ପ୍ରେମୀ ଯୁଗଳଙ୍କ ମଧ୍ୟରେ କଥା କଟାକଟି ଓ କଳି କଜିଆ ଏକ ସାଧାରଣ କଥା। ହେଲେ କଳି ଯେ, ଏତେ ବଢିଯିବ ଯେ, ପ୍ରେମିକା ନିଜ ପ୍ରେମିକଙ୍କୁ ମାଡ଼ ମାରି ଜେଲ୍ ଯିବ ଏ କଥା ନିଶ୍ଚିତ ନିଆରା।
ଆଜ୍ଞା ହଁ, ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଘଟଣାଟି ଫ୍ଲୋରିଡାର। ଲିଣ୍ଡସେ କ୍ଲାକ୍ ନାମକ ଜଣେ ପ୍ରେମିକା ତାଙ୍କ ବୟଫ୍ରେଣ୍ଡଙ୍କୁ ଚାପୁଡା ମାରି ଆଜି ଜେଲ୍ରେ। ଭାବୁଥିବେ ଏମିତି କ’ଣ କଲେ ଯେ, ପ୍ରେମିକପ୍ରବର ମାଡ଼ ଖାଇଲେ?
ପ୍ରେମିକ ପ୍ରେମିକାଙ୍କୁ ଛାଡି ଏହି ଘଟଣାରେ ଗୋଟିଏ ତୃତୀୟ ବିନ୍ଦୁ ଅଛି। ସେଇଟା ହେଲା ସେଇ ଖଳନା। ଯୁବତୀ ଜଣକ କୁଆଡେ ବଜାରରେ ମିଳୁଥିବା ଦାମୀ ସେକ୍ସ ଟଏ କିଣି ପାଖରେ ରଖିଥିଲେ। ଯାହାକୁ ଦେଖିଦେଲେ ତାଙ୍କ ବୟଫ୍ରେଣ୍ଡ ଚାଡ୍ ସ୍କାର୍ବୋ। ଆଉ ଏହି ଘଟଣା ଦେଖି ସେ ପୁରା ଖପ୍ପା ହୋଇଗଲେ। ଦୁହିଁଙ୍କ ଭିତରେ ଆରମ୍ଭ ହେଲା ବଚସା। ଏହା କ୍ରମେ ଉଗ୍ର ହେବାରୁ ପରିସ୍ଥିତି ଅସମ୍ଭାଳ ହେଲା। ଶେଷରେ ଚାଡ୍ଙ୍କୁ ଏକ ଶକ୍ତ ଚାପୁଡା ମାରିଲେ ଲିଣ୍ଡସେ। ଘଟଣା ଏତେ ବିବାଦୀୟ ହୋଇପଡିଲା ଯେ, ପୋଲିସ ପହଞ୍ଚି ଲିଣ୍ଡସେଙ୍କୁ ଗିରଫ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଅପେକ୍ଷା କରିଥିଲେ ପ୍ରେମିକା! ଜେଲ୍ରୁ ଆସି ବାହାହେଲେ
ପରିବାର ଲୋକଙ୍କ ବାରଣ ଯୋଗୁ ପୂର୍ଣ୍ଣିମାଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଲେ ଶୁକଦେବ। ପୂର୍ଣ୍ଣିମା ଫୋନ୍ କଲେ ସେ ଉଠାଉନଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ପୂର୍ଣ୍ଣିମା।
Special
ଝାଉଁ କାଠର ଘୋର ଅଭାବ; ସ୍ୱର୍ଗଦ୍ୱାରରେ ଲୋଡ଼ା କି ବୈଦ୍ୟୁତିକ ଚୁଲା?
ଜଣକା ୨ କ୍ୱିଣ୍ଟାଲ୍ କାଠର ଆବଶ୍ୟକତା ଥିବାରୁ ବର୍ଷକୁ ଏ ବାବଦରେ ପ୍ରାୟ ୭୨ ହଜାର କ୍ୱିଣ୍ଟାଲ କାଠ ଦରକାର। ଏପରିସ୍ଥଳେ ବନ ବିଭାଗ ପକ୍ଷରୁ ଅସ୍ତରଙ୍ଗ ଜଙ୍ଗଲରୁ ପୁରୀ ସ୍ୱର୍ଗଦ୍ୱାରକୁ ଯୋଗାଇ ଦିଆଯାଉଥିବା ଝାଉଁ କାଠର ଉତ୍କଟ ଅଭାବ ପରିଲକ୍ଷିତ ହୋଇଛି।
Special
ଆତ୍ମସମର୍ପଣର ୧୬ ବର୍ଷ ପରେ ସୂର୍ୟାମଙ୍କ ଘରେ ପହଞ୍ଚିଲା ଆନ୍ଧ୍ର ପୁଲିସ
ସୂର୍ଯ୍ୟମ୍ ମାଓ ସଙ୍ଗଠନରେ ଥିବା ବେଳେ ପ୍ରେମରେ ପଡ଼ିଥିଲେ। ସେହି ସଂଗଠନରେ କାର୍ଯ୍ୟ କରୁଥିବା ପବିତ୍ରା ନାୟକଙ୍କୁ ସେ ପ୍ରେମ କରୁଥିଲେ। ପରବର୍ତ୍ତୀ ସେ ପବିତ୍ରାଙ୍କୁ ପ୍ରେମ ବିବାହ କରିଥିଲେ। ପ୍ରେମ ବିବାହ ପରେ ବେଶୀ ଦିନ ସଙ୍ଗଠନରେ ରହି ପାରିନଥିଲେ।
Special
ଜେଲରୁ MA ପଢିବେ କୁଖ୍ୟାତ ମାଓନେତା ସବ୍ୟସାଚୀ ପଣ୍ଡା
ଜେଲ୍ ଭିତରେ ଅଧିକ ସମୟ ପାଠପଢାରେ କାଟୁଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା। ଓଡ଼ିଶା ଷ୍ଟେଟ୍ ଓପନ ୟୁନିଭର୍ସିଟିରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବାକୁ ପଢୁଛନ୍ତି ପାଠ।
Special
ଦୁଇ ଘଣ୍ଟା ବନ୍ଦ ହୋଇଥିଲା ହାର୍ଟ ବିଟ୍; ତଥାପି ପୁନର୍ଜନ୍ମ ପାଇଲେ ଯବାନ
ଏମ୍ସ ଡାକ୍ତର ଔଷଧ ଦେଇ ଶୁଭକାନ୍ତଙ୍କ ବିପି ବଢ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ହାର୍ଟ ବିଟ୍ କିନ୍ତୁ କମି ଚାଲିଥିଲା। ଏହାରି ଭିତରେ ହଠାତ ହୋଇଥିଲା କର୍ଡିଆକ୍ ଆରେଷ୍ଟ। ବନ୍ଦ ହୋଇଗଲା ହାର୍ଟ ବିଟ୍। ତେଣୁ ଡାକ୍ତର ତାଙ୍କୁ CPR ଦେବା ଆରମ୍ଭ କରିଥିଲେ।