୩ ବର୍ଷର ଶିଶୁ ଚିହ୍ନିପାରୁଛି ୫୯ଟି କାର୍‌  

କୋରାପୁଟ: ଆପଣ କେତୋଟି କାରର୍ ନାଁ ଜାଣିଛନ୍ତି? ଗୋଟିଏ, ଦୁଇଟି, ଦଶଟି, କୋଡ଼ିଏଟି…। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମାତ୍ର ୩ ବର୍ଷର ଜଣେ ଶିଶୁ ୫୯ଟି କାର୍‌ର କେବଳ ନାଁ ମନେ ରଖି ନାହାନ୍ତି, କାରକୁ ଦେଖିବା ମାତ୍ରେ ଚିହ୍ନି ପାରୁଛନ୍ତି। ତାଙ୍କ ନାଁ ସାଇ ଅନିଶ ପଟ୍ଟନାୟକ। କୋରାପୁଟ ଜିଲ୍ଲାର ସୁନାବେଡ଼ାରେ ସେ ରହନ୍ତି। ତାଙ୍କ ବାପାଙ୍କ ନାଁ ସରୋଜ ପଟ୍ଟନାୟକ। ସେ ଜଣେ ଇଞ୍ଜିନିୟର। ଫଟୋ ଦେଖିଲା ମାତ୍ରେ ଅନିଶ କହିପାରୁଛନ୍ତି ୫୯ଟି […]

abinash

Rakesh Mallick
  • Published: Thursday, 27 October 2016
  • , Updated: 27 October 2016, 10:46 AM IST

କୋରାପୁଟ: ଆପଣ କେତୋଟି କାରର୍ ନାଁ ଜାଣିଛନ୍ତି? ଗୋଟିଏ, ଦୁଇଟି, ଦଶଟି, କୋଡ଼ିଏଟି...। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମାତ୍ର ୩ ବର୍ଷର ଜଣେ ଶିଶୁ ୫୯ଟି କାର୍‌ର କେବଳ ନାଁ ମନେ ରଖି ନାହାନ୍ତି, କାରକୁ ଦେଖିବା ମାତ୍ରେ ଚିହ୍ନି ପାରୁଛନ୍ତି। ତାଙ୍କ ନାଁ ସାଇ ଅନିଶ ପଟ୍ଟନାୟକ। କୋରାପୁଟ ଜିଲ୍ଲାର ସୁନାବେଡ଼ାରେ ସେ ରହନ୍ତି। ତାଙ୍କ ବାପାଙ୍କ ନାଁ ସରୋଜ ପଟ୍ଟନାୟକ। ସେ ଜଣେ ଇଞ୍ଜିନିୟର।

ଫଟୋ ଦେଖିଲା ମାତ୍ରେ ଅନିଶ କହିପାରୁଛନ୍ତି ୫୯ଟି କାର୍‌ର ନାଁ। କାର୍‌ଗୁଡ଼ିକ କେଉଁ ମଡେଲ୍‌ର ତାହା ବି କହି ପାରୁଛନ୍ତି। ଖେଳଣା କାର୍ ଧରି ଖେଳିବା ବୟସରେ ତାଙ୍କର ଏହି ପ୍ରତିଭା ଅନେକଙ୍କୁ ଚକିତ କରେ। ବିଭିନ୍ନ କାର୍ଯ୍ୟକ୍ରମରେ ସେ ନିଜର ଏହି ପ୍ରତିଭା ଦେଖାଇ ବହୁ ପ୍ରଶଂସା ପାଇବା ସହ ଜାତୀୟ ସ୍ତରୀୟ ରେକର୍ଡରେ ନିଜ ନାଁକୁ ସାମିଲ କରିପାରିଛନ୍ତି। ଆଗକୁ ଅନିଶଙ୍କ ନାଁ ଗିନିଜ୍ ବୁକ୍ ଅଫ୍‌ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବ ବୋଲି ଆଶା ରଖିଛନ୍ତି ତାଙ୍କ ବାପାମା’।

ଅନିଶଙ୍କ ବାପା ସରୋଜ ପଟ୍ଟନାୟକ କହିଛନ୍ତି,“ବର୍ଷେ ତଳେ ମୁଁ ମୋ କାର୍ କିଣି ଥିଲି। କାର୍ କିଣିବା ପୂର୍ବରୁ ମୁଁ ୟୁଟ୍ୟୁବ୍‌ରେ ବିଭିନ୍ନ କାରର ରିଭ୍ୟୁ ଦେଖୁଥିଲୁ। ତା’ର ପୂର୍ବରୁ କାର୍ ପ୍ରତି ଆଗ୍ରହ ଥିଲା। ୟୁଟ୍ୟୁବ୍‌ରେ କାର୍‌ଗୁଡ଼ିକୁ ଦେଖିବା ପରେ ଏହା ପ୍ରତି ତା’ର ଆଗ୍ରହ ଆହୁରି ବଢ଼ିଗଲା। ସେତେବେଳକୁ ତାକୁ ଦୁଇ ବର୍ଷ ଦୁଇ ତିନି ମାସ ହୋଇଥିଲା। ମୁଁ ଯେତେବେଳେ କାର୍‌ କିଣିବାକୁ ସୋ’ରୁମ୍‌କୁ ଗଲି ସେ ସେଠାରେ ଥିବା ସବୁ କାର୍‌ଗୁଡ଼ିକ ଚିହ୍ନି ପାରିଥିଲା ଓ ସେଗୁଡ଼ିକର ନାଁ କହି ଦେଇଥିଲା। ସେ ଯେଉଁ କାର୍‌ଗୁଡ଼ିକୁ ଚିହ୍ନି ନ ଥାଏ ସେଗୁଡ଼ିକର ନାଁ ମୋତେ ପଚାରେ। ଥରେ କହି ଦେଲେ ମନେ ରଖେ।  ଏବେ ୫୯ଟି କାର୍‌ର ନାଁ କହିପାରୁଛି ଓ ସେଗୁଡ଼ିକୁ ଚିହ୍ନି ପାରୁଛି। ଗୋଟିଏ ଜାତୀୟ ରେକର୍ଡରେ ତା’ ନାଁ ସାମିଲ ହୋଇସାରିଛି। ଆଗକୁ ଗିନିଜ୍‌ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ପାଇଁ ମୁଁ ଆବେଦନ କରିବି।”

ଅନିଶଙ୍କ ମା’ ସ୍ୱରୂପା ପଟ୍ଟନାୟକ କହିଛନ୍ତି,“ତା’ ବାପାଙ୍କର କାର୍ ପ୍ରତି ଆଗ୍ରହ ରହିଛି। ସେ ସବୁ ବେଳେ ୟୁଟ୍ୟୁବ୍‌ରେ ବିଭିନ୍ନ କାର୍‌ ଦେଖନ୍ତି। ଅନିଶ ବି ତାଙ୍କ ସହିତ ବସି ଦେଖେ। ସେ ପ୍ରତି କାରର ନାଁ ପଚାରେ। ଥରେ କାର୍‌ର ନାଁ କହିଦେଲେ ତା’ର ମନେ ରହିଯାଏ।”

ଏତେ କମ୍ ବୟସରେ ଅନିଶଙ୍କ ଏଭଳି ବିସ୍ମୟକର ପ୍ରତିଭାଗ ସତରେ ବିରଳ।

Related story