ଭିଆଇପିଙ୍କ ପାଇଁ ଆଇନ ଢିଲା: କୋର୍ଟ ହାଜର ବେଳେ ପୂର୍ବତନ ବିଧାୟକ ସୁବର୍ଣ୍ଣ ମୋବାଇଲରେ ଗପିବାକୁ ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର: ଭିଆଇପିଙ୍କ ପାଇଁ ଆଇନ୍ ଢ଼ିଲା। ଏପରି ଅଭିଯୋଗ ଆସିଛି ଚିଟଫଣ୍ଡ ମାମଲାର ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକଙ୍କୁ ନେଇ। ପୋଲିସ ଏସ୍କର୍ଟରେ କୋର୍ଟକୁ ଆସି ଦୀର୍ଘ ସମୟ ଧରି ମୋବାଇଲରେ ଗପିବାକୁ ନେଇ ଉଠିଛି ଏମିତି ପ୍ରଶ୍ନ। ଏହା ଆଇନର ଖୋଲା ଉଲ୍ଲଙ୍ଘନ ହୋଇଥିଲେ ବି ସୁରକ୍ଷା କର୍ମୀ ସବୁ ଦେଖି ନୀରବ ରହିଥିଲେ। ଏହି ଘଟଣା ଜଣାପଡିବା ପରେ ଭିଡିଓ ଫୁଟେଜ୍ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର […]

phone

Rakesh Mallick
  • Published: Friday, 08 January 2016
  • , Updated: 09 January 2016, 04:13 AM IST

ଭୁବନେଶ୍ୱର: ଭିଆଇପିଙ୍କ ପାଇଁ ଆଇନ୍ ଢ଼ିଲା। ଏପରି ଅଭିଯୋଗ ଆସିଛି ଚିଟଫଣ୍ଡ ମାମଲାର ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକଙ୍କୁ ନେଇ। ପୋଲିସ ଏସ୍କର୍ଟରେ କୋର୍ଟକୁ ଆସି ଦୀର୍ଘ ସମୟ ଧରି ମୋବାଇଲରେ ଗପିବାକୁ ନେଇ ଉଠିଛି ଏମିତି ପ୍ରଶ୍ନ। ଏହା ଆଇନର ଖୋଲା ଉଲ୍ଲଙ୍ଘନ ହୋଇଥିଲେ ବି ସୁରକ୍ଷା କର୍ମୀ ସବୁ ଦେଖି ନୀରବ ରହିଥିଲେ। ଏହି ଘଟଣା ଜଣାପଡିବା ପରେ ଭିଡିଓ ଫୁଟେଜ୍ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର କହିଛନ୍ତି।

ଆଜି ଭୁବନେଶ୍ୱର କୋର୍ଟରେ ହାଜର ହେବାକୁ ଆସିଥିବା ବେଳେ ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାର ଅଭିଯୁକ୍ତ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକଙ୍କୁ ମୋବାଇଲରେ ବେଧଡ଼କ ଗପୁଥିବା ଦେଖିବାକୁ ମିଳିଥିଲା। ସିବିଆଇ ଦ୍ୱାରା ଗିରଫ ନାୟକଙ୍କ ପାଖକୁ ଫୋନ କେଉଁଠୁ ଆସିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ଫୋନରେ କଥା ହେଉଥିବା ବେଳେ ପାଖରେ ଥିବା ସୁରକ୍ଷାକର୍ମୀ ସବୁ ଦେଖି ନ ଦେଖିବା ଭଳି କାର୍ଯ୍ୟ କରିଥିଲେ। କେହି ନାୟକଙ୍କୁ ଫୋନରେ କଥା ହେବାକୁ ବାରଣ କରି ନ ଥିଲେ।

ଏ ନେଇ ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ଘଟଣାର ତଦନ୍ତ କରାଯିବ। ଯେଉଁମାନେ ନିଜ ଦାୟିତ୍ୱରେ ଖିଲାପ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ଆଗରୁ ଏଭଳି ଅଭିଯୋଗ ଆସିଥିବାରୁ କମିଶନରେଟ୍ ପୋଲିସ ଜେଲ ବିଭାଗ ଏଡିଜିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବିଚାରଧୀନ କଏଦୀଙ୍କୁ ଜେଲରୁ କୋର୍ଟ ଓ ହସପିଟାଲ ଆଣିବା ବେଳେ ଏଭଳି ତ୍ରୁଟି ବିଚ୍ୟୁତିର ଅଭିଯୋଗ ଆସୁଥିବାରୁ ଦୁଇ ଡିସିପିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଦାୟିତ୍ୱରେ ଖିଲାପ କରୁଥିବା ସୁରକ୍ଷା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଜେଲ ବିଭାଗ ଏଡିଜି ଏସ୍. ଏମ୍. ନରୱନେ କହିଛନ୍ତି।

Related story