ଭିଜିଲାନ୍ସ ଜାଲରେ କୋଟିପତି ନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ କୋଟିପତି ଇଂଜିନିୟର। ନିର୍ମାଣ ସୌଧରେ ଅବସ୍ଥାପିତ ନିର୍ବାହୀ ଯନ୍ତ୍ରୀ ଦୟାନିଧି ସାମଲ ଲାଞ୍ଚ ନେଇ ଗିରଫ ହେବା ପରେ ଖୋଳତାଡ଼ କରିଥିଲା ଭିଜିଲାନ୍ସ। ଭିଜିଲାନ୍ସ ଅଧିକାରୀମାନେ ୫ଟି ଜାଗାରେ ଚଢ଼ାଉ କରି ଦୟାନିଧିଙ୍କ ନାଁରେ ଥିବା ୩ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଠାବ ହୋଇଛି। ଲକର ଖୋଲିଲେ ଆହୁରି ଅଧିକ ସମ୍ପତ୍ତି ମିଳିବ ବୋଲି ଆଶା କରାଯାଉଛି। ଦୟାନିଧିଙ୍କ ଭୁବନେଶ୍ୱର ମୈତ୍ରୀବିହାର ନିକଟ ଏଲ୍‌ଆଇସି କଲୋନୀ ଫ୍ଲାଟ୍, […]

vigilance

Rakesh Mallick
  • Published: Sunday, 03 April 2016
  • , Updated: 03 April 2016, 04:19 PM IST

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ କୋଟିପତି ଇଂଜିନିୟର। ନିର୍ମାଣ ସୌଧରେ ଅବସ୍ଥାପିତ ନିର୍ବାହୀ ଯନ୍ତ୍ରୀ ଦୟାନିଧି ସାମଲ ଲାଞ୍ଚ ନେଇ ଗିରଫ ହେବା ପରେ ଖୋଳତାଡ଼ କରିଥିଲା ଭିଜିଲାନ୍ସ। ଭିଜିଲାନ୍ସ ଅଧିକାରୀମାନେ ୫ଟି ଜାଗାରେ ଚଢ଼ାଉ କରି ଦୟାନିଧିଙ୍କ ନାଁରେ ଥିବା ୩ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଠାବ ହୋଇଛି। ଲକର ଖୋଲିଲେ ଆହୁରି ଅଧିକ ସମ୍ପତ୍ତି ମିଳିବ ବୋଲି ଆଶା କରାଯାଉଛି।

ଦୟାନିଧିଙ୍କ ଭୁବନେଶ୍ୱର ମୈତ୍ରୀବିହାର ନିକଟ ଏଲ୍‌ଆଇସି କଲୋନୀ ଫ୍ଲାଟ୍, କଟକ ସିଡିଏ ବାସଭବନ, କେନ୍ଦ୍ରାପଡ଼ା ଆଳି ନିକଟ ଅରିଲୋରେ ପୈତୃକ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା। ସେହିପରି ବାରଙ୍ଗ ତ୍ରିଶୁଳିଆ ନିକଟରେ ତାଙ୍କର ୫୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଏକ ପ୍ଲଟ୍ ରହିଛି। ନନ୍ଦନକାନନ ନିକଟରେ ମଧ୍ୟ ଦୟାନିଧିଙ୍କର ଦୁଇଟି ପ୍ଲଟ୍ ଥିବା ଜଣାପଡ଼ିଛି। ବିଭିନ୍ନ ବ୍ୟାଙ୍କରେ ତାଙ୍କର ଆକାଉଣ୍ଟ୍ ଓ ଫିକ୍ସଡ୍ ଡିପୋଜିଟ୍ ଥିବା ଜଣାପଡ଼ିଛି।

ଆସନ୍ତାକାଲି ଲକ୍‌ର ଖୋଳାଯିବା ପରେ ଦୟାନିଧିଙ୍କ ପ୍ରକୃତ ସମ୍ପତ୍ତି ପରିମାଣ ଜଣାପଡ଼ିବ ବୋଲି ଭୁବନେଶ୍ୱର ଡିଭିଜନ୍ ଭିଜିଲାନ୍ସ ଏସ୍‌ପି ବସନ୍ତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଅଲେଖ ଚନ୍ଦ୍ର ମାଝି ନାମକ ଜଣେ ଠିକାଦାରଙ୍କ ବିଲ୍ ପାସ୍ କରାଇବାକୁ ଦୟାନିଧି ଲାଞ୍ଚ ମାଗିଥିଲେ। ଶନିବାର ରାତିରେ ଭୁବନେଶ୍ୱର ପାହାଳ ନିକଟବର୍ତ୍ତୀ ଏକ ସ୍ଥାନରେ ଦୟାନିଧି ଅଲେଖଙ୍କଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତା’ପରେ ଭିଜିଲାନ୍ସ ପକ୍ଷରୁ ଆଜି ତାଙ୍କ ସଂପତ୍ତିର ଖୋଳତାଡ଼ କରାଯାଇଥିଲା।

Related story