୫୨ ବର୍ଷ ଧରି ଗର୍ଭଧାରଣ: ଜାଣନ୍ତୁ କେମିତି ଥିଲା ପେଟରେ ଶିଶୁର ଅବସ୍ଥା

ଜଣେ ମହିଳା ପାଇଁ ମାଆ ହେବା ଗର୍ବର ବିଷୟ। ମାଆ ହେବା ପରେ ଜୀବନ ସାର୍ଥକ ହୋଇଗଲା ବୋଲି ଭାବିଥାନ୍ତି। ଗର୍ଭାବସ୍ତାକୁ ବହୁତ ମହତ୍ୱପୂର୍ଣ୍ଣ ମନେ କରାଯାଇଥାଏ। ୯ ମାସ ଗର୍ଭଧାରଣ କରି ଜଣେ ମହିଳା ପିଲାକୁ ଜନ୍ମ ଦେଇଥାଏ। ହେଲେ ଆମେ ଆଜି ଯେଉଁ ମହିଳାଙ୍କ ସମ୍ପର୍କରେ କହିବାକୁ ଯାଉଛୁ, ସେ ୯ ମାସ ନୁହେଁ ୫୨ ବର୍ଷ ଗର୍ଭବତୀ ଥିଲେ। ହେଲେ ସେ ଏକଥା ଜାଣି ପାରିଲେ ନାହିଁ କି ଜୀବନରେ କେବେ ମାଆ […]

untitled-11_1509791921

untitled-11_1509791921

Rakesh Mallick
  • Published: Sunday, 05 November 2017
  • Updated: 06 November 2017, 02:55 PM IST

Sports

Latest News

ଜଣେ ମହିଳା ପାଇଁ ମାଆ ହେବା ଗର୍ବର ବିଷୟ। ମାଆ ହେବା ପରେ ଜୀବନ ସାର୍ଥକ ହୋଇଗଲା ବୋଲି ଭାବିଥାନ୍ତି। ଗର୍ଭାବସ୍ତାକୁ ବହୁତ ମହତ୍ୱପୂର୍ଣ୍ଣ ମନେ କରାଯାଇଥାଏ। ୯ ମାସ ଗର୍ଭଧାରଣ କରି ଜଣେ ମହିଳା ପିଲାକୁ ଜନ୍ମ ଦେଇଥାଏ। ହେଲେ ଆମେ ଆଜି ଯେଉଁ ମହିଳାଙ୍କ ସମ୍ପର୍କରେ କହିବାକୁ ଯାଉଛୁ, ସେ ୯ ମାସ ନୁହେଁ ୫୨ ବର୍ଷ ଗର୍ଭବତୀ ଥିଲେ। ହେଲେ ସେ ଏକଥା ଜାଣି ପାରିଲେ ନାହିଁ କି ଜୀବନରେ କେବେ ମାଆ ହୋଇପାରିଲେ ନାହିଁ।

ଏପରି ଘଟଣା ଘଟିଛି ଚିଲିରେ ରହୁଥିବା ୯୩ ବର୍ଷର ଏଷ୍ଟେଲାଙ୍କ କ୍ଷେତ୍ରରେ। ୪୧ ବର୍ଷ ବୟସରେ ଏଷ୍ଟେଲା ଗର୍ଭବତୀ ହୋଇଥିଲେ। ହେଲେ ସେ ଏହା ଜାଣିପାରି ନଥିଲେ। ଏହି କାରଣରୁ ତାଙ୍କ ଗର୍ଭନଷ୍ଟ ହୋଇଯାଇଥିଲା ଓ ମଲା ଶିଶୁ ପେଟ ଭିତରେ ହିଁ ରହି ଯାଇଥିଲା। ଏହାପରେ ଏଷ୍ଟେଲା ଆଉ କେବେ ଗର୍ଭଧାରଣ କରି ନଥିଲେ। ହେଲେ ୫୨ ବର୍ଷ ପରେ ୨୦୧୫ରେ ଯେତେବେଳେ ସେ ବେମାର ପଡିଲେ, ତାଙ୍କ ପେଟରେ ବହୁତ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଥିଲେ। ଏକ୍ସରେ କରି ଡାକ୍ତର ପେଟରେ ଏକ ଟ୍ୟୁମର ଥିବା ପ୍ରଥମେ କହିଥିଲେ। ହେଲେ ଭଲ ଭାବରେ ପରୀକ୍ଷା କରାଯିବା ପରେ ଡାକ୍ତରଙ୍କ ହୋସ୍ ଉଡି ଯାଇଥିଲା। କାରଣ, ପେଟରେ ଥିବା ପେଣ୍ଡୁଳାଟି କୌଣସି ଟ୍ୟୁମର ନଥିଲା, ଏହାଥିଲା ୫୨ ବର୍ଷ ପୂର୍ବେ ମରିଯାଇଥିବା ପିଲାର ଅଂଶ ବିଶେଷ।

ଆହୁରି ମଧ୍ୟ ପଢନ୍ତୁ: ଗୋଟିଏ ଭୁଲ ପାଇଁ ସାରା ଜୀବନ ବଙ୍କା ହୋଇଗଲା ବେକ

ଡାକ୍ତରଙ୍କ କହିବା ଅନୁସାରେ ଶିଶୁଟି ପେଟରେ ମରିଯିବା ପରେ ସମ୍ପୂର୍ଣ୍ଣ ସୁଖି ଯାଇଥିଲା। ଏହା ପଥର ଭଳି ହୋଇ ରହିଯାଇଥିଲା। ତେଣୁ ମହିଳା ଜଣଙ୍କ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos