ଭୁବନେଶ୍ୱର: ମୃଦୁ ପାନୀୟ ବିଜ୍ନେସ୍ କରିବା ନାଁରେ ୫୦ ଲକ୍ଷ ଟଙ୍କା ହଡପ୍ ଘଟଣାରେ ଆଜି ପୋଲିସ୍ କମିଶନରଙ୍କ ଅଫିସ୍ ଆଗରେ ଠକାମିର ଶିକାର ହୋଇଥିବା ୮ ଜଣ ବ୍ୟବସାୟୀ ଧାରଣା ଦେଇଛନ୍ତି। ଏହି ଘଟଣାରେ ଦୁଇ ଜଣ ଜେଲ୍ ଯାଇଥିବା ବେଳେ ଆଉ ୩ ଜଣ ଅଭିଯୁକ୍ତ ଫେରାର୍ ଅଛନ୍ତି।
ଜେଲ୍ ଯାଇଥିବା ୨ ଅଭିଯୁକ୍ତଙ୍କ ସହ କମିଶନରେଟ୍ ପୋଲିସ୍ର ଜଣେ ଇନ୍ସପେକ୍ଟରଙ୍କ ଘନିଷ୍ଠତାକୁ ନେଇ ବିକ୍ଷୋଭକାରୀମାନେ ପ୍ରଶ୍ନ ଉଠାଇଛନ୍ତି। ଜେଲ୍ ଯାଇଥିବା ଅଭିଯୁକ୍ତ ପ୍ରଭାତ ମୁଦୁଲିଙ୍କ ସହ କଟକ ମର୍କତନଗର ଥାନା ଅଧିକାରୀ ବିମଳ ବାରିକଙ୍କ ଏକାଧିକ ଫଟୋ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି।
ଚନ୍ଦ୍ରଶେଖରପୁର, ନୟାପଲ୍ଲୀ ଓ ଖଣ୍ଡଗିରି ଆଦି ଥାନାରେ ଏନେଇ ୬ରୁ ଅଧିକ ମାମଲା ହୋଇଥିବା ବେଳେ ସଂପୃକ୍ତ ଥାନା ଅଧିକାରୀ ବାରମ୍ୱାର ହସ୍ତକ୍ଷେପ କରୁଥିବା ବ୍ୟସାୟୀମାନେ ଅଭିଯୋଗ କରିଛନ୍ତି।
ଏହି ଘଟଣାର ତଦନ୍ତ କରାଯାଇ ସେମାନେ କିପରି ଅର୍ଥ ଫେରସ୍ତ ପାଇବେ ସେ ନେଇ ପଦକ୍ଷେପ ନିଆଯାଉ ବୋଲି ବ୍ୟବସାୟୀମାନେ କହିଛନ୍ତି। ସଂପୃକ୍ତ ଥାନା ଅଧିକାରୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଅସୁସ୍ଥ ସିନ୍ଦେ ଏବେ ଗାଁରେ, ଆଜି ନେଇ ପାରନ୍ତି ବଡ଼ ନିଷ୍ପତ୍ତି
ଏକନାଥ ସିନ୍ଦେ ଅସୁସ୍ଥ ଅଛନ୍ତି। ତାଙ୍କୁ ଜ୍ୱର ଓ ଥଣ୍ଡା ହୋଇଛି। ଏହି କାରଣରୁ ସେ ନିଜ ପୈତୃକ ଗାଁକୁ ଯାଇଥିବା ଶିବସେନା ସ୍ପଷ୍ଟ କରିଛି।
National
ବସ୍ରେ ଡିବେଟ ଦେଖୁଥିଲେ ଯାତ୍ରୀ, ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ହେଲା ନୋଟିସ୍
ସରକାରୀ ବସ୍ରେ ଚାଲିଥିବା ଏକ ଡିବେଟ କାର୍ଯ୍ୟକ୍ରମରେ ଜଣେ ଯାତ୍ରୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଶୁଣୁଥିବା ବେଳେ ତାହାକୁ ନେଇ ଆରମ୍ଭ ହୋଇଛି ତମ୍ବିତୋଫାନ୍ । ଏନେଇ ଉଭୟ ବସ୍ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ନୋଟିସ୍ ହୋଇଛି।
National
ମହିଳାଙ୍କ ଚୁଟି କାଟି କଳା ବୋଳିଦେଲେ, ଗଛରେ ବାନ୍ଧି ଦେଲେ ଗରମ ଚେଙ୍କ
ସର୍ବ ସମ୍ମୁଖରେ ମହିଳାଙ୍କ ଚୁଟି କାଟିଦେଲେ। ମୁହଁରେ କଳା ବୋଳିଦେଲେ। ସେତିକିରେ ସରିଲାନି ନିର୍ଯାତନାର କାହାଣୀ। ମହିଳାଙ୍କୁ ଗଛରେ ବାନ୍ଧି ଦୁଇ ଦିନ କାଳ ଦେଇ ଚାଲିଲେ ଗରମ ଚେଙ୍କ ।
National
କ୍ୟାନ୍ସର୍ ପାଇଁ 'ସ୍ପେଶାଲ ଡାଏଟ୍'କୁ ବିରୋଧ, ସିଦ୍ଧୁଙ୍କ ପତ୍ନୀଙ୍କୁ ୮୫୦ କୋଟିର ନୋଟିସ୍
ସ୍ପେଶାଲ୍ ଡାଏଟ୍ ସହାୟତାରେ କ୍ୟାନସରରୁ ସୁସ୍ଥ ହୋଇଥିବା ଦାବି କରିବା ପରେ, ନବଜୋତ କୌର ସିଦ୍ଧୁଙ୍କୁ ୮୫୦ କୋଟି ଟଙ୍କାର ନୋଟିସ୍ ପଠାଇଛି ଛତିଶଗଡ଼ ସିଭିଲ୍ ସୋସାଇଟି।
National
ମୋ’ ଦୁଇ ଛୁଆଙ୍କ ତଣ୍ଟି ଚିପି ଦେଲା ପତ୍ନୀ, ସ୍ୱାମୀ ଆଣିଲେ ସାଂଘାତିକ ଅଭିଯୋଗ
ମା’ଙ୍କ ଉପସ୍ଥିତିରେ ଘରୁ ମିଳିଲା ପୁଅଝିଅଙ୍କ ମୃତଦେହ। ରଶିରେ ବେକକୁ ଚିପି ଉଭୟଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।