କାହିଁକି ପ୍ରଭୁ ଶ୍ରୀରାମ ଭାଇ ଲକ୍ଷ୍ମଣଙ୍କୁ ଦେଇଥିଲେ ମୃତ୍ୟୁଦଣ୍ଡ?

ନୂଆଦିଲ୍ଲୀ: ରାମାୟଣରେ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ସମ୍ପର୍କ ଭାଇଚାରାର ଅନନ୍ୟ ନିଦର୍ଶନ ବହନ କରେ। ଶ୍ରୀରାମଙ୍କ ଅନୁଜ ଥିଲେ ଲକ୍ଷ୍ମଣ ।  ରାମଙ୍କୁ ନିଜ ଜୀବନ ଠାରୁ ରୁ ଅଧିକ ଭଲ ପାଉଥିଲେ ଲକ୍ଷ୍ମଣ। ସବୁଠୁ ଅଧିକ ଭକ୍ତି ଏବଂ ଶ୍ରଦ୍ଧା କରୁଥିଲେ ମଧ୍ୟ ଲକ୍ଷ୍ମଣଙ୍କୁ ଭାଇ ରାମଙ୍କ ଠାରୁ ମୃତ୍ୟୁ ଦଣ୍ଡ ଭୋଗ କରିବାକୁ ପଡ଼ିଥିଲା। ଆମ ପୂରାଣରେ ଏମିତି କାହାଣୀ ବର୍ଣ୍ଣିତ ରହିଛି। ତେବେ କାହିଁକି ଏମିତି ପରିସ୍ଥିତି ଘଟିଥିଲା ଆସନ୍ତୁ ଜାଣିବା। ଲଙ୍କା […]

ram

ram

Rakesh Mallick
  • Published: Monday, 20 November 2017
  • Updated: 21 November 2017, 07:50 AM IST

Sports

Latest News

ନୂଆଦିଲ୍ଲୀ: ରାମାୟଣରେ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ସମ୍ପର୍କ ଭାଇଚାରାର ଅନନ୍ୟ ନିଦର୍ଶନ ବହନ କରେ। ଶ୍ରୀରାମଙ୍କ ଅନୁଜ ଥିଲେ ଲକ୍ଷ୍ମଣ ।  ରାମଙ୍କୁ ନିଜ ଜୀବନ ଠାରୁ ରୁ ଅଧିକ ଭଲ ପାଉଥିଲେ ଲକ୍ଷ୍ମଣ। ସବୁଠୁ ଅଧିକ ଭକ୍ତି ଏବଂ ଶ୍ରଦ୍ଧା କରୁଥିଲେ ମଧ୍ୟ ଲକ୍ଷ୍ମଣଙ୍କୁ ଭାଇ ରାମଙ୍କ ଠାରୁ ମୃତ୍ୟୁ ଦଣ୍ଡ ଭୋଗ କରିବାକୁ ପଡ଼ିଥିଲା। ଆମ ପୂରାଣରେ ଏମିତି କାହାଣୀ ବର୍ଣ୍ଣିତ ରହିଛି। ତେବେ କାହିଁକି ଏମିତି ପରିସ୍ଥିତି ଘଟିଥିଲା ଆସନ୍ତୁ ଜାଣିବା। ଲଙ୍କା ଜୟ ପରେ ଶ୍ରୀରାମ ଅଯୋଧ୍ୟା ଫେରି ଆସି ରାଜା ହୋଇଥିଲେ। ଦିନେ ମହାରାଜ ଯମ କୌଣସି ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ପାଇଁ  ରାମଙ୍କ ନିକଟକୁ ଆସିଥିଲେ। ଆଲୋଚନା ପୂର୍ବରୁ ଯମ କହିଥିଲେ ଯେ, ଆପଣ ଯାହା ପ୍ରତିଜ୍ଞା କରନ୍ତି ତାହା ପାଳନ କରନ୍ତି। ମୁଁ ବି ଆପଣଙ୍କ ଠାରୁ ଗୋଟିଏ ବଚନ ମାଗୁଛି। ଯେତେବଳେ ପର୍ଯ୍ୟନ୍ତ ଆପଣ ଆଉ ମୋ ଭିତରେ ବାର୍ତ୍ତାଳାପ ଚାଲୁଥିବ ସେ ପର୍ଯ୍ୟନ୍ତ କେହି ଏହା ଭିତରୁ ଆସିବେ ନାହିଁ।

