ଡିଟେକ୍ଟିଭ ଡାକ୍ତର: ଷ୍ଟିଙ୍ଗ ଅପରେଶନ କରି ଆଉ ଜଣେ ଡାକ୍ତରଙ୍କ କାରନାମା ଧରିଲେ, ଦେଖନ୍ତୁ ଭିଡିଓ

ବୁର୍ଲା:ପୁଣି ଚର୍ଚ୍ଚାରେ ଭିମସାର ନିର୍ଦ୍ଦେଶକ ଅଶ୍ୱିନୀ ପୁଜାହାରୀ। ଡ୍ୟୁଟି ସମୟରେ ଘରେ ରୋଗୀ ଦେଖୁଥିବା ବେଳେ ବୁର୍ଲା ବଡ଼ ଡାକ୍ତରଖାନାର ଅସ୍ତିଶଲ୍ୟ ବିଭାଗର ଡାକ୍ତର ଗୌତମ ଶତପଥୀଙ୍କୁ ଧରିଛନ୍ତି ପୁଜାହାରୀ।   ଡାକ୍ତର ଗୌତମ ଦୀର୍ଘ ସମୟ ଧରି ଓ୍ୱାର୍ଡ କିମ୍ବା ଡାକ୍ତରଖାନାକୁ ନ ଆସିବାରୁ ନିର୍ଦ୍ଦେଶକ ଅଶ୍ୱିନୀ ତାଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲେ।  ତେବେ ଗୌତମ ଘରେ ରୋଗୀ ଚିକିତ୍ସା କରୁଥିବା ସୂଚନା ପାଇ ନିର୍ଦ୍ଦେଶକ ପୁଜାହାରୀ ସେଠାରେ ପହଁଚିଥିଲେ।

ଆଉ ନିର୍ଦ୍ଦେଶକଙ୍କୁ ଦେଖି ହଡବଡ଼ ହୋଇ ଯାଇଥିଲେ ଡାକ୍ତର ଗୌତମ ଶତପଥୀ। ଦୀର୍ଘ ସମୟ ଧରି ମେଡିକାଲ ନ ଆସିବା ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଭିସମାର ନିର୍ଦ୍ଦେଶକ।  କିଛି ଦିନ ତଳେ ମ଼େଡିକାଲର ଆସୋସିଏଟ ପ୍ରଫେସର ଡାକ୍ତର ବି.ବି.ପଣ୍ଡା ହସ୍ପିଟାଲରେ ଡ୍ୟୁଟି ସମୟରେ ଉପସ୍ଥିତ ନ ରହି ଘରୋଇ କ୍ଲିନିକରେ କାମ କରୁଥିବା ନେଇ ଭିମସାର ନିର୍ଦ୍ଦେଶକଙ୍କ ଅପରେସନରେ ଧରା ପଡିଥିଲେ।