ହାନୋଇ: ସାଧାରଣତଃ ପିଲା ଜନ୍ମ ହେବା ବେଳେ ୩ରୁ ୪ କେଜି ମଧ୍ୟରେ ହୋଇଥାଏ। କିଛି କ୍ଷେତ୍ରରେ ପିଲାଙ୍କ ଓଜନ ଏହାଠାରୁ ସାମାନ୍ୟ ଅଧିକ ଥାଏ। ହେଲେ ଆମେ ଆଜି ଏମିତି ଏକ ପିଲା କଥା କହିବାକୁ ଯାଉଛୁ, ଯାହାର ଓଜନ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ। ପିଲାଟି ଜନ୍ମ ହେବା ବେଳେ ଏହାର ଓଜନ ୭.୧ କିଲୋ ଥିଲା। ଏହା ଦେଖି ଚିକିତ୍ସା କରୁଥିବା ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କୁହାଯାଉଛି ଦକ୍ଷିଣ ଏସିଆରେ ଏତେ ଓଜନର ପିଲା ଜନ୍ମ ହେବା ପ୍ରଥମ ଘଟଣା। ଏବେ ଉଭୟ ନବଜାତ ଶିଶୁ ଓ ତା’ର ମାଆ ସୁସ୍ଥ ଅଛନ୍ତି। ସେମାନଙ୍କୁ ମେଡିକାଲରେ ରଖାଯାଇଛି। କିଛିଦିନ ପରେ ସେମାନେ ଡିସ୍ଚାର୍ଜ ହେବ।
ଭିଏତନାମରେ ଘଟିଛି ଏପରି ଆଶ୍ଚର୍ଯ୍ୟ ଘଟଣା। ଉତ୍ତର ୱହ ଫୁକ ପ୍ରାନ୍ତର ମହିଳା ଜଣଙ୍କ ଯେତେବେଳେ ମେଡିକାଲ ଯାଇଥିଲେ ତାଙ୍କ ଶିଶୁଟିର ଓଜନ ପ୍ରାୟ ୫ କେଜି ପାଖାପାଖି ଥିବ ବୋଲି ଡାକ୍ତର କହିଥିଲେ। ହେଲେ ଶିଶୁଟି ଜନ୍ମ ହେବା ପରେ ସମସ୍ତେ ତା’ର ଓଜନ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ପିଲାଟିକୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, “ମୋ କ୍ୟାରିୟରରେ ଏମିତି ଚମତ୍କାର କେବେ ଦେଖି ନଥିଲି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।