ଅସହାୟ କୁଳପତି: ଶାନ୍ତି ରକ୍ଷା ପାଇଁ ନିଜ କାର୍ଯ୍ୟାଳୟ ସାମ୍ନାରେ ନିଜେ ଦେଲେ ଧାରଣା

ଭୁବନେଶ୍ୱର: ଅସହାୟ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି। ନିଜ କାର୍ଯ୍ୟାଳୟ ସାମ୍ନାରେ ନିଜେ ଧାରଣାରେ ବସିଲେ।  ବିଶ୍ୱବିଦ୍ୟାଳୟରେ ଲାଗି ରହିଥିବା  ଛାତ୍ର ଅଶାନ୍ତିକୁ ଦୂର କରିବା ପାଇଁ ସେ ପ୍ରୟାସ ଜାରି ରଖିଥିଲେ। ହେଲେ ମାମଲା ସମାଧାନ ଆଗକୁ ଅଗ୍ରସର ହେଉ ନଥିବାରୁ ବାଧ୍ୟ ହୋଇ ସେ ଧାରଣାରେ ବସିଛନ୍ତି।

ବିଶ୍ୱବିଦ୍ୟାଳୟରେ ଶାନ୍ତି ବଜାୟ ରଖିବାକୁ ଭିସିଙ୍କ ଅଫିସ କାର୍ଯ୍ୟାଳୟ ସାମ୍ନା ପେଣ୍ଡାଲରେ ଆଜି ସକାଳୁ ୧୨ଘଣ୍ଟିଆ ଧାରଣାରେ ବସିଛନ୍ତି କୁଳପତି। କୁଳପତିଙ୍କ ଏ ଅଭିଯାନକୁ ସମର୍ଥନ କରି ବିଶ୍ୱବିଦ୍ୟାଳୟର କିଛି ଅଧ୍ୟାପକ ଓ ଅଧ୍ୟାପିକା ମଧ୍ୟ ଧାରଣାରେ ବସିଛନ୍ତି।

୨୧ ଦିନ ପରେ ଗତକାଲି ସାଇନ-ଏ-ଡାଏ ହଟିବା ପରେ ବାଣୀବିହାର ଖୋଲିଥିଲା। ହେଲେ ନିର୍ବାଚନ ପ୍ରସଙ୍ଗକୁ ନେଇ ପୁଣି କ୍ୟାମ୍ପସରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା। କିଛି ଛାତ୍ର ନେତା ନିର୍ବାଚନ କରିବାକୁ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଥିଲେ। ଏହାକୁ ନେଇ ପୋଲିସ୍ ଉପସ୍ଥିତିରେ ଭିସିଙ୍କ ସହ ଛାତ୍ରଛାତ୍ରୀ ଯୁକ୍ତିତର୍କ କରିଥିବା ଦେଖିବାକୁ ମିଳିଥିଲା।

Ordigital Desk
• Published: Tuesday, 10 October 2017
• Updated: 10 October 2017, 08:46 AM IST

Sports

Latest News

ଭୁବନେଶ୍ୱର: ଅସହାୟ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି। ନିଜ କାର୍ଯ୍ୟାଳୟ ସାମ୍ନାରେ ନିଜେ ଧାରଣାରେ ବସିଲେ।  ବିଶ୍ୱବିଦ୍ୟାଳୟରେ ଲାଗି ରହିଥିବା  ଛାତ୍ର ଅଶାନ୍ତିକୁ ଦୂର କରିବା ପାଇଁ ସେ ପ୍ରୟାସ ଜାରି ରଖିଥିଲେ। ହେଲେ ମାମଲା ସମାଧାନ ଆଗକୁ ଅଗ୍ରସର ହେଉ ନଥିବାରୁ ବାଧ୍ୟ ହୋଇ ସେ ଧାରଣାରେ ବସିଛନ୍ତି।

ବିଶ୍ୱବିଦ୍ୟାଳୟରେ ଶାନ୍ତି ବଜାୟ ରଖିବାକୁ ଭିସିଙ୍କ ଅଫିସ କାର୍ଯ୍ୟାଳୟ ସାମ୍ନା ପେଣ୍ଡାଲରେ ଆଜି ସକାଳୁ ୧୨ଘଣ୍ଟିଆ ଧାରଣାରେ ବସିଛନ୍ତି କୁଳପତି। କୁଳପତିଙ୍କ ଏ ଅଭିଯାନକୁ ସମର୍ଥନ କରି ବିଶ୍ୱବିଦ୍ୟାଳୟର କିଛି ଅଧ୍ୟାପକ ଓ ଅଧ୍ୟାପିକା ମଧ୍ୟ ଧାରଣାରେ ବସିଛନ୍ତି।

୨୧ ଦିନ ପରେ ଗତକାଲି ସାଇନ-ଏ-ଡାଏ ହଟିବା ପରେ ବାଣୀବିହାର ଖୋଲିଥିଲା। ହେଲେ ନିର୍ବାଚନ ପ୍ରସଙ୍ଗକୁ ନେଇ ପୁଣି କ୍ୟାମ୍ପସରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା। କିଛି ଛାତ୍ର ନେତା ନିର୍ବାଚନ କରିବାକୁ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଥିଲେ। ଏହାକୁ ନେଇ ପୋଲିସ୍ ଉପସ୍ଥିତିରେ ଭିସିଙ୍କ ସହ ଛାତ୍ରଛାତ୍ରୀ ଯୁକ୍ତିତର୍କ କରିଥିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos