଣୁ ଧମକ ହେଉ ଟ୍ରମ୍ପଙ୍କ ରୋକଠୋକ୍‌ ବାଣୀ ତାଙ୍କୁ ସବୁବେଳେ ଖବରର ସିରୋନାମାରେ ରଖିଆସିଛି। ଟ୍ରମ୍ପ ଏବେ ଏସିଆ ଦେଶ ଗୁଡ଼ିକୁ ମାରାଥନ୍ ଗସ୍ତରେ ଅଛନ୍ତି। ତେବେ ତାଙ୍କର ସୁରକ୍ଷା ଏବଂ ଆଡ଼ମ୍ବରପୂର୍ଣ୍ଣ ଯାତ୍ରାର ହୋଇଥିବା ପ୍ରସ୍ତୁତି ଏବଂ ଆୟୋଜନ ସମ୍ପର୍କରେ ଜାଣିଲେ  ଆପଣ ଚକିତ ହୋଇଯିବେ। ଟ୍ରମ୍ପଙ୍କ ଗସ୍ତର କାର୍ଯ୍ୟକ୍ରମ ନେଇ ଏମିତି କିଛି ବ୍ୟବସ୍ଥା କରାଯାଇଛି ଯାହା ଆଗରୁ  ଆମେରିକାର କୌଣସି ରାଷ୍ଟ୍ରପତିଙ୍କ ପାଇଁ ହୋଇ ନ ଥିବ। ଟ୍ରମ୍ପ ଏବେ ଏସିଆ ଗସ୍ତରେ ବାହାରିଥିବା ବେଳେ ତାଙ୍କ ବିମାନ ସହିତ ଆଉ ଗୋଟିଏ ବିମାନରେ ତାଙ୍କ ମୋଟର କାର‘ବିଷ୍ଟ’କୁ ସାଙ୍ଗରେ ନିଆଯାଉଛି। ବିଶ୍ୱରୁ ସବୁଠୁ ମହଙ୍ଗା ଏବଂ ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ଶକ୍ତିଶାଳୀ କାର ‘ବିଷ୍ଟ’କୁ  ଗଲାବେଳେ ନିଜ ସାଥୀରେ ସାମିଲ କରିଛନ୍ତି ଟ୍ରମ୍ପ। ନଭେମ୍ବର ୩ରୁ ୧୨ ଦିନିଆ ଏସିଆ ଗସ୍ତରେ ବାହାରିଛନ୍ତି ଟ୍ରମ୍ପ।  ତେବେ ଟ୍ରମ୍ପଙ୍କ ବିମାନ ସହ ଆଉ ଗୋଟିଏ ବିମାନ ସି-୧୭ ଗ୍ଲୋବ ମାଷ୍ଟରରେ ଏହି ବିଷ୍ଟକୁ ଅଣାଯାଇଛି।