ଆଉ ଯିଏ ଆସିବ ତାଙ୍କୁ ଆପଣ ମୃତ୍ୟୁ ଦଣ୍ଡ ଦେବାକୁ ପଡ଼ିବ। ଯମଙ୍କ କଥାରେ ରାମ ହଁ ଭରିଦେଲେ। ଏ ସମସ୍ତ କଥା ରାମ ତାଙ୍କ ଭାଇ ଲକ୍ଷ୍ମଣଙ୍କୁ କହି ଦ୍ୱାରପାଳ ନିଯୁକ୍ତ କରିବା ପାଇଁ କହିଥିଲେ। ସବୁ କଥା  ଶୁଣି ଲକ୍ଷ୍ମଣ ନିଜେ ଦ୍ୱାରପାଳ ହେବା ପାଇଁ ସମ୍ମତି ପ୍ରଦାନ କରିଥିଲେ। ଲକ୍ଷ୍ମଣ ଦ୍ୱାରପାଳ ହେବାର କିଛି ସମୟ ପରେ ଋସି ଦୁର୍ବାଶା ରାମଙ୍କୁ ଭେଟିବାକୁ ଆସିଥିଲେ। ଋସି ଦୁର୍ବାଶା ଆସିଥିବା ଖବର ଜଣାଇବାକୁ କହିବାରୁ ଲକ୍ଷ୍ମଣ ବିନମ୍ରତାର ସହ ତାଙ୍କୁ ମନା କରିଦେଇଥିଲେ। ଏଥିରେ ଋସି ଦୁର୍ବାଶା କ୍ରୋଧିତ ହୋଇ ସମ୍ପୂର୍ଣ୍ଣ ଅଯୋଧ୍ୟା ନଗରକୁ  ଭସ୍ମ ପାଇଁ ଅଭିଶାପ ଧମକ ଦେଲେ। ଲକ୍ଷ୍ମଣ ବୁଝିଗଲେ ଯେ, ଏହା ହେଉଛି ସବୁଠୁ ଜଟିଳ ପରିସ୍ଥିତି। ହୁଏତ ରାମ କିମ୍ବା ଦୁର୍ବାଶାଙ୍କ ଯାହାର ବି ଆଦେଶକୁ ଉଲ୍ଲଂଘନ କରିବାକୁ ପଡ଼ିବ।  ଦୋଛକିରେ ପଡ଼ିଗଲେ ଲକ୍ଷ୍ମଣ। ଯଦି ସେ ଋସି ଦୁର୍ବାଶାଙ୍କ କଥାକୁ  ଉଲ୍ଲଂଘନ କରନ୍ତି ତେବେ ସମଗ୍ର ଅଯୋଧ୍ୟା ଜଳିଯିବ। ତେଣୁ ଭାଇ ରାମଙ୍କ କଥାକୁ ଅମାନ୍ୟ କରି ନିଜ ଜୀବନକୁ ବଳି ଦେବା ପାଇଁ ଦୃଢ ନିଷ୍ପତି ନେଇଗଲେ ଲକ୍ଷ୍ମଣ। ସଙ୍ଗେ ସଙ୍ଗେ ଭିତରକୁ ଯାଇ ଋସି ଦୁର୍ବାଶାଙ୍କ ଆଗମନ ଖବର ଦେଇଥିଲେ।  ଏହି ସମୟରେ ରାମ ଏବଂ ଯମଙ୍କ ମଧ୍ୟରେ ବାର୍ତ୍ତାଳାପ ଚାଲିଥିଲଲା। ଆଉ ହଠାତ୍ ଋଷି ଦୁର୍ବାସାଙ୍କ ଆଗମନ ହେଲା।

ଏଥିରେ ରାମ ସମସ୍ୟାରେ ପଡ଼ିଗଲେ। ପୂର୍ବରୁ  କରିଥିବା ପ୍ରତିଜ୍ଞା ରକ୍ଷା କରିବାକୁ ଯମକୁ କଥା ଦେଇଥିଲେ। ଆଉ ସେହି ଅନୁଯାୟୀ ନିଜ ଭାଇ ଲକ୍ଷ୍ମଣଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ନିଷ୍ପତ୍ତି ନେଇଥିଲେ ରାମ। ନିଜ ଭାଇ ହୋଇ ଥିଲେ ମଧ୍ୟ କଥା ଦେଇଥିବାରୁ ଏଥିରୁ ଓହରି ନ ଥିଲେ ରାମ।  ଏଭଳି ସଙ୍ଗିନ ପରିସ୍ଥିତିରେ ନିଜ ଗୁରୁଙ୍କୁ ସ୍ମରଣ କଲେ ରାମ। ଏହାର କିଛି ଉପାୟ ଜାଣିବାକୁ ଚାହିଁଲେ ସେ। ଉତ୍ତରରେ ଗୁରୁଦେବ କହିଥିଲେ ଯଦି ନିଜର କୌଣସି ପ୍ରିୟ ବ୍ୟକ୍ତିଙ୍କ ମୃତ୍ୟୁ ହୁଏ ତାହା ନିଜର ମୃତ୍ୟୁ ସହ ସମାନ। ତେଣୁ ପୂର୍ବରୁ ଦେଇଥିବା ପ୍ରତିଜ୍ଞା ରକ୍ଷା କରିବାକୁ ରାମଙ୍କୁ ଗୁରୁଦେବ ପରାମର୍ଶ ଦେଇଥିଲେ। ଏକଥା ଶୁଣି ଲକ୍ଷ୍ମଣ ଭାବବିହୂଳ ହୋଇ କହିଥିଲେ ଯେ, ଆପଣ କେବେ ବି ନିଜ ଭାଇକୁ ତ୍ୟାଗ କରିପାରିବେ ନାହିଁ।  ତେଣୁ ଆପଣଙ୍କ ଠାରୁ ଦୂରେଇବା ପାଇଁ ସବୁଠୁ ଭଲ ହେବ ଆପଣ ଦେଇଥିବା  କଥାକୁ ମୁଁ ମାନି ନେଉଛି। ଏହା କହି ଲକ୍ଷ୍ମଣ ନିଜେ ସମାଧି ନେଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos