ଜମ୍ମୁ କଶ୍ମୀରରେ ହିଂସାକୁ ଉସକାଉଥିବା ବ୍ୟକ୍ତିଙ୍କ ସହିତ ରହିଛି ବଲିଉଡ ଲିଙ୍କ୍!

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ହିଂସାକୁ ଉସକାଉଥିବା ପାକିସ୍ତାନୀ ପ୍ରବାସୀ ଭାରତୀୟଙ୍କ ସହିତ ବଲିଉଡର କେତେକ ବ୍ୟକ୍ତିଙ୍କର ସଂପର୍କ ରହିଛି। ଏଭଳି ଲୋକମାନେ ସେହି ପାକିସ୍ତାନୀ ଓ ପ୍ରବାସୀ ଭାରତୀୟଙ୍କ ସହିତ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିବା ଦରକାର। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏଭଳି ଏକ ଟୁଇଟ୍ କରିଛନ୍ତି ଯାହାକୁ ନେଇ ସୋଶାଲ ମିଡିଆ ଟୁଇଟରରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଖବର ଲେଖା ହେବା ସୁଦ୍ଧା ବୈଜୟନ୍ତଙ୍କ ଏହି ଟୁଇଟକୁ […]

jay-panda

Subhransu Sekhar
  • Published: Wednesday, 22 July 2020
  • , Updated: 22 July 2020, 06:17 PM IST

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ହିଂସାକୁ ଉସକାଉଥିବା ପାକିସ୍ତାନୀ ପ୍ରବାସୀ ଭାରତୀୟଙ୍କ ସହିତ ବଲିଉଡର କେତେକ ବ୍ୟକ୍ତିଙ୍କର ସଂପର୍କ ରହିଛି। ଏଭଳି ଲୋକମାନେ ସେହି ପାକିସ୍ତାନୀ ଓ ପ୍ରବାସୀ ଭାରତୀୟଙ୍କ ସହିତ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିବା ଦରକାର। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏଭଳି ଏକ ଟୁଇଟ୍ କରିଛନ୍ତି ଯାହାକୁ ନେଇ ସୋଶାଲ ମିଡିଆ ଟୁଇଟରରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଖବର ଲେଖା ହେବା ସୁଦ୍ଧା ବୈଜୟନ୍ତଙ୍କ ଏହି ଟୁଇଟକୁ ୩ ହଜାରରୁ ଅଧିକ ଲାଇକ ମିଳିଥିବା ବେଳେ ହଜାରରେ ଅଧିକ ରିଟୁଇଟ୍ କରି ସିଧାସଳଖ ବୈଜୟନ୍ତଙ୍କ ଆହ୍ୱାନକୁ ଗ୍ରହଣ କରିବାକୁ ଟୁଇଟର ୟୁଜରମାନେ କହିଛନ୍ତି। ଏହାବାଦ ବିଭିନ୍ନ ଟୁଇଟର ଆକାଉଣ୍ଟ ଧାରୀ ନିଜସ୍ୱ ମତାମତ ରଖିଛନ୍ତି।

https://twitter.com/PandaJay/status/1285837810310627328

ପାକିସ୍ତାନ ସେନା, ଆଇଏସଆଇ ସମେତ ଜମ୍ମୁ କଶ୍ମୀରରେ ହିଂସାକୁ ଉସକାଉଥିବା ଅନେକ ବ୍ୟକ୍ତିଙ୍କ ସହିତ ବଲିଉଡର କେତେକ ବ୍ୟକ୍ତିତ୍ୱଙ୍କର ବ୍ୟବସାୟିକ ଓ ବ୍ୟକ୍ତିଗତ ସଂପର୍କ ରହିଛି। ଟୁଇଟରରେ ବିଭିନ୍ନ ଥ୍ରେଡ ପଢ଼ିବା ପରେ ଏଭଳି ଜାଣି ବୈଜୟନ୍ତ ଆଶ୍ଚର୍ଯ୍ୟ ପ୍ରକାଶ କରିଥିବା କହିଛନ୍ତି। ଯେଉଁ ବଲିଉଡ ବ୍ୟକ୍ତିତ୍ୱ ଏଭଳି ସଂପର୍କରେ ଅଛନ୍ତି ସେମାନେ ପାକିସ୍ତାନୀଙ୍କ ସହିତ ସମସ୍ତ ପ୍ରକାର ସଂପର୍କ ଛିନ୍ନ କରିବା ଦରକାର ବୋଲି ବୈଜୟନ୍ତ ଟୁଇଟ୍ କରି ଲେଖିଛନ୍ତି।

ବୈଜୟନ୍ତଙ୍କ ଏହି ଟୁଇଟକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। କିଛି ଲେଖିଛନ୍ତି ସେମାନଙ୍କ ନାଁ ଉଲ୍ଲେଖ କରିବା ଦରକାର। ଏହାଦ୍ୱାରା ସତ ପଦାକୁ ଆସିବ। ଆଉ କିଛି ଏହି ମାମଲାର ଏନଆଇଏ ତଦନ୍ତ ହେବା ଦରକାର ବୋଲି ମତ ଦେଇଛନ୍ତି। ନେତା, ବଲିଉଡ ଓ ଅଣ୍ଡର ଓ୍ୱାର୍ଲଡର ସମ୍ପର୍କ ରୁଟି ଏବଂ ଅଣ୍ଡା ଭଳି। ଉଭୟ ଉଭୟଙ୍କ ଠାରୁ ଲାଭବାନ ହେଉଛନ୍ତି ବୋଲି କର୍ଣ୍ଣାଟକର ଜଣେ ସାମ୍ୱାଦିକ ମଧ୍ୟ ଟୁଇଟ୍ କରି କହିଛନ୍ତି।

Related story