ପରିବାରର ୪ ମୃତଦେହ ମିଳିବା ମାମଲାର କାରଣ ଖୋଜୁଛି ପୁଲିସ୍‌

ବରଗଡ଼ (ଦୀପକ ଶର୍ମା): କେଉଁ କାରଣରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ? କିଏ ଓ କାହିଁକି ଗୋଟିଏ ବୁଣାକାର ପରିବାରର ୪ ଜଣଙ୍କୁ ହତ୍ୟା କଲା? ୪ ଜଣଙ୍କ ମୃତଦେହ ମିଳିବା ପରେ ସାଧାରଣରେ ଏମିତି ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ମୃତ୍ୟୁର କାରଣ ଖୋଜୁଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ସରେ ପହଞ୍ଚି ପାରି ନାହିଁ। ବରଗଡ଼ ଜାଣ୍ଡୋଲ୍‌ ଗାଁର ଶେଷଦେବ ମେହର ହେଉଛନ୍ତି ଜଣେ ବୁଣାକାର। […]

Bargarh

  • Published: Monday, 31 October 2022
  • , Updated: 31 October 2022, 08:30 PM IST

ବରଗଡ଼ (ଦୀପକ ଶର୍ମା): କେଉଁ କାରଣରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ? କିଏ ଓ କାହିଁକି ଗୋଟିଏ ବୁଣାକାର ପରିବାରର ୪ ଜଣଙ୍କୁ ହତ୍ୟା କଲା? ୪ ଜଣଙ୍କ ମୃତଦେହ ମିଳିବା ପରେ ସାଧାରଣରେ ଏମିତି ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ମୃତ୍ୟୁର କାରଣ ଖୋଜୁଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ସରେ ପହଞ୍ଚି ପାରି ନାହିଁ।

ବରଗଡ଼ ଜାଣ୍ଡୋଲ୍‌ ଗାଁର ଶେଷଦେବ ମେହର ହେଉଛନ୍ତି ଜଣେ ବୁଣାକାର। ତେଣୁ ପାରମ୍ପରିକ କୌଳିକ ବୃତ୍ତିକୁ ସମସ୍ତେ ଆପଣେଇ ନେଇଥିଲେ। ପରିବାରରେ ସେପରି କିଛି ଆର୍ଥିକ ସମସ୍ୟା ନଥିଲା। ପତ୍ନୀ, ବଡ଼ ଝିଅ ବୃନ୍ଦାବତୀ ଓ ପୁଅ ଅରବିନ୍ଦଙ୍କୁ ନେଇ ତାଙ୍କ ପରିବାର। ତେବେ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ କ୍ଷୀରେଶ୍ୱରୀଙ୍କୁ ଦ୍ୱିିତୀୟ ବିବାହ କରିଥିଲେ ଶେଷଦେବ। ବୃନ୍ଦାବତୀ ଓ ଅରବିନ୍ଦ ପ୍ରଥମ ପତ୍ନୀଙ୍କ ଝିଅ ପୁଅ ହୋଇଥିବା ବେଳେ ଶିବାନୀ ଦ୍ୱିତୀୟ ପତ୍ନୀଙ୍କ ଝିଅ।

ବୃନ୍ଦାବତୀଙ୍କ କହିବା ଅନୁସାରେ, ବାହା ହେବାକୁ ଆଦୌ ରାଜି ହେଉନଥିଲେ ଅରବିନ୍ଦ। ଏହାକୁ ନେଇ ବେଳେବେଳେ ଅରବିନ୍ଦ ଓ ପରିବାର ମଧ୍ୟରେ ମତାନ୍ତର ଲାଗିରହୁଥିଲା। ତେଣୁ ଶିବାନୀଙ୍କ ବିବାହ ଠିକ୍ ହୋଇଥିଲା। କିଛିଦିନ ତଳେ ପୁଅ ଘରୁ ତାଙ୍କୁ ଦେଖିବାକୁ ଆସିଥିଲେ। ଜାତକ ସୁଝିଥିଲା। ଆଜି ବିବାହ ପକ୍କା କରିବାକୁ ଆସିଥାନ୍ତେ ପୁଅ ପକ୍ଷ। କିନ୍ତୁ ଦୁର୍ଭାଗ୍ୟ ବୋହୂ ସାଜିବା ଆଗରୁ ଶବ ପାଲଟି ଗଲେ ଶିବାନୀ। ଦିନ କେଇଟା ପରେ ଯେଉଁ ଘରୁ କନ୍ୟା ବିଦା ହୋଇଥାନ୍ତା, ସେହି ଘରୁ ବାହାରିଛି ଚାରି ଚାରିଟି ଶବ।

ଶିବାନୀଙ୍କ ସହ ତାଙ୍କ ୫୫ ବର୍ଷିୟ ବାପା ଶେଷଦେବ ମେହେର, ୪୮ ବର୍ଷିୟା ମାଆ କ୍ଷୀରେଶ୍ୱରୀ ଓ ୨୮ ବର୍ଷିୟ ଭାଇ ଅରବିନ୍ଦଙ୍କ ମୃତଦେହ ଉଦ୍ଧାର ହୋଇଛି। ତଳ ମହଲାରେ ଝୁଲନ୍ତା ଅବସ୍ଥାରେ ଅରବିନ୍ଦ ଓ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାପା ଶେଷଦେବଙ୍କ ମୃତଦେହ ମିଳିଛି। ଦ୍ୱିତୀୟ ମହଲାରେ ମାଆ ଓ ଝିଅଙ୍କ ମୃତଦେହ ପଡ଼ି ରହିଥିଲା। ଘର ଭିତରରେ ଗୋଟିଏ ରକ୍ତ ଭିଜା ହାତୁଡି ମିଳିଥିବା ବେଳେ ସ୍କୁଟରରେ ରକ୍ତ ଛିଟା ପଡ଼ିଛି। ଏଥିରୁ ସନ୍ଦେହ କରାଯାଉଛି, ଅରବିନ୍ଦ ୩ ଜଣଙ୍କୁ ପ୍ରଥମେ ହତ୍ୟା ପରେ ନିଜେ ଆତ୍ମହତ୍ୟା କରିଥାଇପାରନ୍ତି। ପୁଲିସ୍‌ ମଧ୍ୟ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ୩ ଜଣଙ୍କୁ ହତ୍ୟା କରି କାହିଁକି ନିଜେ ଜୀବନ ହାରିଲେ ଅରବିନ୍ଦ? ସାବତ ମାଆଙ୍କୁ ନେଇ ଲାଗି ରହୁଥିଲା କି ପାରିବାରିକ ବିବାଦ ? କୁହାଯାଉଛି, ଅରବିନ୍ଦ ବିଭିନ୍ନ ପ୍ରକାରର ବ୍ୟବସାୟ କରି ବିଫଳ ହୋଇଥିଲେ। ତେବେ ବ୍ୟବସାୟରେ ହତାଶ ହୋଇ ସେ ଏପରି କାଣ୍ଡ ଭିଆଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ଅରବିନ୍ଦ ତିନି ତିନି ଜଣଙ୍କୁ ଯଦି ହତ୍ୟା କଲେ, ତାହାହେଲେ ପାଖପଡ଼ୋଶୀ କେମିତି ଟେର୍ ପାଇଲେନି?

Related story