ଆମେରିକାର ଗୋଇନ୍ଦା ସଂସ୍ଥା ସିକ୍ରେଟ୍‌ ସର୍ଭିସ ପକ୍ଷରୁ ଉଭୟ ଟ୍ରମ୍ପ ଏବଂ ତାଙ୍କ କାର ବିଷ୍ଟକୁ କଡ଼ା ନଜର ରଖାଯାଛି। ଯାହାର ଫଟୋ ଲିକ୍‌ ହୋଇଛି। ପ୍ରାୟ ୧୨ଟି କାର ନିଆଯାଇଥିବା ଫଟୋ ଲିକ୍‌ ହୋଇଛି। କାଡିଲାକ୍‌ ଲିମୋସାଇନ୍‌ କମ୍ପାନୀର ଏହି କାରକୁ ବିଷ୍ଟ ନାମକରଣ କରାଯାଇଛି। ଯେ କୌଣସି ଜରୁରୀକାଳୀନ ସମସ୍ୟା ମୁକାବିଲା ପାଇଁ ଏହାର କ୍ଷମତା ଯଥେଷ୍ଟ। ଟ୍ରମ୍ପଙ୍କ ପାଇଁ ଏହି କାରଟି ସ୍ୱତନ୍ତ୍ରଭାବେ ଡିଜାଇନ୍‌ କରାଯାଇଛି।  ଶତ୍ରୁର କୌଣସି ବାଣ ଏହି କାର ସୁରକ୍ଷା ଚଦରକୁ ଭେଦ କରିପାରିବ ନାହିଁ। ସେ କ୍ଷେପଣାସ୍ତ୍ର ହେଉ କି ବୁଲେଟ ହେଉ ଅବା କେମିକାଲ ଆକ୍ରମଣ ହେଉ ଶତ୍ରୁର ସବୁପ୍ରକାର ଶକ୍ତିକୁ ଏହି ଯାନ ନିଷ୍ପ୍ରଭ କରିଦେବାର କ୍ଷମତା ରହିଛି।ଏହି କାର ଭିତରେ ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା ଥିବା ବେଳେ ମେଡିକାଲ ସୁବିଧା ମଧ୍ୟ ଉପଲବ୍ଧ । କୌଣସି ଯୁଦ୍ଧ ଟ୍ୟାଙ୍କ ଠାରୁ କମ୍‌ ନୁହେଁ ଏହି କାର। ଏହାର କାଚ୍‌ ବୁଲେଟ ପ୍ରୁଫ୍‌ ହୋଇଥିବା ବେଳେ କାରର ଡୋର ଉପରେ  ୮ଇଞ୍ଚରୁ ଊର୍ଦ୍ଧ ମୋଟେଇର ଧାତୁର ଲେପ ରହିଛି। ସେହିପରି ଏଥିରେ ନାଇଟ୍‌ ଭିଜନ, ଅଗ୍ନିଶମ ନିୟନ୍ତ୍ରଣ ,ଆଣ୍ଟି ଗ୍ରେନେଡ୍‌ ସିଷ୍ଟମ ସହ ଅକ୍ସିଜେନ୍‌ ସିଷ୍ଟମ ଆଦି ସୁବିଧା ରହିଛି। ସେହିପରି କାରର ଟାୟାର ମଧ୍ୟ ବୁଲେଟ୍‌ ପ୍ରୋଫ।

ଆହୁରି ମଧ୍ୟ ପଢନ୍ତୁ: ଏକେ-୪୭: ଭୟଙ୍କର ଯେତିକି, ରୋଚକ ସେତିକି, ଜାଣନ୍ତୁ ଏହି ହାଇପ୍ରୋଫାଇଲ୍ ବନ୍ଧୁକର ଜନ୍ମ କାହାଣୀ

କେବଳ ଟ୍ରମ୍ପଙ୍କ କାର ନିର୍ମାଣ ପାଇଁ ୧.୫ ନିୟୁତ ଡଲାର ଖର୍ଚ୍ଚ ହୋଇଛି। ୨୦୦୯ ଜାନୁୟାରୀ ୨୦ରୁ ଆମେରିକା ରାଷ୍ଟ୍ରପତିର ସୁରକ୍ଷା ପାଇଁ ଏହି କାର ବ୍ୟବହାର କରାଯାଇ ଆସୁଛି। ତେବେ ଟ୍ରମ୍ପଙ୍କ ପାଇଁ ବ୍ରାଣ୍ଡ ନ୍ୟୁ ତିଆରି କରାଯାଇଛି।  ଯାହା ଅଧିକ ଲମ୍ବ । ଆମେରିକାର ସିକ୍ରେଟ ସର୍ଭିସ ପକ୍ଷରୁ ଏହି କାରକୁ ପରିଚାଳନା କରାଯାଉଛି। ଟ୍ରମ୍ପ ଗଲା ବେଳେ ପ୍ରାୟ ୧୨ଟି ଏମିତି କାର ବ୍ୟବହାର କରାଯାଇ ଥାଏ। ଯେଉଁଥିରେ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ନିୟୋଜିତ ଥାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story