ବୋଲଗଡ଼ ବିଡ଼ିଓଙ୍କୁ ଆକ୍ରମଣ, ଆକ୍ରମଣକାରୀ ଅଟକ

ଖୋର୍ଦ୍ଧା: ବୋଲଗଡ଼ ବିଡ଼ିଓ ସୁଧାକର ନାୟକଙ୍କୁ ଜଣେ ଯୁବକ ଆକ୍ରମଣ କରିଛନ୍ତି। ଆଜି ସୁଧାକର ଅଫିସରେ ବସିଥିବା ବେଳେ ଯୁବକ ଜଣକ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ସମ୍ପୃକ୍ତ ଯୁବକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ମାମଲା ଥିବା ଜଣାପଡ଼ିଛି। ବିଡ଼ିଓ ଆକ୍ରମଣଙ୍କୁ ଓଏଏସ୍‌ ସଂଘ ନିନ୍ଦା କରିଛି। ସଂଘର ସାଧାରଣ ସମ୍ପଦକ ଜ୍ୟୋତିରଞ୍ଜନ ମିଶ୍ର କହିଛନ୍ତି,“ଆକ୍ରମଣ […]

knife-attack

Rakesh Mallick
  • Published: Saturday, 18 March 2017
  • , Updated: 18 March 2017, 09:51 PM IST

ଖୋର୍ଦ୍ଧା: ବୋଲଗଡ଼ ବିଡ଼ିଓ ସୁଧାକର ନାୟକଙ୍କୁ ଜଣେ ଯୁବକ ଆକ୍ରମଣ କରିଛନ୍ତି। ଆଜି ସୁଧାକର ଅଫିସରେ ବସିଥିବା ବେଳେ ଯୁବକ ଜଣକ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ସମ୍ପୃକ୍ତ ଯୁବକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ମାମଲା ଥିବା ଜଣାପଡ଼ିଛି।

ବିଡ଼ିଓ ଆକ୍ରମଣଙ୍କୁ ଓଏଏସ୍‌ ସଂଘ ନିନ୍ଦା କରିଛି। ସଂଘର ସାଧାରଣ ସମ୍ପଦକ ଜ୍ୟୋତିରଞ୍ଜନ ମିଶ୍ର କହିଛନ୍ତି,“ଆକ୍ରମଣ କରିଥିବା ଯୁବକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”

Related story